Advertisment

ନକଲି ସୁନା ରଖି ଅସଲି ନେଇଗଲା, ବ୍ୟାଙ୍କ ଭକୁଆ

ଶରଣକୁଳ ଥାନା ଶିଖରପୁରରେ ରହିଛି କାନାରା ବ୍ୟାଙ୍କର ଗୋଟିଏ ଶାଖା। ଏହି ବ୍ୟାଙ୍କର ବଣିଆ ଭାବେ କାମ କରୁଥିଲେ ନୀଳମାଧବ ଆଚାରୀ। ବ୍ୟାଙ୍କରେ ରହୁଥିବା ସୁନାର ମାନ ଯାଞ୍ଚ କରୁଥିଲେ ନୀଳମାଧବ।

author-image
Manoranjan Sial
Bank

Bank

ନକଲି ସୁନା ରଖି ବ୍ୟାଙ୍କରୁ ଅସଲି ସୁନା ନେଇଗଲା ବଣିଆ। ବ୍ୟାଙ୍କ ଭକୁଆ। ଚିନ୍ତାରେ ବ୍ୟାଙ୍କ ଗ୍ରାହକ। ଆଜି ଏପରି ଚିତ୍ର ଆସିଛି ନୟାଗଡ଼ ଜିଲ୍ଲାରୁ। ୮୫ ଲକ୍ଷ ଟଙ୍କା ହଡପ୍‌ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ହେବା ଖୋଳତାଡ ଆରମ୍ଭ କରୁଛି ପୁଲିସ।

Advertisment

ଶରଣକୁଳ ଥାନା ଶିଖରପୁରରେ ରହିଛି କାନାରା ବ୍ୟାଙ୍କର ଗୋଟିଏ ଶାଖା। ଏହି ବ୍ୟାଙ୍କର ବଣିଆ ଭାବେ କାମ କରୁଥିଲେ ନୀଳମାଧବ ଆଚାରୀ। ବ୍ୟାଙ୍କରେ ରହୁଥିବା ସୁନାର ମାନ ଯାଞ୍ଚ କରୁଥିଲେ ନୀଳମାଧବ। କିଛି ଦିନ ତଳେ ତାଙ୍କର ଟଙ୍କା ଦରକାର ଥିଲା। ସେଥିପାଇଁ ତାଙ୍କ ମୁଣ୍ଡକୁ ଗୋଟିଏ ଭଲ ବୁଦ୍ଧି ଜୁଟିଥିଲା। ସେ ନିଜର ପରିଚିତ ଲୋକଙ୍କୁ ଫୁସୁଲାଇ ବ୍ୟାଙ୍କରେ ସୁନା ବନ୍ଧକ ରଖିବାକୁ ପରାମର୍ଶ ଦେଇଥିଲା। ତାଙ୍କ କଥାରେ ପଡି ପ୍ରମୋଦ କୁମାର ପ୍ରଧାନ ବ୍ୟାଙ୍କରେ ସୁନା ବନ୍ଧକ ରଖିଥିଲେ। ଆଉ ସେଥିରୁ ମିଳିଥିବା ଟଙ୍କା ଆଣି ନୀଳମାଧବଙ୍କୁ ଦେଇଥିଲେ।

ନୀଳମାଧମବ କେବଳ ପ୍ରମୋଦଙ୍କୁ ନିଜ ଜାଲରେ ଫାସାଇନଥିଲା। ୨୧ରୁ ଅଧିକ ବ୍ୟାଙ୍କ ଗ୍ରାହକଙ୍କୁ ନିଜ ଫାସରେ ଫସାଇଥିଲା। ସମସ୍ତଙ୍କୁ ବକ୍‌ରା ବନାଇ କାନାରା ବ୍ୟାଙ୍କରେ ସୁନା ରଖି ଟଙ୍କା ଉଠାଇଥିଲା। ସେ ପାଖାପାଖି ୮୫ ଲକ୍ଷ ଟଙ୍କା ହଡପ୍‌ କରି ନେଇଥିଲା। ଦୁଇ ମାସ ତଳେ ସୁନା ଅଡିଟ୍‌ ବେଳେ ପୂରା ଘଟଣା ଉପରୁ ପର୍ଦ୍ଦା ହଟିଥିଲା। ବନ୍ଧକ ଥିବା ସୁନା ନକଲି ବୋଲି ଜଣାପଡ଼ିଥିଲା। ଏହା ପରେ ବ୍ୟାଙ୍କ ଅଧିକାରୀଙ୍କ ଅକଲ ଗୁଡୁମ୍‌ ହୋଇଯାଇଥିଲା।

