Advertisment

ସୁନା କଳସ ମିଳିବ କହି ଗାତ ଖୋଳୁଥିଲେ, ପୁଲିସ୍‌ ଆସିବାରୁ ଚମ୍ପଟ ମାରିଲେ

ବଳି ପରେ ଗଛ ମୂଳରେ ଗାତ ଖୋଳା ଆରମ୍ଭ ହୋଇଥିଲା। ଏହି ଖବର ଗାଁରେ ପ୍ରଚାରିତ ହୋଇଥିଲା। ଗାଁ ଲୋକେ ସେଠାରେ ରୁଣ୍ଡ ହୋଇ ଗଛ ମୂଳରେ ଗାତ ଖୋଳିବାକୁ ବିରୋଧ କରିଥିଲେ।

author-image
Manoranjan Sial
Nayagarh

Nayagarh

ମାଟି ତଳୁ ବାହାରିବ ସୁନା କଳସ। ସେଥିପାଇଁ ଚାଲିଥିଲା ପୂଜାର୍ଚ୍ଚନା। ପରେ ଗୁଣିଆର ନିର୍ଦ୍ଦେଶରେ ଦିଆଗଲା ଛେଳି ଓ କୁକୁଡ଼ା ବଳି। ତା’ପରେ ସୁନା କଳସ ପାଇଁ ମାଟି ଖୋଳା ଆରମ୍ଭ ହେଲା। ଏପରି ଅନ୍ଧ ବିଶ୍ୱାସକୁ ଗାଁ ଲୋକେ ବିରୋଧ କରି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ପହଞ୍ଚିବାରୁ ଚମ୍ପଟ ମାରିଥିଲା ଗୁଣିଆ। ନୟାଗଡ଼ ଜିଲ୍ଲାରୁ ଏମିତି ଖବର।

Advertisment

ବାଣିଗୋଛା ଥାନା ମିଟିଗାଡୁ ଗାଁର ରତ୍ନାକର ମାଝିଙ୍କୁ ସ୍ୱପ୍ନାଦେଶ ହୋଇଥିଲା। ଜଙ୍ଗଲ ପାଖ ବାର ଗଛ ମୂଳରେ ସୁନା କଳସ ପୋତା ଯାଇଛି। ସେହି ସୁନା କଳସକୁ ହାତେଇବା ପାଇଁ ରତ୍ନାକର ଫୁଲବାଣୀ ଗଣେଶ ମାଝିଙ୍କ ସହଯୋଗ ନେଇଥିଲେ। ଯିଏ ମନ୍ତ୍ରତନ୍ତ୍ର ବଳରେ ମାଟି ତଳୁ ସୁନାକଳସ ବାହାର କରିଦେବେ ବୋଲି କହିଥିଲେ। ଯୋଜନା ମୁତାବକ ମଙ୍ଗଳବାର ସକାଳେ ଗଛ ମୂଳରେ ପୂଜାର୍ଚ୍ଚନା କରାଯାଇଥିଲା। ମାଆଙ୍କୁ ସନ୍ତୁଷ୍ଟ କରିବା ପାଇଁ କୁକୁଡା ଓ ଛେଳି ବଳି ଦିଆଯାଇଥିଲା।

ବଳି ପରେ ଗଛ ମୂଳରେ ଗାତ ଖୋଳା ଆରମ୍ଭ ହୋଇଥିଲା। ଏହି ଖବର ଗାଁରେ ପ୍ରଚାରିତ ହୋଇଥିଲା। ଗାଁ ଲୋକେ ସେଠାରେ ରୁଣ୍ଡ ହୋଇ ଗଛ ମୂଳରେ ଗାତ ଖୋଳିବାକୁ ବିରୋଧ କରିଥିଲେ। ହେଲେ ରତ୍ନାକର ଓ ଗଣେଶ ଗାଁ ଲୋକଙ୍କୁ ଧମକଚମକ ଦେଇଥିଲେ। ଏହା ପରେ ଗାଁ ଲୋକେ ଏନେଇ ବାଣିଗୋଛା ଥାନା ପୁଲିସ୍‌କୁ ଖବର ଦେଇଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ସେଠାରେ ପହଞ୍ଚିଥିଲା। ପୁଲିସ ଆସୁଥିବା ଦେଖି ଚମ୍ପଟ ମାରିଥିଲେ ରତ୍ନାକର ଓ କାଳେସି ଗଣେଶ ମାଝି।

Advertisment

ରିପୋର୍ଟ- ଦଶପଲ୍ଲାରୁ ସଞ୍ଜିବ ସାହୁ

Crime Nayagarh