Advertisment

ନକ୍ସଲ ଲଗାଇଦେଲେ ନିଆଁ; ଜଳି ପୋଡ଼ି ପାଉଁଶ ହେଲା ବସ୍‌

ମାଲକାନଗିରି(ଜିତେନ୍ଦ୍ର ବେଉରା): ନକ୍ସଲଙ୍କ ବନ୍ଦ ଡାକରାକୁ ଖାତିର କଲେନି ଘରୋଇ ବସ୍‌ ମାଲିକ । ପରିଣାମ ସ୍ୱରୂପ ରାତି ଅଧରେ ଏକ ଯାତ୍ରୀବାହୀ ବସ୍‌ରେ ନିଆଁ ଲଗାଇଥିଲେ ଶତାଧିକ ନକ୍ସଲ । ବସ୍‌ରେ ଥିବା ୫୦ ପାଖାପାଖି ଯାତ୍ରୀ ସୁରକ୍ଷିତ ଥିବା ବେଳେ ବସ୍‌ଟି ଜଳି ପୋଡ଼ି ପାଉଁଶ ହୋଇ ଯାଇଛି। ଏପରି ଅଭାନୀୟ ଘଟଣା ଗତକାଲି ରାତିରେ ଓଡ଼ିଶାର ମାଲକାନଗିରି ଜିଲ୍ଲା ମୋଟୁଠାରୁ ମାତ୍ର ୧୦ କିମି ଦୂର ଆନ୍ଧ୍ରପ୍ରଦେଶ କୁଟୁରଠାରେ ଘଟିଛି। କୁଟୁରଠାରେ ଦଣ୍ଡକାରଣ୍ୟ […]

ଅଦ୍ୟତନ ହୋଇଛି
ନକ୍ସଲ ଲଗାଇଦେଲେ ନିଆଁ;  ଜଳି ପୋଡ଼ି ପାଉଁଶ ହେଲା ବସ୍‌

bus

Advertisment

ମାଲକାନଗିରି(ଜିତେନ୍ଦ୍ର ବେଉରା): ନକ୍ସଲଙ୍କ ବନ୍ଦ ଡାକରାକୁ ଖାତିର କଲେନି ଘରୋଇ ବସ୍‌ ମାଲିକ । ପରିଣାମ ସ୍ୱରୂପ ରାତି ଅଧରେ ଏକ ଯାତ୍ରୀବାହୀ ବସ୍‌ରେ ନିଆଁ ଲଗାଇଥିଲେ ଶତାଧିକ ନକ୍ସଲ । ବସ୍‌ରେ ଥିବା ୫୦ ପାଖାପାଖି ଯାତ୍ରୀ ସୁରକ୍ଷିତ ଥିବା ବେଳେ ବସ୍‌ଟି ଜଳି ପୋଡ଼ି ପାଉଁଶ ହୋଇ ଯାଇଛି। ଏପରି ଅଭାନୀୟ ଘଟଣା ଗତକାଲି ରାତିରେ ଓଡ଼ିଶାର ମାଲକାନଗିରି ଜିଲ୍ଲା ମୋଟୁଠାରୁ ମାତ୍ର ୧୦ କିମି ଦୂର ଆନ୍ଧ୍ରପ୍ରଦେଶ କୁଟୁରଠାରେ ଘଟିଛି।

Advertisment

କୁଟୁରଠାରେ ଦଣ୍ଡକାରଣ୍ୟ ଡିଭିଜନ ମାଓ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହି ସମୟରେ ପୋଷ୍ଟର, ବ୍ୟାନର ଲଗାଇ  ଗାଡ଼ି ଚଳାଚଳ କରିବାକୁ ବାରଣ କରାଯାଇଥିଲା। ମାତ୍ର ଏକ ବସ୍‌ ଗତ ରାତିରେ ପ୍ରାୟ ୫୦ ଯାତ୍ରୀଙ୍କୁ ଧରି ମାଲକାନଗିରିରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିଲା। କୁଟୁରଠାରେ ଶତାଧିକ ନକ୍ସଲ ରାସ୍ତା ଉପରକୁ ଆସି ଗାଡ଼ିଟିକୁ ଅଟକାଇଥିଲେ।  ଡ୍ରାଇଭର, ହେଲପରଙ୍କୁ ଧମକଚମକ ଦେଇ ଯାତ୍ରୀମାନଙ୍କୁ ବାହାରି ଯିବାକୁ କହିଥିଲେ।

[caption id="attachment_729840" align="aligncenter" width="650"]fire ବସ୍‌ଟି ହୁତହୁତ ହୋଇ ଜଳୁଛି।[/caption]

Advertisment

ଏହାପରେ ନକ୍ସଲମାନେ ଗାଡ଼ିର ଡିଜେଲ ଟାଙ୍କର ଖୋଲି ନିଆଁ ଲଗାଇ ଦେଇଥିଲେ। ଫଳରେ ଗାଡ଼ିଟି ହୁତହୁତ ହୋଇ ଜଳି ଉଠିଥିଲା। ଏହି ଅଗ୍ନିକାଣ୍ଡ ଯୋଗୁ କୌଣସି ଜୀବନହାନୀ ହୋଇ ନ ଥିବା ଜଣାଯାଇଛି।

ଘଟଣାସ୍ଥଳରେ ପୁଲିସ୍‌ ତଦନ୍ତ ଜାରି ରହିଛି । ନକ୍ସଲ ଉପଦ୍ରବ ଅଞ୍ଚଳ ହୋଇ ନ ଥିବା ସତ୍ତ୍ୱେ  କୁଟୁରଠାରେ ଶତାଧିକ ନକ୍ସଲ ଏପରି କାଣ୍ଡ ଘଟାଇଥିବାରୁ ସେଠାରେ ସେମାନଙ୍କ ଦବଦବା ବଢ଼ିଥିବା ଅନୁମାନ କରାଯାଇଛି। ତେଣୁ ସ୍ଥାନୀୟ ଅଞ୍ଚଳରେ ପୁଲିସ୍‌ ଅପରେସନ ବଢ଼ାଇ ଦେଇଛି।

Naxal Attack Mao Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe