Advertisment

ଘରକୁ ଫେରୁଥିଲେ ୨ ଯୁବକ, ଗଛରେ ପିଟି ହୋଇଗଲା ବାଇକ୍‌

ଭାରସାମ୍ୟ ହରାଇ ବାଇକ୍‌ଟି ଏକ ଗଛରେ ପିଟି ହେବାରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ମୃତକ ହେଲେ ନୟାଗଡ଼ ଜିଲ୍ଳା ଜଗରନ୍ନାଥପ୍ରସାଦ ତିଅର ସାହିର ବୁଲୁ ମହାପାତ୍ର ଓ ଗୁରୁତରଜଣକ ହେଲେ ପ୍ରଫୁଲ୍ଲ ନାୟକ ।

author-image
Niharika Rout
Accident

Accident

ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବରଡାଖେମଣ ଜଙ୍ଗଲ ରାସ୍ତାରେ ଗତ ରାତିରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ଜଣେ ବାଇକ୍‌ ଆରୋହୀଙ୍କ ଜୀବନ ଯାଇଛି। ଭାରସାମ୍ୟ ହରାଇ ବାଇକ୍‌ଟି ଏକ ଗଛରେ ପିଟି ହେବାରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ମୃତକ ହେଲେ ନୟାଗଡ଼ ଜିଲ୍ଳା ଜଗରନ୍ନାଥପ୍ରସାଦ ତିଅର ସାହିର ବୁଲୁ ମହାପାତ୍ର ଓ ଗୁରୁତରଜଣକ ହେଲେ ପ୍ରଫୁଲ୍ଲ ନାୟକ ।

Advertisment

ଗତକାଲି ବିଳମ୍ବିତ ରାତିରେ ବୁଲୁ ମହାପାତ୍ର ଓ ପ୍ରଫୁଲ୍ଲ ନାୟକ ବାଇକ୍‌ ଯୋଗେ ଘରକୁ ଫେରୁଥିଲେ। ମାତ୍ର ଦ୍ରୁତ ଗତିରେ ଆସୁଥିବା ବାଇକ୍‌ଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଯାଇଥିଲା। ଫଳରେ ଘଟଣାସ୍ଥଳରେ ବୁଲୁ ମହାପାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରଫୁଲ୍ଲ ନାୟକଙ୍କ ଅବସ୍ଥା ଗୁରୁତର ହୋଇଛି ।

ଗୁରୁତର ପ୍ରଫୁଲ୍ଲଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। 

Advertisment
Accident Deadbody Road Accident