Advertisment

୫ ଗାଡି ଜାଳିଦେଲେ, ସୁପରଭାଇଜରଙ୍କୁ ଟେକିନେଲେ

ମାଲକାନଗିରି(ଜିତେନ୍ଦ୍ର ବେଉରା): କେନାଲ କାମକୁ ବିରୋଧ କରି ଲଙ୍କାକାଣ୍ଡ ଘଟାଇଲେ ନକ୍ସଲ। ଏପରିକି ନକ୍ସଲମାନେ ୫ ରୁ ଅଧିକ ଗାଡି ଜାଳିଦେବା ସହ ସୁପରଭାଇଜରଙ୍କୁ ଅପହରଣ କରି ନେଇଛନ୍ତି। ଏପରି ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାରେ ଘଟିଛି । ସୂଚନା ଅନୁଯାୟୀ, ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାର ପିପଲଖୁଟା ଗାଁ ନିକଟରେ ଜଳସେଚନ ବିଭାଗ ପକ୍ଷରୁ କେନାଲ କାମ ଚାଲୁଥିଲା।  ନକ୍ସଲମାନେ ଏହାକୁ ବିରୋଧ କରୁଥିଲେ ବି କାମ ବନ୍ଦ ହୋଇ ନ […]

author-image
Niharika Rout
ଅଦ୍ୟତନ ହୋଇଛି
୫ ଗାଡି ଜାଳିଦେଲେ, ସୁପରଭାଇଜରଙ୍କୁ ଟେକିନେଲେ

fire

ମାଲକାନଗିରି(ଜିତେନ୍ଦ୍ର ବେଉରା): କେନାଲ କାମକୁ ବିରୋଧ କରି ଲଙ୍କାକାଣ୍ଡ ଘଟାଇଲେ ନକ୍ସଲ। ଏପରିକି ନକ୍ସଲମାନେ ୫ ରୁ ଅଧିକ ଗାଡି ଜାଳିଦେବା ସହ ସୁପରଭାଇଜରଙ୍କୁ ଅପହରଣ କରି ନେଇଛନ୍ତି। ଏପରି ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାରେ ଘଟିଛି ।

Advertisment

ସୂଚନା ଅନୁଯାୟୀ, ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାର ପିପଲଖୁଟା ଗାଁ ନିକଟରେ ଜଳସେଚନ ବିଭାଗ ପକ୍ଷରୁ କେନାଲ କାମ ଚାଲୁଥିଲା।  ନକ୍ସଲମାନେ ଏହାକୁ ବିରୋଧ କରୁଥିଲେ ବି କାମ ବନ୍ଦ ହୋଇ ନ ଥିଲା। ଏହା ପ୍ରତିବାଦରେ ଉତ୍ତ୍ୟକ୍ତ ନକ୍ସଲମାନେ କେନାଲ କାମରେ ନିୟୋଜିତ ୫ରୁ ଅଧିକ ଗାଡି ଜାଳିଦେଲେ । କେବଳ ସେତିକି ନୁହେଁ ସେମାନେ  ଘଟଣାସ୍ଥଳରେ ଉପସ୍ଥିତ ରହି କାମ ତଦାରଖ କରୁଥିବା ସୁପରଭାଇଜରଙ୍କ ଅପହରଣ କରି ନେଇଛନ୍ତି।

ଖବର ପାଇ ନିକଟସ୍ଥ ପୁଲିସ୍‌ ପହଞ୍ଚି ତନାଘନା ଆରମ୍ଭ କରିଛି। ହେଲେ ଅପହୃତ ସୁପରଭାଇଜରଙ୍କ ପତ୍ତା ମିଳିପାରିନି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି।

Advertisment
Mao Attack Naxal Attack Naxal Activities