Advertisment

ଗ୍ୟାସ୍ ପାଇପ୍ ଲାଇନ୍ ବିଛାଇବା ବେଳେ ବିସ୍ଫୋରଣ, ୨ ଶ୍ରମିକ ମୃତ

ଆଜି ନୟାଗଡ଼ ଇଟାମାଟି ଥାନା ସୁନାଲଟିରେ ପାଇପଲାଇନ କାମ ବେଳେ ଏହି ବିସ୍ଫୋରଣ ଘଟିଛି।

ଅଦ୍ୟତନ ହୋଇଛି
gas pipeline explosion

gas pipeline explosion

Advertisment

ଗ୍ୟାସ୍ ପାଇପ୍ ଲାଇନ୍ ବିଛାଇବା ବେଳେ ବିସ୍ଫୋରଣ। ଏହି ସମୟରେ କାମରେ ନିୟୋଜିତ ୨ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଯେତେବେଳେ କି ୩ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ଆଜି ନୟାଗଡ଼ ଇଟାମାଟି ଥାନା ସୁନାଲଟିରେ ଗ୍ୟାସ୍ ପାଇପଲାଇନ କାମ ବେଳେ ଏହି ବିସ୍ଫୋରଣ ଘଟିଛି। ଗୁରୁତରମାନଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତମାନେ ହେଲେ ମହାରାଷ୍ଟ୍ରର ସୋନୁ ଓ ବିଜୟ ଗାଙ୍ଗୁଲି। ଆହତମାନେ ମଧ୍ୟ ବାହାର ରାଜ୍ୟର ହୋଇଥିବା ସୂଚନା ମିଳିଛି।

Advertisment

ଖବର ମୁତାବକ, ଗେଲ ଇଣ୍ଡିଆ ପକ୍ଷରୁ ସୁନାଲଟି ନିକଟରେ ଗ୍ୟାସ ପାଇପ ଲାଇନ ନିର୍ମାଣ ଚାଲିଛି। ଆଜି ପାଇପ୍ ଲାଇନ୍‌କୁ କମ୍ପ୍ରେସର ଯୋଗେ କିଛି ଶ୍ରମିକ ସଫା କରୁଥିଲେ। ଏହି ସମୟରେ ଅଚାନକ କମ୍ପ୍ରେସର ବିସ୍ଫୋରଣ ହୋଇଥିଲା। ୨ ଜଣ ଶ୍ରମିକ କମ୍ପ୍ରେସର ଭିତରେ ଚାପି ହୋଇଯାଇଥିଲେ। ଯେତେବେଳେ କି ଅନ୍ୟ ୩ ଜଣ ବାହାରକୁ ଛିଟିକି ପଡ଼ିଥିଲେ। ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଥିଲେ।

ଏକ ଘରୋଇ କମ୍ପାନୀ ପକ୍ଷରୁ ରାଜ୍ୟ ବାହାରର ଶ୍ରମିକଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ଇଟାମାଟି ପୁଲିସ ଖବର ପାଇ ଘଟଣାର ତଦନ୍ତ କରୁଛି। ତେବେ ଏନେଇ ଗେଲ ଇଣ୍ଡିଆ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Advertisment
Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe