Advertisment

ନାବାଳକ ହୋଇ ଗାଡ଼ି ଚଳାଇବା ମହଙ୍ଗା ପଡ଼ିଲା; ୩ ଜଣଙ୍କ ଉପରେ ୭୫ ହଜାର ଜରିମାନା

ନାବାଳକ ହୋଇ ଗାଡ଼ି ଚଳାଇବା ମହଙ୍ଗା ପଡ଼ିଲା। ପରିବହନ ବିଭାଗ ହାତରେ ଧରାପଡ଼ି କାନମୁଣ୍ଡ ଆଉଁସିଲେ ୩ ନାବାଳକ ।

ଅଦ୍ୟତନ ହୋଇଛି
undefined

Traffic

Advertisment

ନାବାଳକ ହୋଇ ଗାଡ଼ି ଚଳାଇବା ମହଙ୍ଗା ପଡ଼ିଲା। ପରିବହନ ବିଭାଗ ହାତରେ ଧରାପଡ଼ି କାନମୁଣ୍ଡ ଆଉଁସିଲେ ୩ ନାବାଳକ। ପରିବହନ ବିଭାଗ ପକ୍ଷରୁ ସେମାନେ ଚଳାଉଥିବା ୩ଟି ଗାଡ଼ି ଜବତ କରାଯାଇଥିବା ବେଳେ ସେମାନଙ୍କ ଉପରେ ୨୫ ହଜାର ଟଙ୍କା ଲେଖାଏ ଫାଇନ୍‌ ପଡ଼ିଛି। ନୟାଗଡ଼ ଟାଉନ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏହି ଘଟଣା। 

Advertisment

ଶୂନ୍ୟ ମୃତ୍ୟୁ ସପ୍ତାହର ଶେଷ ଦିନରେ ଆଜି ନୟାଗଡ଼ ପରିବହନ ବିଭାଗର ପକ୍ଷରୁ ସକାଳୁ ସକାଳୁ ଚେକିଂକୁ କଡ଼ାକଡ଼ି କରାଯାଇଥିଲା। ଏପରିକି ନିୟମ ଖିଲାପକାରୀଙ୍କୁ ମାଡ଼ି ବସିବାକୁ ବିଭିନ୍ନ ସ୍ଥାନରେ ଟିମ୍‌ ମୁତୟନ ହୋଇଥିଲେ।

ସକାଳ ପ୍ରାୟ ୯ଟା ବେଳେ ନୟାଗଡ଼ ଟାଉନ ଥାନ ଅଞ୍ଚଳର ୨ଟି ଶିକ୍ଷାନୁଷ୍ଠାନ ସମ୍ମୁଖରେ ୩ ଜଣ ନାବାଳକ ନିଜେ ଗାଡ଼ି ଚଳାଇ ଆସୁଥିବା ବେଳେ ସେମାନଙ୍କୁ ଧରିଥିଲା ପରିବହନ ବିଭାଗ ଟିମ୍‌। ୨ ଜଣ ସ୍କୁଟିରେ ଆସୁଥିବା ବେଳେ ଜଣେ ବାଇକରେ ଆସୁଥିଲେ। ଗାଡ଼ି ଗୁଡ଼ିକୁ ଜବତ କରିବା ସହିତ ସେମାନଙ୍କ ଉପରେ ୨୫ ହଜାର ଟଙ୍କା ଲେଖାଏଁ (ମୋଟ ୭୫ ହଜାର ଟଙ୍କା) ଜରିମାନା ପକାଯାଇଥିଲା।

Advertisment

ଏହି ମାମଲାକୁ ଏସଡିଜେଏମ୍‌ କୋର୍ଟକୁ ଫରୱାର୍ଡ କରାଯିବ ବୋଲି ନୟାଗଡ଼ ଆରଟିଓ ପକ୍ଷରୁ କୁହାଯାଇଛି। ସେଠାରେ ମାମଲାର ଶୁଣାଣି ପରେ ଯାହା ରାୟ ପ୍ରକାଶ ପାଇବ ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।

Vehicle Checking Nayagarh Traffic Rule Fine Vehicle Challan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe