Advertisment

ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ପରୀର ମା'

ନୟାଗଡ଼ (ଓଡ଼ିଶା ରିପୋର୍ଟର): ନୟାଗଡ଼ ଯଦୁପୁରର ବହୁ ଚର୍ଚ୍ଚିତ ନାବାଳିକା ‘ପରୀ’ ହତ୍ୟା ମାମଲା ଏବେ ସୁପ୍ରିମ୍ କୋର୍ଟରେ ପହଞ୍ଚିଛି। ନାବାଳିକାର ମା’ ଏବେ ଏହି ହତ୍ୟା ମାମଲାକୁ ସୁପ୍ରିମ୍ କୋର୍ଟକୁ ନେଇଛନ୍ତି। ନାବାଳିକା ହତ୍ୟା ମାମଲାର ସିବିଆଇ ତଦନ୍ତ ପାଇଁ ନାବାଳିକାର ମା’ ସୁପ୍ରିମ୍ କୋର୍ଟ ଯାଇଥିବା ଜଣାପଡ଼ିଛି। ବର୍ତ୍ତମାନ ଏହି ମାମଲାରେ କ୍ରାଇମବ୍ରାଞ୍ଚ SIT ତଦନ୍ତ କରୁଛି। କିନ୍ତୁ SIT ତଦନ୍ତକୁ ନେଇ ପରୀର ମା’ ଆଦୌ ସନ୍ତୁଷ୍ଟ ନାହାନ୍ତି। ତେବେ ସିବିଆଇକୁ ମାମଲାର […]

author-image
Ranjit Kumar Jena
ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ପରୀର ମା'

pari

ନୟାଗଡ଼ (ଓଡ଼ିଶା ରିପୋର୍ଟର): ନୟାଗଡ଼ ଯଦୁପୁରର ବହୁ ଚର୍ଚ୍ଚିତ ନାବାଳିକା 'ପରୀ' ହତ୍ୟା ମାମଲା ଏବେ ସୁପ୍ରିମ୍ କୋର୍ଟରେ ପହଞ୍ଚିଛି। ନାବାଳିକାର ମା' ଏବେ ଏହି ହତ୍ୟା ମାମଲାକୁ ସୁପ୍ରିମ୍ କୋର୍ଟକୁ ନେଇଛନ୍ତି। ନାବାଳିକା ହତ୍ୟା ମାମଲାର ସିବିଆଇ ତଦନ୍ତ ପାଇଁ ନାବାଳିକାର ମା' ସୁପ୍ରିମ୍ କୋର୍ଟ ଯାଇଥିବା ଜଣାପଡ଼ିଛି। ବର୍ତ୍ତମାନ ଏହି ମାମଲାରେ କ୍ରାଇମବ୍ରାଞ୍ଚ SIT ତଦନ୍ତ କରୁଛି। କିନ୍ତୁ SIT ତଦନ୍ତକୁ ନେଇ ପରୀର ମା' ଆଦୌ ସନ୍ତୁଷ୍ଟ ନାହାନ୍ତି। ତେବେ ସିବିଆଇକୁ ମାମଲାର ଉପଯୁକ୍ତ ତଦନ୍ତ ପାଇଁ ପରୀର ମା' ନିବେଦନ କରିଛନ୍ତି।

Advertisment

ଅନ୍ୟପକ୍ଷରେ ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ନାବାଳକର ବ୍ରେନ ମ୍ୟାପିଂ ପାଇଁ ଆଜି SIT ଆବେଦନ କରିଥିଲା। କିନ୍ତୁ ଅଭିଯୁକ୍ତ ବ୍ରେନ ମ୍ୟାପିଂ କରିବା ପାଇଁ ମନା କରିଦେଇଛି। ଆଜି ନୟାଗଡ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ଏନେଇ ଶୁଣାଣି ଚାଲିଥିବା ବେଳେ ବ୍ରେନ୍ ମ୍ୟାପିଂ ପାଇଁ ଅଭିଯୁକ୍ତ ରାଜି ହୋଇନଥିବା ସୂଚନା ମିଳିଛି। ତେବେ ଏସଆଇଟିର ଯୁକ୍ତି ଶୁଣିବା ପରେ କୋର୍ଟ ରାୟକୁ ସଂରକ୍ଷିତ ରଖିଛନ୍ତି। ଯଦି ଅଭିଯୁକ୍ତ ବ୍ରେନ୍ ମ୍ୟାପିଂ ପାଇଁ ଅରାଜି ହୁଏ, ତାହେଲେ SIT ଲେୟର ଭଏସ ଆନାଲିସିସ୍ ଟେଷ୍ଟ ପାଇଁ ଆବେଦନ କରିବ।

ଏହା ପୂର୍ବରୁ ଅଭିଯୁକ୍ତ ଜଣକ ନାର୍କୋ ଟେଷ୍ଟ ପାଇଁ ମଧ୍ୟ ରାଜି ହୋଇନଥିଲା। ଅଭିଯୁକ୍ତର ନାର୍କୋ ଆନାଲିସିସ୍‌ ଟେଷ୍ଟ ପାଇଁ ନୟାଗଡ଼ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ(ଜେଜେବି)ରେ ଏସ୍‌ଆଇଟି ପକ୍ଷରୁ ଆବେଦନ କରାଯାଇଥିଲା।

Advertisment