Advertisment

ବ୍ୟାଙ୍କ କର୍ତ୍ତୃପକ୍ଷ ସୁନା ବନ୍ଧକ ରଖିଥିବା ଗ୍ରାହକଙ୍କ ଲିଷ୍ଟ କରିଥିଲେ। ପରେ ସମସ୍ତଙ୍କୁ ଫୋନ୍‌ କରି ନକଲି ସୁନା ଦେଇଛନ୍ତି ସୂଚନା ଦେଇଥିଲେ। ଏହା ପରେ ସବୁ ହିତାଧିକାରୀ ବ୍ୟାଙ୍କକୁ ଆସି ହତବାକ ହୋଇଯାଇଥିଲେ। ଅସଲି ସୁନା କେମିତି ନକଲି ହେଲା ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ପ୍ରଶ୍ନ କରିଥିଲେ।

ସେପଟେ ବ୍ୟାଙ୍କର ବଣିଆ ଫେରାର ହୋଇଯାଇଛି। ବ୍ୟାଙ୍କ ପକ୍ଷରୁ ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଠକାମୀରେ ଶିକାର ହୋଇଥିବା ଗ୍ରାହକମାନେ ମଧ୍ୟ ଥାନାର ଦ୍ୱାରସ୍ତ ହୋଇଛନ୍ତି। ଠକାମୀରେ ଶିକାର ହୋଇଥିବା ଗ୍ରାହକ ପ୍ରମୋଦ କୁମାର ପ୍ରଧାନ କହିଛନ୍ତି, କାନାଡ଼ା ବ୍ୟାଙ୍କ ବଣିଆ ନୀଳମାଧବ ଆଚାରୀଙ୍କୁ ଟଙ୍କା ଦରକାର ଥିଲା। ତେଣୁ ସେ ବ୍ୟାଙ୍କରେ ସୁନା ବନ୍ଧକ ରଖିବାକୁ କହିଥିଲେ। ତା’ କଥାରେ ସୁନା ବନ୍ଧକ ରଖି ଋଣ ଟଙ୍କା ଆଣି ତାଙ୍କୁ ଦେଇଥିଲି। ଟଙ୍କା ଦେବାର ଦୁଇ ମାସ ପରେ ମୋ’ ପାଖକୁ ବ୍ୟାଙ୍କରୁ ଗୋଟିଏ ଫୋନ୍‌ କଲ ଆସିଥିଲା। ଫୋନ୍‌ କରିଥିବା ବ୍ୟକ୍ତି କହିଥିଲେ, ବ୍ୟାଙ୍କରେ ବନ୍ଧକ ଥିବା ସୁନା ନକଲି। ଏକଥା ଶୁଣିବା ପରେ ମୁଁ ବ୍ୟାଙ୍କକୁ ଆସିଥିଲି। ବ୍ୟାଙ୍କରେ ପହଞ୍ଚିବା ପରେ ମୋ’ ପରି ୨୧ ଜଣ ଠକାମୀରେ ଶିକାର ହୋଇଥିବା ସେ କହିଛନ୍ତି।

ରିପୋର୍ଟ-ନୟାଗଡ଼ରୁ ଜୟେନ୍ଦ୍ର ବେହେରା

Nayagarh Bankfraud