Advertisment

ଦୁଇ ମାସ ପରେ ଘରେ ପହଞ୍ଚିଲା ପୁଅର ମୃତଦେହ

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ସାଉଦି ଆରବରେ ଇଲେକ୍ଟ୍ରି କାମ କରିବାକୁ ଯାଇଥିବା ନୟାଗଡ଼ ଜିଲ୍ଲା ଲାଠିପଡ଼ା ଗାଁ ନୂଆସାହିର ଶୁଭକାନ୍ତ ପ୍ରଧାନଙ୍କର ଗତ ଜାନୁଆରୀ ୧୨ ତାରିଖରେ ମୃତ୍ୟୁ ଘଟିଥିବା ବେଳେ ଦୁଇ ମାସ ପରେ ଆଜି ତାଙ୍କ ମୃତଦେହ ଗାଁରେ ପହଞ୍ଚିଛି। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, କଂପାନୀରେ ଉଚ୍ଚ ଅଧିକାରୀଙ୍କ ଦ୍ୱାରା ମାନସିକ ଚାପର ଶିକାର ହେବା ପରେ ଆତ୍ମହତ୍ୟା କରିଥିଲେ ଶୁଭକାନ୍ତ। ଶୁଭକାନ୍ତଙ୍କ ମୃତ୍ୟୁ ଖବର ପାଇବା ପରେ ପରିବାର ଲୋକେ ଶୁଦ୍ଧିକ୍ରିୟା […]

ଅଦ୍ୟତନ ହୋଇଛି
ଦୁଇ ମାସ ପରେ ଘରେ ପହଞ୍ଚିଲା ପୁଅର ମୃତଦେହ

shubhakanta

Advertisment

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ସାଉଦି ଆରବରେ ଇଲେକ୍ଟ୍ରି କାମ କରିବାକୁ ଯାଇଥିବା ନୟାଗଡ଼ ଜିଲ୍ଲା ଲାଠିପଡ଼ା ଗାଁ ନୂଆସାହିର ଶୁଭକାନ୍ତ ପ୍ରଧାନଙ୍କର ଗତ ଜାନୁଆରୀ ୧୨ ତାରିଖରେ ମୃତ୍ୟୁ ଘଟିଥିବା ବେଳେ ଦୁଇ ମାସ ପରେ ଆଜି ତାଙ୍କ ମୃତଦେହ ଗାଁରେ ପହଞ୍ଚିଛି। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, କଂପାନୀରେ ଉଚ୍ଚ ଅଧିକାରୀଙ୍କ ଦ୍ୱାରା ମାନସିକ ଚାପର ଶିକାର ହେବା ପରେ ଆତ୍ମହତ୍ୟା କରିଥିଲେ ଶୁଭକାନ୍ତ।

Advertisment

ଶୁଭକାନ୍ତଙ୍କ ମୃତ୍ୟୁ ଖବର ପାଇବା ପରେ ପରିବାର ଲୋକେ ଶୁଦ୍ଧିକ୍ରିୟା କରିଥିଲେ। ହେଲେ ସାଉଦି ଆରବରୁ ତାଙ୍କ ମୃତଦେହ ଆସିପାରି ନଥିଲା। ଜିଲ୍ଲା ଶ୍ରମ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଦ୍ୱାରସ୍ଥ ହୋଇଥିଲେ ପରିବାର ଲୋକେ। କିନ୍ତୁ କିଛି ସୁଫଳ ମିଳି ନଥିଲା। ପରେ ଏନେଇ ପରିବାର ଲୋକେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଅନୁରୋଧ କରିଥିଲେ।

ଶ୍ରୀ ପଣ୍ଡା ସାଉଦି ଆରବରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଚିଠି ଲେଖିଥିଲେ। ଆଉ ଶେଷରେ ଶୁଭକାନ୍ତଙ୍କ ମୃତଦେହ ଗତକାଲି କୋଲକାତାରେ ପହଞ୍ଚିଥିଲା। ସେଠାରୁ ସଡ଼କ ପଥରେ ଆସି ଆଜି ସକାଳେ ମୃତଦେହ ତାଙ୍କ ଗାଁରେ ପହଞ୍ଚିଥିଲା। ଶୁଭକାନ୍ତଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଛି।

Advertisment

[caption id="attachment_720570" align="aligncenter" width="650"]publive-image ଶୁଭକାନ୍ତଙ୍କ ଶେଷ ଦର୍ଶନ କରିବା ପାଇଁ ଗାଁରେ ଭିଡ଼[/caption]

ଶୁଭକାନ୍ତଙ୍କୁ ମାତ୍ର ୨୬ ବର୍ଷ ହୋଇଥିଲା। ସେ ମୁମ୍ବାଇର ଏକ ଏଜେନ୍ସୀ ମାଧ୍ୟମରେ ସାଉଦି ଆରବ ଯାଇଥିଲେ ଓ ଏକ କମ୍ପାନୀରେ ଇଲେକ୍ଟ୍ରି କାମ କରୁଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe