Advertisment

ଝିଅ ପାଇଁ ପାତ୍ର ଦେଖିବାକୁ ଯାଇଥିଲେ, ଶବ ହୋଇ ଫେରିଲେ

କିଶୋରପ୍ରସାଦ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରାଜକିଆ ପାର୍ଶ୍ୱରୁ ଆସୁଥିବା ଏକ କଂସା ବାସନ ବୋଝେଇ ପିକ୍‌ଅପ୍‌ ତାଙ୍କୁ ଧକ୍କା ଦେଇଥିଲା।

Accident

Accident

Advertisment

ଝିଅ ପାଇଁ ପାତ୍ର ଦେଖିବାକୁ ଯାଇଥିଲେ। ହେଲେ ଶବ ହୋଇ ଫେରିଲେ! ଆଜି ସକାଳେ ଏପରି ହୃଦୟବିଦାରକ ଘଟଣା ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅଞ୍ଚଳରେ ଘଟିଛି।

Advertisment

ଖଣ୍ଡପଡା ଥାନା ଲକ୍ଷ୍ମୀପ୍ରସାଦ ଗାଁର ମହେଶ୍ୱର ବେହେରା ନିଜ ଝିଅର ବିବାହ ପ୍ରସ୍ତାବ ପାଇଁ କିଶୋରପ୍ରସାଦ ଗ୍ରାମକୁ ଯାଉଥିଲେ। କଥାବାର୍ତ୍ତା ସାରି ସେ ଚାଲି ଚାଲି ଘରକୁ ଫେରୁଥିଲେ। ତେବେ କିଶୋରପ୍ରସାଦ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରାଜକିଆ ପାର୍ଶ୍ୱରୁ ଆସୁଥିବା ଏକ କଂସା ବାସନ ବୋଝେଇ ପିକ୍‌ଅପ୍‌ ତାଙ୍କୁ ଧକ୍କା ଦେଇଥିଲା।

ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ଗଣିଆ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହେଶ୍ୱରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଗଣିଆ ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଦୁର୍ଘଟଣା ଘଟାଇଥିବା ପିକ୍‌ଅପ୍‌ ଭ୍ୟାନଟିକୁ ଜବତ କରିବା ସହ ଡ୍ରାଇଭରକୁ ଥାନାରେ ଅଟକ ରଖିଛି।

Advertisment

ଦୁର୍ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ମୃତକ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଥିଲେ। ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ମୃତ ପରିବାରକୁ ସରକାରଙ୍କ ତରଫରୁ କ୍ଷତିପୂରଣ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଛି।

ପିକ୍‌ଅପ୍‌ ଭ୍ୟାନଟି ବାସନକୁସନ ବୋଝେଇ କରି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରୁ ବାହାରି ଗଣିଆ ଦେଇ ବୌଦ୍ଧ ଜିଲ୍ଲା ଅଭିମୁଖେ ଯାଉଥିଲା।

ରିପୋର୍ଟ-ଦଶପଲ୍ଲାରୁ ସଞ୍ଜିବ ସାହୁ

Accident Nayagarh Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe