Advertisment

ଫେକ୍ ଆକାଉଣ୍ଟ ଖୋଲି ଫାଇନାନ୍ସ କମ୍ପାନୀଠୁ ଲୁଟିଲେ ୪୦ ଲକ୍ଷ, ଧରା ପଡ଼ିଗଲେ ଯୁବକ

ଗତକାଲି ଅଭିଯୁକ୍ତ ପ୍ରବୀରକୁ ଗିରଫ କରିବା ସହ ତାଙ୍କଠାରୁ ନଗଦ ୯ ଲକ୍ଷ ୯୦ ହଜାର ଟଙ୍କା ଓ ଏକ ମୋବାଇଲ ଜବତ କରିଥିଲା ପୁଲିସ।

Loot

Loot

Advertisment

ଫେକ୍ ଆକାଉଣ୍ଟ ଖୋଲି ଫାଇନାନ୍ସ କମ୍ପାନୀଠୁ ୪୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣେ ଯୁବକଙ୍କୁ ବାନ୍ଧିଲା ନୟାଗଡ଼ ପୁଲିସ। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ପୁରୀ ଜିଲା ଡେ଼ଲାଙ୍ଗ ଥାନା ଟୋଲାପଡା ଗାଁର ପ୍ରବୀର କୁମାର ସେନାପତି।

Advertisment

ସୂଚନା ଅନୁସାରେ, ପ୍ରବୀର ସୁର୍ଯ୍ୟଉଦୟ ଫାଇନାନ୍ସ କମ୍ପାନୀ ନୟାଗଡ ଶାଖାରେ କାମ କରୁଥିଲେ। ତେବେ କିଛି ମାସ ପୂର୍ବେ ସେ ଚାକରି ଛାଡ଼ି ଦେଇଥିଲେ। ହେଲେ ଫାଇନାନ୍ସ କମ୍ପାନୀର ଆକାଉଣ୍ଟ ଖୋଲିବାର ପାସୱାର୍ଡ ଓ ଆକ୍ସେସ ତାଙ୍କ ପାଖରେ ଥିଲା। ପ୍ରବୀର ଏହାର ଫାଇଦା ଉଠାଇଥିଲେ। ଏହି ପାସୱାର୍ଡ ଓ ଆକ୍ସେସକୁ ବ୍ୟବହାର କରି ଫାଇନାନ୍ସ କମ୍ପାନିର ୮ଟି ଫେକ୍ ଆକାଉଣ୍ଟ ତିଆରି କରି ୪୦ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲେ l ପରେ ଉକ୍ତ ୪୦ ଲକ୍ଷକୁ ତାଙ୍କ ନୟାଗଡ଼ ଆକ୍ସସି ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ।

ତେବେ ଏ ସମ୍ପର୍କରେ ସୁର୍ଯ୍ୟଉଦୟ ଫାଇନାସ କମ୍ପାନୀର ନୟାଗଡ଼ ଶାଖାର ମ୍ୟାନେଜର ଜ୍ୟୋତି ରଞ୍ଜନ ପରିଡା ଜାଣିବା ପରେ ନୟାଗଡ଼ ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏ ନେଇ ଏକ ମାମଲା ଦାୟର କରିବା ସହ ଘଟଣାର ତଦନ୍ତ କରିଥିଲା। ଗତକାଲି ଅଭିଯୁକ୍ତ ପ୍ରବୀରକୁ ଗିରଫ କରିବା ସହ ତାଙ୍କଠାରୁ ନଗଦ ୯ ଲକ୍ଷ ୯୦ ହଜାର ଟଙ୍କା ଓ ଏକ ମୋବାଇଲ ଜବତ କରି କରିଥିଲା। ଏହାସହ ତାଙ୍କୁ କୋର୍ଟ ଚାଲାଣ କରିଥିଲା। ବାକି ଟଙ୍କା ଅଭିଯୁକ୍ତଙ୍କ ଆକ୍ସିସ ବ୍ୟାଙ୍କ ନୟାଗଡ଼ ଶାଖାରେ ଥିବା ଜଣାପଡିଛି। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Loot Nayagarh Finance Company
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe