Advertisment

ନୟାଗଡ଼: ପାଣି ପାଇଁ ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ

ନୟାଗଡ଼: ନୟାଗଡ଼ରେ ପାଣି ପାଇଁ ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ। ସହରବାସୀଙ୍କୁ ପାଣି ଯୋଗାଣ ଦାବିରେ ଆଜି ଦଳର ସଦସ୍ୟ ମାନେ ସହରରେ ଏକ ଶୋଭାଯାତ୍ରା କରିବା ସହ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ନୟାଗଡ଼ ସହରବାସୀଙ୍କୁ ପାନୀୟ ଜଳ ଯୋଗାଣ ଉଦ୍ଦେଶ୍ୟରେ ଅର୍ବାନ ଇନଫ୍ର।ଷ୍ଟ୍ରକ୍ଚର ଡଭଲପ୍ମେଣ୍ଟ ଯୋଜନାରେ ୨୦ କୋଟି ୭୯ ଲକ୍ଷ ଟଙ୍କ। ଅଟକଳରେ ପ୍ରକଳ୍ପ ଆରମ୍ଭ କରାଯାଇଥିଲା। ହେଲେ ୨୦୦୯ ମସିହାରୁ ଅଦ୍ୟାବଧି ଏହି ପ୍ରକଳ୍ପ […]

author-image
Rakesh Mallick
ନୟାଗଡ଼: ପାଣି ପାଇଁ ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ

nayagard

ନୟାଗଡ଼: ନୟାଗଡ଼ରେ ପାଣି ପାଇଁ ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ। ସହରବାସୀଙ୍କୁ ପାଣି ଯୋଗାଣ ଦାବିରେ ଆଜି ଦଳର ସଦସ୍ୟ ମାନେ ସହରରେ ଏକ ଶୋଭାଯାତ୍ରା କରିବା ସହ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ନୟାଗଡ଼ ସହରବାସୀଙ୍କୁ ପାନୀୟ ଜଳ ଯୋଗାଣ ଉଦ୍ଦେଶ୍ୟରେ ଅର୍ବାନ ଇନଫ୍ର।ଷ୍ଟ୍ରକ୍ଚର ଡଭଲପ୍ମେଣ୍ଟ ଯୋଜନାରେ ୨୦ କୋଟି ୭୯ ଲକ୍ଷ ଟଙ୍କ। ଅଟକଳରେ ପ୍ରକଳ୍ପ ଆରମ୍ଭ କରାଯାଇଥିଲା। ହେଲେ ୨୦୦୯ ମସିହାରୁ ଅଦ୍ୟାବଧି ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇନଥିବା ଦଳ ଅଭିଯୋଗ କରିଛି। ସେପଟେ ଜନସ୍ୱାସ୍ଥ୍ୟ ବିଭାଗ କହିଛି, ସହରକୁ ପାନୀୟ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଉଛି। ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ, ଲାଲା ମନୋଜ ରାୟଙ୍କ ସମେତ ଦଳର ବହୁ କର୍ମୀ ଏହି ଆନ୍ଦୋଳନରେ ସାମିଲ୍ ହୋଇଥିଲେ।

Advertisment