Advertisment

ନିରାଶାର ମରୁରେ ଆଶାର ଝର ଶହେ ବର୍ଷର ସୁମତି

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ):ମୃତ୍ୟୁର ହାହାକାର ବେଳେ ଜୀବନର ନାଁଟିଏ ସୁମତି। ନିରାଶାର ମରୁରେ ଆଶାର ଅନ୍ୟ ଏକ ଝରଟିଏ ସୁମତି।ଅବ୍ୟବସ୍ଥାର ପୁଳାପୁଳା ଅପବାଦ ଭିତରେ ଭରସାର ଭଲ ଉଦାହରଣ ବି ସୁମତି। ହଁ ଇଏ ସେଇ ସୁମତି । ଶହେ ବର୍ଷ ବୟସରେ ବି ମହାମାରୀକୁ ଚକମା ଦେଇ ମରଣ ମୁହଁରୁ ମୁକୁଳି ଆସିଥିବା ନୟାଗଡ଼ ନୂଆଗାଁ ମହୀପୁର ଗାଁର ସୁମତି ନାୟକ। ଏବେ ବିଛଣାରୁ ଉଠି ବସିଲେଣି, ଅଳ୍ପ ଅଳ୍ପ ଖାଇଲେଣି। ଜୀବନର ଗାଡ଼ିକୁ ଆହୁରି […]

ନିରାଶାର ମରୁରେ ଆଶାର ଝର ଶହେ ବର୍ଷର ସୁମତି

780

Advertisment

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ):ମୃତ୍ୟୁର ହାହାକାର ବେଳେ ଜୀବନର ନାଁଟିଏ ସୁମତି। ନିରାଶାର ମରୁରେ ଆଶାର ଅନ୍ୟ ଏକ ଝରଟିଏ ସୁମତି।ଅବ୍ୟବସ୍ଥାର ପୁଳାପୁଳା ଅପବାଦ ଭିତରେ ଭରସାର ଭଲ ଉଦାହରଣ ବି ସୁମତି। ହଁ ଇଏ ସେଇ ସୁମତି । ଶହେ ବର୍ଷ ବୟସରେ ବି ମହାମାରୀକୁ ଚକମା ଦେଇ ମରଣ ମୁହଁରୁ ମୁକୁଳି ଆସିଥିବା ନୟାଗଡ଼ ନୂଆଗାଁ ମହୀପୁର ଗାଁର ସୁମତି ନାୟକ। ଏବେ ବିଛଣାରୁ ଉଠି ବସିଲେଣି, ଅଳ୍ପ ଅଳ୍ପ ଖାଇଲେଣି। ଜୀବନର ଗାଡ଼ିକୁ ଆହୁରି ଆଗକୁ ଗଡ଼େଇବାର ସ୍ୱପ୍ନ ବି ଦେଖିଲେଣି।

Advertisment

ହେଲେ କରୋନା ସହ ତାଙ୍କ ଲଢ଼େଇର କାହାଣୀ କିଛି ଆଶ୍ଚର୍ଯ୍ୟଠୁ କମ୍ ନୁହେଁ।  ରୋଗରେ ପଡ଼ିବା ପରେ ଗଲା ୬ ତାରିଖରେ ସୁମତିଙ୍କୁ ଯେତେବେଳେ ଖଣ୍ଡପଡ଼ା କୋଭିଡ୍ କେୟାର ସେଣ୍ଟରକୁ ଅଣାଯାଇଥିଲା। ସେତେବେଳେ ପରିବାର ଲୋକଙ୍କର ତ ବିଲକୁଲ୍ ଆଶା ନଥିଲା । ଅମ୍ଳଜାନ ସ୍ତର ଖସିଯାଇଥିଲା । ଅବସ୍ଥା ଗୁରୁତର ଥିଲା ହେଲେ । ନା ଆଶା ଛାଡ଼ିଥିଲେ ଡାକ୍ତର, ନା ନିଜ ଉପରୁ ଭରସା ତୁଟାଇ ନଥିଲେ ସୁମତି।

ତେବେ ସୁମତିଙ୍କୁ ନୂଆ ଜୀବନ ଦେବାରେ ସବୁଠୁ ବଡ଼ ଭୂମିକା ଥିଲା ଚିକିତ୍ସା କରୁଥିବା ଡାକ୍ତରଙ୍କର।  ୧୦ ଦିନର ଲଢେଇ ପରେ କରୋନାରୁ ସୁସ୍ଥ ହୋଇ ୧୬ ତାରିଖରେ ଘରକୁ ଫେରିଛନ୍ତି ସୁମତି। କୋଭିଡ୍ ସହ ଲଢ଼ିବା ପାଇଁ ଡାକ୍ତରୀ ଚିକିତ୍ସା ଓ ସେବା ଯତ୍ନ ଯେତିକି ଜରୁରୀ, ସେତିକି ଜରୁରୀ ରୋଗୀର ଦୃଢ଼ ମନୋବଳ ଓ ଜିଇଁବାର ଇଚ୍ଛାଶକ୍ତି । ନୟାଗଡ଼ ଖଣ୍ଡପଡ଼ା କୋଭିଡ୍ ହସ୍ପିଟାଲର ଏ କାହାଣୀ ଅନ୍ତତଃ ଏଇ ସନ୍ଦେଶ ଦେଉଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe