Advertisment

କମ୍ବିଂ ବେଳେ ବିପୁଳ ପରିମାଣରେ ନକ୍ସଲ ସାମଗ୍ରୀ ଜବତ

ଭବାନୀପାଟଣା (ରାଜକୁମାର ସିଂହଦେଓ): କମ୍ବିଂ ଅପରେସନ୍ ବେଳେ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ନାପାଡ଼ାଲୁ ଜଙ୍ଗଲରୁ ୪ଟି ଆଇଇଡି, ୪ଟି ଗୁଳି ଓ ବିସ୍ଫୋରକ ସହିତ ବିପୁଳ ପରିମାଣର ନକ୍ସଲ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ। ଗତ ୨୩ ତାରିଖରେ କମ୍ବିଂ ଅପରେସନ ବେଳେ ଏହି ସବୁ ସାମଗ୍ରୀ ଜବତ ହୋଇଥିବା ବେଳେ ଆଜି କଳାହାଣ୍ଡି ଏସ୍‌ପି ଅଭିଳାଷ ଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି। ନାପାଡ଼ାଲୁ ଜଙ୍ଗଲରେ ୩୦ରୁ […]

author-image
Jitendra Garnayak
କମ୍ବିଂ ବେଳେ ବିପୁଳ ପରିମାଣରେ ନକ୍ସଲ ସାମଗ୍ରୀ ଜବତ

Naxal

ଭବାନୀପାଟଣା (ରାଜକୁମାର ସିଂହଦେଓ): କମ୍ବିଂ ଅପରେସନ୍ ବେଳେ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ନାପାଡ଼ାଲୁ ଜଙ୍ଗଲରୁ ୪ଟି ଆଇଇଡି, ୪ଟି ଗୁଳି ଓ ବିସ୍ଫୋରକ ସହିତ ବିପୁଳ ପରିମାଣର ନକ୍ସଲ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ। ଗତ ୨୩ ତାରିଖରେ କମ୍ବିଂ ଅପରେସନ ବେଳେ ଏହି ସବୁ ସାମଗ୍ରୀ ଜବତ ହୋଇଥିବା ବେଳେ ଆଜି କଳାହାଣ୍ଡି ଏସ୍‌ପି ଅଭିଳାଷ ଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି।

Advertisment

ନାପାଡ଼ାଲୁ ଜଙ୍ଗଲରେ ୩୦ରୁ ଅଧିକ ନକ୍ସଲ କ୍ୟାମ୍ପ କରି ରହିଥିବା ନେଇ କୌଣସି ସୂତ୍ରରୁ ସୂଚନା ମିଳିବା ପରେ କଳାହାଣ୍ଡି ପୁଲିସ୍ ପକ୍ଷରୁ ମିଳିତ ଅପରେସନ୍ କରାଯାଇଥିଲା। ଏସ୍‌ଓଜି, ଡିଭିଏଫ୍ ଓ ସିଆର୍‌ପିଏଫ୍‌ ଯବାନମାନେ ମିଳିତ ଭାବେ କମ୍ବିଂ ଅପରେସନ୍ କରିଥିଲେ। ଏହି ସମୟରେ ନକ୍ସଲଙ୍କ ସହିତ ସେମାନଙ୍କର ମୁହାଁମୁହିଁ ହୋଇଥିଲା। ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଗୁଳିବିନିମୟ ଭିତରେ ନକ୍ସଲମାନେ ପଛଘୁଞ୍ଚା ଦେଇଥିଲେ। ସେମାନେ ସେଠାରୁ ଫେରାର ହୋଇଯାଇଥିଲେ। ଏହି ନକ୍ସଲ କ୍ୟାମ୍ପରେ ନିଖିଲ, ଦଶୃ ଓ ମମତା ଭଳି ଟପ୍ ନକ୍ସଲ କ୍ୟାଡର ଉପସ୍ଥିତ ଥିଲେ ବୋଲି କଳାହାଣ୍ଡି ଏସ୍‌ପି ଅଭିଳାଷ ଜି. ସୂଚନା ଦେଇଛନ୍ତି।

ନକ୍ସଲମାନେ ଫେରାର ହୋଇଯିବା ପରେ ଯବାନମାନେ କ୍ୟାମ୍ପକୁ ସର୍ଚ୍ଚ କରିଥିଲେ। ସେହି ସମୟରେ ସେଠାରୁ ୪ଟି IED , ୪ଟି ଅଫୁଟା ଗୁଳି, ମାଓ ପୁସ୍ତିକା, ପୋଷ୍ଟର, କିଟ୍ ବ୍ୟାଗ, ଔଷଧ, ସୋଲାର ପ୍ୟାନେଲ ସହ ବହୁ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିଲା।

Advertisment

ଗତ ୨୨ ତାରିଖରେ ଏମ୍ ରାମପୁର ଥାନା ଅଞ୍ଚଳର ମୁଣ୍ଡାମସ୍କାରେ ମାଓବାଦୀଙ୍କ ସହିତ ସୁରକ୍ଷାକର୍ମୀଙ୍କର ଗୁଳିବିନିମୟ ହୋଇଥଲା। ଏହି ଅପରେସନ୍ ବେଳେ ବି କିଛି ମାଓ ସାମଗ୍ରୀ ଜବତ କରାଯାଇଥିଲା।

ଏବେବି ଉକ୍ତ ଅଞ୍ଚଳ ଗୁଡ଼ିକରେ କମ୍ବିଂ ଅପରେସନ୍ ଜାରି ରହିଥିବା କଳାହାଣ୍ଡି ଏସ୍‌ପି ସୂଚନା ଦେଇଛନ୍ତି।