Advertisment

ଦୁଇ ଛୁଆ କାହାର? ଜନ୍ମକଲା ପିଲାର କ’ଣ ପ୍ରମାଣ ଦେବି କହିଲେ ଆଶା ଦିଦି

ଉଦ୍ଧାର ହୋଇଥିବା ଦୁଇ ଶିଶୁ ଓ ଆଶା ଦିଦିଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ ସମିତିରେ ହାଜର କରାଯାଇଥିଲା। ମାତ୍ର ସଠିକ ଜନ୍ମଗତ ପ୍ରମାଣପତ୍ର ଦେଇନପାରିବାରୁ ଦୁଇ ଶିଶୁଙ୍କୁ ଶିଶୁ ସୁରକ୍ଷା ଗୃହକୁ ପଠାଇ ଦିଆଯାଇଛି।

author-image
Manoranjan Sial
Nayagarh

Nayagarh

ଆଶା କର୍ମୀଙ୍କଠାରୁ ଉଦ୍ଧାର ହୋଇଥିବା ଦୁଇ ଶିଶୁ କାହାର? ନୟାଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ଓ ପୁଲିସ୍‌ ସେମାନଙ୍କ ପରିଚୟ ଖୋଜୁଥିବା ବେଳେ ଜନ୍ମକଲା ପିଲାର କ’ଣ ପ୍ରମାଣ ଦେବି ବୋଲି ଆଶା ଦିଦି କହିଛନ୍ତି।

Advertisment

ଓଡ଼ଗାଁ ଥାନା ମଦନପୁର ଗାଁର ଆଶା କର୍ମୀ ସସ୍ମିତା କୁମାରୀ ପଣ୍ଡାଙ୍କ ପାଖରେ ଦୁଇ ଜଣ ଶିଶୁ ଅଛନ୍ତି। କୌଣସି ସୂତ୍ରରୁ ଖବର ପାଇ ଓଡ଼ଗାଁ ଥାନା ପୁଲିସ୍‌ ଓ ନୟାଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ଟିମ୍‌ ଆଶା କର୍ମୀଙ୍କ ଘରେ ଚଢ଼ଉ କରିଥିଲା। ପରେ ଦୁଇ ପିଲାଙ୍କୁ ଉଦ୍ଧାର କରିଥିଲା। ସେମାନଙ୍କ ଭିତରୁ ଜଣଙ୍କ ବୟସ ୩ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କ ବୟସ ଏକ ବର୍ଷ ହେବ।

ଉଦ୍ଧାର ହୋଇଥିବା ଦୁଇ ଶିଶୁ ଓ ଆଶା ଦିଦିଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ ସମିତିରେ ହାଜର କରାଯାଇଥିଲା। ମାତ୍ର ସଠିକ ଜନ୍ମଗତ ପ୍ରମାଣପତ୍ର ଦେଇନପାରିବାରୁ ଦୁଇ ଶିଶୁଙ୍କୁ ଶିଶୁ ସୁରକ୍ଷା ଗୃହକୁ ପଠାଇ ଦିଆଯାଇଛି।

Advertisment

ଏନେଇ ଆଶା ଦିଦି ସସ୍ମିତା କୁମାରୀ ପଣ୍ଡା କହିଛନ୍ତି, ପିଲାର ଆଧାରକାର୍ଡ଼, ଜନ୍ମ ପ୍ରମାଣ ପତ୍ର ଓ ଅନ୍ୟାନ୍ୟ କାଗଜପତ୍ର ପ୍ରଦାନ କରିଛି। ଆଉ କ’ଣ ପ୍ରମାଣ ଦେଇପାରିବି? ବଡ଼ ପିଲାଟି ମୋ’ ଭାଇର ପୁଅ। ମୋର ପୁଅ ନଥିବାରୁ ମୁଁ ତାକୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କରିଛି। ସାନ ପୁଅକୁ ମୁଁ ଜନ୍ମ ଦେଇଛି। ପିଲା ଓଡ଼ଗାଁ ମେଡ଼ିକାଲରେ ଜନ୍ମ ହୋଇଥିଲା। ମେଡ଼ିକାଲ୍‌ ରେଜିଷ୍ଟ୍ରାରରେ ପ୍ରମାଣ ରହିଛି। ତାକୁ ଏବେ ବର୍ଷେ ହୋଇଛି ବୋଲି ଆଶାଦିଦି ସସ୍ମିତା କୁମାରୀ ପଣ୍ଡା କହିଛନ୍ତି।

ସେପଟେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ସଦସ୍ୟ ସୁବାସ ଚନ୍ଦ୍ର ମହାନ୍ତି କହିଛନ୍ତି, ଅଭିଯୋଗ ପାଇ ୨ ଶିଶୁ ପୁତ୍ରଙ୍କୁ ଉଦ୍ଧାର କରିଛୁ। ତଦନ୍ତ ଚାଲିଛି। ତଦନ୍ତ ପରେ ସତ୍ୟତା ଜଣାପଡିବ ବୋଲି ସେ କହିଛନ୍ତି।

ରିପୋର୍ଟ-ନୟାଗଡ଼ରୁ ଜୟେନ୍ଦ୍ର ବେହେରା

Nayagarh Child Trafficking