Advertisment

ଗୋଟିଏ ପକ୍ଷର ବରଯାତ୍ରୀ ଅନ୍ୟ ଏକ ବାହାଘରର ଭୋଜି ଖାଇବାରୁ ଗଣ୍ଡଗୋଳ

ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା।

ଅଦ୍ୟତନ ହୋଇଛି
Volance

Volance

Advertisment

ଗୋଟିଏ ସ୍ଥାନରେ ତିନିଟି ବାହାଘର ଚାଲିଥିବା ବେଳେ ଗୋଟିଏ ପକ୍ଷର ବରଯାତ୍ରୀର କିଛି ଲୋକ ଅନ୍ୟ ଏକ ପକ୍ଷର ଭୋଜିରେ ବସି ଖାଉଥିବା ବେଳେ ଘଟିଥିଲା ତୁମୁଳକାଣ୍ଡ। ଉଭୟ ଗୋଷ୍ଠୀ ମଧ୍ୟରେ ହୋଇଥିଲା ଗଣ୍ଡଗୋଳ। ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା। ଏଭଳି ଏକ ଘଟଣା ଘଟିଛି ନୟାଗଡ଼ ଜିଲ୍ଲାରେ।

Advertisment

ଗତକାଲି ଇଟାମାଟି ଥାନା ଅନ୍ତର୍ଗତ ପ୍ରତାପପ୍ରସାଦ ଗାଁ ନିକଟରେ ଥିବା ଭୈରବୀ ମନ୍ଦିରରେ ନୟାଗଡ଼ ଜିଲ୍ଲା ପଣ୍ଡୁସର, ମାଛିପଡ଼ା ଏବଂ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଅଞ୍ଚଳର ୩ଟି ବାହାଘର ଚାଲିଥିଲା। ଏହି ସମୟରେ ଏକ ବାହାଘରକୁ ଆସିଥିବା କିଛି ବରଯାତ୍ରୀ ଅନ୍ୟ ଏକ ବାହାଘରର ଭୋଜି ଖାଉଥିଲେ। ଏକଥା ଜାଣିପାରି ଝିଅଘର ଲୋକମାନେ ସେମାନଙ୍କୁ ବିରୋଧ କରିଥିଲେ।

ଏହାକୁ କେନ୍ଦ୍ରକରି ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହେବା ସହିତ ଗଣ୍ଡଗୋଳ ହୋଇଥିଲା। ଇଟାମାଟି ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଏହାସହ ଏହି ଘଟଣାରେ ଜଣକୁ ଥାନାକୁ ନେଇ ଅଟକ ରଖିଥିଲା। ପରେ ଅଣ୍ଡରଟେକିଂ ଲେଖାଇ ପୁଲିସ ତାଙ୍କୁ ଛାଡ଼ିଥିଲା। ମଦ ପିଇ ସମ୍ପୃକ୍ତ ବ୍ୟକ୍ତି ଜଣକ ସେଠାରେ ପାଟିତୁଣ୍ଡ କରିବାରୁ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା।

Advertisment
Odisha Police Nayagarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe