Advertisment

ପରୀ ମାମଲାରେ ସ୍ୱର ତୀକ୍ଷ୍‌ଣ କଲା କଂଗ୍ରେସ, ଅମିତ ଶାହଙ୍କୁ ଲେଖିଲା ଚିଠି

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ କୁନି ଝିଅ ‘ପରୀ’ ମାମଲାରେ ତଦନ୍ତ ନେଇ ସ୍ୱର ତୀକ୍ଷଣ କରିଛି କଂଗ୍ରେସ। ପୂର୍ବରୁ ଏସ୍‌ଆଇଟି ତଦନ୍ତ ଦାବି କରିଥିବା କଂଗ୍ରେସ ଏବେ ସ୍ୱରକୁ ଆହୁରି ଶାଣିତ କରିଛି। ଏସ୍‌ଆଇଟି ତଦନ୍ତରେ ବାରମ୍ୱାର ବିଭ୍ରାନ୍ତିକର ରିପୋର୍ଟ ଆସୁଥିବାରୁ ନାଖୋସ ନୟାଗଡ଼ ଜିଲ୍ଲା କଂଗ୍ରେସ ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି। ସେଥିପାଇଁ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାସ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଛନ୍ତି। ରଣଜିତ ଦାସ ଚିଠିରେ ଲେଖିଛନ୍ତି-“ପବିତ୍ର […]

author-image
Manoranjan Sial
ଅଦ୍ୟତନ ହୋଇଛି
ପରୀ ମାମଲାରେ ସ୍ୱର ତୀକ୍ଷ୍‌ଣ କଲା କଂଗ୍ରେସ, ଅମିତ ଶାହଙ୍କୁ ଲେଖିଲା ଚିଠି

amit-sah

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ କୁନି ଝିଅ ‘ପରୀ’ ମାମଲାରେ ତଦନ୍ତ ନେଇ ସ୍ୱର ତୀକ୍ଷଣ କରିଛି କଂଗ୍ରେସ। ପୂର୍ବରୁ ଏସ୍‌ଆଇଟି ତଦନ୍ତ ଦାବି କରିଥିବା କଂଗ୍ରେସ ଏବେ ସ୍ୱରକୁ ଆହୁରି ଶାଣିତ କରିଛି। ଏସ୍‌ଆଇଟି ତଦନ୍ତରେ ବାରମ୍ୱାର ବିଭ୍ରାନ୍ତିକର ରିପୋର୍ଟ ଆସୁଥିବାରୁ ନାଖୋସ ନୟାଗଡ଼ ଜିଲ୍ଲା କଂଗ୍ରେସ ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି। ସେଥିପାଇଁ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାସ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଛନ୍ତି।

Advertisment

ରଣଜିତ ଦାସ ଚିଠିରେ ଲେଖିଛନ୍ତି-“ପବିତ୍ର ବିଧାନସଭା ଗୃହରେ ହାଇକୋର୍ଟଙ୍କ ତତ୍ତ୍ୱବଧାନରେ ଏସ୍‌ଆଇଟି ଗଠନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଆଜି ପର୍ଯ୍ୟନ୍ତ ହାଇକୋର୍ଟଙ୍କ କୌଣସି ବିଚାରପତି ଏସ୍‌ଆଇଟିକୁ ମନିଟରିଂ କରୁନାହାନ୍ତି। ବର୍ତ୍ତମାନ ରାଜ୍ୟ ସରକାରଙ୍କ ଏସ୍‌ଆଇଟି ତଦନ୍ତ ଚାଲିଛି। ଯେଉଁଥିପାଇଁ ଏସ୍‌ଆଇଟି, କୋର୍ଟରୁ ଝଟକା ପରେ ଝଟକା ପାଉଛି। ଏସ୍‌ଆଇଟିର ସାବାଳକ ଅଭିଯୁକ୍ତକୁ କୋର୍ଟ ନାବାଳକ ଘୋଷଣା କଲେ। ଆଜି ଏସ୍‌ଆଇଟିର ନାର୍କୋ ଟେଷ୍ଟ ଆବେଦନ ଖାରଜ ହୋଇଛି। ତେଣୁ ଦିନକୁ ଦିନ ତଦନ୍ତ ଉପରେ ଭରସା କମୁଛି। ପ୍ରକୃତରେ ପରୀ ହତ୍ୟା ଘଟଣାରର ପର୍ଦ୍ଦାଫାସ କରିବାକୁ ହେଲେ ସିବିଆଇ ତଦନ୍ତର ଆବଶ୍ୟକତା ରହିଛି ବୋଲି ଅନୁଭବନ କରୁଛୁ। ଜଣେ ନୟାଗଡ଼ିଆ ଭାବେ ପରୀକୁ ନ୍ୟାୟ ଦେବାକୁ ଆମେ ରାସ୍ତାକୁ ଓହ୍ଲାଇଛୁ। ସେଥିପାଇଁ ଘଟଣାର ସିବିଆଇ ତଦନ୍ତ କରିବାକୁ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଛି।”

ସେପଟେ ପରୀ ହତ୍ୟା ମାମଲାରେ SITକୁ ପୁଣି ଏକ ଝଟକା ଲାଗିଛି। ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ଅଭିଯୁକ୍ତ ନାବାଳକ ଅରାଜି ହେବା ପରେ ନୟାଗଡ଼ ଜୁଭେନାଇଲ ଜଷ୍ଟିସ ବୋର୍ଡ ଏସ୍‌ଆଇଟିର ଆବେଦନକୁ ଖାରଜ କରିଦେଇଛନ୍ତି। ଏହାପରେ ଏସ୍‌ଆଇଟି ବ୍ରେନ ମ୍ୟାପିଂ ପାଇଁ ପୁଣି ଥରେ ଆବେଦନ କରିଛି। ଆସନ୍ତା ୧୩ ତାରିଖରେ ଏହି ଆବେଦନ ଉପରେ ଶୁଣାଣି କରିବେ ଜୁଭେନାଇଲ୍‌ ଜଷ୍ଟିସ ବୋର୍ଡ।

Advertisment