Advertisment

ଗଛରେ ପିଟିହେଲା ବାଇକ୍, ୩ ମୃତ

ମୃତକମାନଙ୍କ ମଧ୍ୟରୁ ୨ ଜଣଙ୍କୁ ୧୯ ବର୍ଷ ହୋଇଥିଲା ବେଳେ ଜଣଙ୍କୁ ୨୦ ବର୍ଷ ହୋଇଥିଲା।

ଅଦ୍ୟତନ ହୋଇଛି
Accident

Accident

Advertisment

ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ପଥରା ଗାଁ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ସ୍କୁଲ ସାହିର ମାଧବ ପ୍ରଧାନ (୨୦),ସୂର୍ଯ୍ୟକାନ୍ତ ପ୍ରଧାନ (୧୯)  ଓ ରାଜେଶ ନାୟକ (୧୯)।

Advertisment

ଓଡଗାଁରେ ଶ୍ରୀରାମ ନବମୀ ପାଇଁ ମେଳା ହେଉଥିଲା। ଗତକାଲି ୩ ଏହି ତିନି ସାଙ୍ଗ ଶ୍ରୀରାମ ନବମୀ ମେଳା ଦେଖିବା ପାଇଁ ଓଡଗାଁ ଯାଇଥିଲେ। ବିଳମ୍ବିତ ରାତିରେ ସେଠାରୁ ଘରକୁ ଫେରିଲା ବେଳକୁ କୋମଣ୍ଡ ପଥରାସ୍ଥିତ ବୃଦ୍ଧାଶ୍ରମ ନିକଟରେ ସେମାନଙ୍କ ବାଇକ୍‌ ଭାରସାମ୍ୟ ହରାଇ ଏକ ବରଗଛରେ ପିଟି ହୋଇଥିଲା। ସ୍ଥାନୀୟ ଲୋକେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ।

ତିନି ସାଙ୍ଗଙ୍କ ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳିଯାଇଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।

Advertisment
Nayagarh Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe