Advertisment

ଟ୍ରାଏ ସାଇକେଲ୍‌ ପାଇଁ ଧୂ ଧୂ ଖରାରେ ୩ କିମି ଚାଲିଲେ ବୃଦ୍ଧ!

ବାର୍ଦ୍ଧକ୍ୟରେ ଜୀବନ ସାଥୀକୁ ହରାଇ ଭାଙ୍ଗି ପଡ଼ିଥିଲେ ଶୁକର ମଉସା। ହେଲେ ହାର୍‌ ମାନିନଥିଲେ। ପୁଅ, ବୋହୂ, ନାତି ଓ ନାତୁଣୀଙ୍କ ଭିତରେ ନିଜର ସମୟ କାଟିବାକୁ ଚାହିଁଥିଲେ। ସମୟ ସାଥ୍‌ ଦେଲାନି। ବର୍ଷେ ତଳେ କୁମାର ପୂର୍ଣ୍ଣିମାରେ ଶୁକର ମଉସା କାମ କରିବା ପାଇଁ ଯାଇଥିଲେ।

Nayagarh

Nayagarh

Advertisment

ବୟସ ୭୦ ହେଲାଣି। ଚାଲିବାକୁ ପାଦରେ ବଳ ନାହିଁ। ତେଣୁ ଟ୍ରାଏ ସାଇକେଲ୍‌ଟିଏ ପାଇଁ ଧୂ ଧୂ ଖରାରେ ୩ କିମି ଚାଲିଲେ ବୃଦ୍ଧ! ଆଉ ବ୍ଲକ୍‌ ଅଫିସ୍‌ରେ ବାବୁଙ୍କ ପାଖରେ ଗୁହାରୀ କଲେ। ଏପରି ଚିତ୍ର ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକରୁ।

Advertisment

ଭୋଗରା ଗାଁ ଶୁକର ବେହେରା। ପରିବାର କହିଲେ ପତ୍ନୀ, ପୁଅ ଓ ଝିଅ। କାମଦାମ କରି ଚଳୁଥିଲେ ଶୁକର। ପିଲାଙ୍କ ଭାଗ୍ୟ ଓ ଭବିଷ୍ୟତ ଗଢ଼ୁ ଗଢ଼ୁ କେତେବେଳେ ବାର୍ଦ୍ଧକ୍ୟରେ ପଦାର୍ପଣ କଲେ, ଜାଣିପାରିଲେ ନାହିଁ। ଏହାରି ଭିତରେ ଝିଅ ବାହାହୋଇ ଶାଶୂଘରକୁ ଚାଲିଗଲା। ଝିଅର ଅଭାବ ପୂରଣ କରିବା ପାଇଁ ପୁଅକୁ ବାହା କରାଇ ଘରକୁ ବୋହୂ ଆଣିଥିଲେ ଶୁକର ମଉସା। ବେଶ ହସଖୁସିରେ ଚାଲୁଥିଲା ପରିବାର। ହଠାତ୍‌ ପତ୍ନୀ ହାତ ଛାଡ଼ି ଅଫେରା ରାଇଜକୁ ଚାଲିଗଲେ।

ବାର୍ଦ୍ଧକ୍ୟରେ ଜୀବନ ସାଥୀକୁ ହରାଇ ଭାଙ୍ଗି ପଡ଼ିଥିଲେ ଶୁକର ମଉସା। ହେଲେ ହାର୍‌ ମାନିନଥିଲେ। ପୁଅ, ବୋହୂ, ନାତି ଓ ନାତୁଣୀଙ୍କ ଭିତରେ ନିଜର ସମୟ କାଟିବାକୁ ଚାହିଁଥିଲେ। ସମୟ ସାଥ୍‌ ଦେଲାନି। ବର୍ଷେ ତଳେ କୁମାର ପୂର୍ଣ୍ଣିମାରେ ଶୁକର ମଉସା କାମ କରିବା ପାଇଁ ଯାଇଥିଲେ। ଘରକୁ ଫେରିବା ରାସ୍ତାରେ ଦୁର୍ଘଟଣାରେ ଶିକାର ହୋଇ ଗୋଡ଼ ଭାଙ୍ଗି ଯାଇଥିଲା। ତାଙ୍କୁ ଦଶପଲ୍ଲା ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଚିକିତ୍ସା ପରେ ଗୋଡ଼ ଦୁଇଟି ଠିକ୍‌ରେ କାମ କଲାନାହିଁ। ବିନା ଆଶ୍ରାବାଡ଼ିରେ ଚାଲି ପାରିଲେ ନାହିଁ।

Advertisment

ଶୁକର ମଉସାଙ୍କ ଏପରି ଦୁଃଖ ସମୟରେ ସାଥ୍‌ ଦେଲାନି ପରିବାର! ତେଣୁ ଯନ୍ତ୍ରଣାକୁ ଧରି ଝିଅ ଘର ଗୁଡ଼ିବିଡ଼ା ଗାଁକୁ ଚାଲିଗଲେ। ଲୁହା ପାଇପ୍‌ରେ ଆଶ୍ରାବାଡ଼ି କରି ବହୁକଷ୍ଟରେ ଚାଲୁଛନ୍ତି। ପାଖରେ ସମ୍ୱଳ ନଥିବାରୁ ଟ୍ରାଏ ସାଇକେଲ୍‌ଟିଏ କିଣିପାରୁନାହାନ୍ତି। ତେଣୁ ଟ୍ରାଏ ସାଇକେଲ୍‌ଟିଏ ପାଇଁ ବ୍ଲକ ଅଫିସ୍‌ରେ ବାରମ୍ୱାର ଗୁହାରୀ କରିଛନ୍ତି। ହେଲେ ତାଙ୍କ କଥା କେହୁ ଶୁଣୁନଥିବା ଅଭିଯୋଗ ହୋଇଛି।

ଆଜି ଚାଇଁ ଚାଇଁ ମାରୁଛି ଖରା। ଘରୁ ବାହାରିବା କାଠିକର ପାଠ। କିନ୍ତୁ ଶୁକର ମଉସା ସେହି ଖରାକୁ ଖାତିର ନକରି ନିଜର ଭଙ୍ଗା ଆଶ୍ରାବାଡ଼ିରେ ୩ କିମି ଚାଲି ଚାଲି ବ୍ଲକ ଅଫିସ୍‌ରେ ପହଞ୍ଚିଥିଲେ। ସବୁଥର ପରି ଆଜି ମଧ୍ୟ ହାତ ଯୋଡ଼ି ବାବୁଙ୍କୁ ଗୁହାରୀ କରିଥିଲେ। ବାହାନା କରି ବାବୁ ତାଙ୍କୁ ଫେରାଇ ଦେଇଥିବା ଶୁକର ମଉସା କହିଛନ୍ତି।

ରିପୋର୍ଟ-ଦଶପଲ୍ଲାରୁ ସଞ୍ଜିବ ସାହୁ

Nayagarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe