Advertisment

ନୟାଗଡ଼:ପୁଣି କନ୍ୟାଭ୍ରୂଣ ହତ୍ୟା ଅଭିଯୋଗ,୨ ଗିରଫ

ନୟାଗଡ଼: ନୟାଗଡ଼ରେ କନ୍ୟାଭ୍ରୂଣ ହତ୍ୟା ଅଭିଯୋଗ ହୋଇଛି। ଏହି ଜିଲ୍ଲାର ଓଡ଼ଗାଁରେ ବେଆଇନ୍ ଭାବେ ଖୋଲିଥିବା ଏକ କ୍ଲିନିକରେ ଚଢ଼ଉ ବେଳେ ଏହି ଘଟଣା ସାମ୍ନାକୁ ଆସିଛି। ପୋଲିସ କ୍ଲିନିକରେ କାମ କରୁଥିବା ଜଣେ ମହିଳା ଓ ତାଙ୍କର ଜଣେ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

author-image
Rakesh Mallick
ଅଦ୍ୟତନ ହୋଇଛି
ନୟାଗଡ଼:ପୁଣି କନ୍ୟାଭ୍ରୂଣ ହତ୍ୟା ଅଭିଯୋଗ,୨ ଗିରଫ

nayagard knaya bhruna hatya

ନୟାଗଡ଼: ନୟାଗଡ଼ରେ କନ୍ୟାଭ୍ରୂଣ ହତ୍ୟା ଅଭିଯୋଗ ହୋଇଛି। ଏହି ଜିଲ୍ଲାର ଓଡ଼ଗାଁରେ ବେଆଇନ୍ ଭାବେ ଖୋଲିଥିବା ଏକ କ୍ଲିନିକରେ ଚଢ଼ଉ ବେଳେ ଏହି ଘଟଣା ସାମ୍ନାକୁ ଆସିଛି। ପୋଲିସ କ୍ଲିନିକରେ କାମ କରୁଥିବା ଜଣେ ମହିଳା ଓ ତାଙ୍କର ଜଣେ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment

nayagard

ସେପଟେ କନ୍ୟାଭ୍ରୂଣ ହତ୍ୟାରେ ସଂପୃକ୍ତ ୨ଜଣ ମହିଳାଙ୍କୁ ନୟାଗଡ଼ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏମାନଙ୍କ ମଧ୍ୟରୁ ପୂର୍ବରୁ ଜଣଙ୍କର ଗର୍ଭପାତ କରାଯାଇଥିବାବେଳେ ଅନ୍ୟ ଜଣଙ୍କର ମୃତ କନ୍ୟା ଜନ୍ମ ହୋଇଥିଲା ବୋଲି ନୟାଗଡ଼ ସିଡ଼ିଏମ୍ଓ କହିଛନ୍ତି। କଟକର କୌଣସି ଏକ ସ୍ଥାନରେ ଏହି ୨ଜଣ ମହିଳା ପ୍ରଥମେ ଲିଙ୍ଗ ନିରୂପଣ କରିଥିଲେ। ପରେ ଏହି କ୍ଲିନିକ୍କୁ ଗର୍ଭପାତ କରାଇବାକୁ ଆସିଥିଲେ ବୋଲି ନୟାଗଡ଼ ସିଡ଼ିଏମ୍ଓ ସୂଚନା ଦେଇଛନ୍ତି। ଓଡ଼ଗାଁରେ ସ୍ଥିତ ଏହି କ୍ଲିନିକ୍ ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କ ଘରେ ଚାଲୁଥିଲା ବୋଲି ଜଣାପଡ଼ିଛି। ଏନେଇ ସିଡ଼ିଏମଓଙ୍କ ପକ୍ଷରୁ ଓଡ଼ଗାଁରେ ଥାନାରେ ଏକ ଏତଲା ଦାୟାର କରାଯାଇଛି। ଗତ ୨୦୦୭ ମସିହାରେ କନ୍ୟାଭ୍ରୂଣ ହତ୍ୟା ଘଟଣାକୁ ନେଇ ନୟାଗଡ଼ ଜିଲ୍ଲା ବେଶ୍ ଚର୍ଚ୍ଚାକୁ ଆସିଥିଲା।