Advertisment

ଲାଲବାହିନୀ‌ଙ୍କ କ୍ୟାମ୍ପ ଅଫିସ ଏବେ ପୁଲିସ୍‌ର ଆଶ୍ରୟସ୍ଥଳୀ

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ଥିବା ନକ୍ସଲଙ୍କ କ୍ୟାମ୍ପ ଏବେ ପୁଲିସ୍‌ କବଜାରେ। ବର୍ଷ ବର୍ଷ ଧରି ନକ୍ସଲମାନେ ସ୍ୱାଭିମାନ ଅଞ୍ଚଳରେ ସ୍ଥାୟୀ କ୍ୟାମ୍ପ ଅଫିସ ପ୍ରତିଷ୍ଠା କରି ରାଜ୍‌ କରୁଥିଲେ। ହେଲେ ଏବେ ପୁଲିସ ଏହି କ୍ୟାମ୍ପ ଅଫିସକୁ ଅକ୍ତିଆର କରି ଆଶ୍ରୟସ୍ଥଳୀ କରିଛି। ପୁଲିସ୍‌ କର୍ମଚାରୀମାନେ ସେଠାରେ ଆଶ୍ରୟ ନେବା ସହ ଯିବା ଆସିବା ଲୋକଙ୍କୁ ଯାଞ୍ଚ କରୁଛନ୍ତି। ଏହାଦ୍ୱାରା ଲାଲଗଡ଼ରେ ଲାଲା ବାହିନୀର ଦବଦବା କମୁଥିବା ଦେଖିବାକୁ ମିଳିଛି। ଗତ […]

author-image
Jyoshna Pradhan
ଲାଲବାହିନୀ‌ଙ୍କ କ୍ୟାମ୍ପ ଅଫିସ ଏବେ ପୁଲିସ୍‌ର ଆଶ୍ରୟସ୍ଥଳୀ

malkangiri

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ଥିବା ନକ୍ସଲଙ୍କ କ୍ୟାମ୍ପ ଏବେ ପୁଲିସ୍‌ କବଜାରେ। ବର୍ଷ ବର୍ଷ ଧରି ନକ୍ସଲମାନେ ସ୍ୱାଭିମାନ ଅଞ୍ଚଳରେ ସ୍ଥାୟୀ କ୍ୟାମ୍ପ ଅଫିସ ପ୍ରତିଷ୍ଠା କରି ରାଜ୍‌ କରୁଥିଲେ। ହେଲେ ଏବେ ପୁଲିସ ଏହି କ୍ୟାମ୍ପ ଅଫିସକୁ ଅକ୍ତିଆର କରି ଆଶ୍ରୟସ୍ଥଳୀ କରିଛି। ପୁଲିସ୍‌ କର୍ମଚାରୀମାନେ ସେଠାରେ ଆଶ୍ରୟ ନେବା ସହ ଯିବା ଆସିବା ଲୋକଙ୍କୁ ଯାଞ୍ଚ କରୁଛନ୍ତି। ଏହାଦ୍ୱାରା ଲାଲଗଡ଼ରେ ଲାଲା ବାହିନୀର ଦବଦବା କମୁଥିବା ଦେଖିବାକୁ ମିଳିଛି।

Advertisment

publive-image

ଗତ ସପ୍ତାହ ତଳେ ସ୍ୱାଭିମାନ ଅଞ୍ଚଳରେ  ଥିବା ଏହି କ୍ୟାମ୍ପ ଅଫିସ୍‌ ସାମ୍ନାରେ ଯଡାମ୍ୱ ମୋଡେଲ ଥାନା ମଧ୍ୟ ପ୍ରତିଷ୍ଠା କରାଯାଇଛି।

ସୂଚନାଯୋଗ୍ୟ, ନକ୍ସଲମାନେ ଏହି କ୍ୟାମ୍ପ ଅଫିସରେ ପୁଲିସ ଗୁଳିରେ ମୃତ୍ୟୁ ହୋଇଥିବା ନକ୍ସଲଙ୍କ ଫଟୋ ଗୁଡିକ ରଖିବା ସହ ଲାଇବ୍ରେରୀ କରିଥିଲେ। ଏହାସହ ଏଠାରେ ପ୍ରଜାକୋର୍ଟ, ମେଳି, ନାଚଗୀତ ପରି କାର୍ଯ୍ୟକ୍ରମ ବର୍ଷ ବର୍ଷ ଧରି ଚାଲି ଆସୁଥିଲା।

Advertisment