Advertisment

‘ଶବ ରୁମ୍‌ରେ ମୋ ଛୁଆକୁ ଲଙ୍ଗଳା ଦେଖିବାକୁ ଚାହେଁ’

ନୟାଗଡ଼(ଓଡ଼ିଶା ରିପୋର୍ଟର):ନୟାଗଡ଼ ଜିଲ୍ଲା ଚାନ୍ଦପୁର କୋଭିଡ୍‌ ସେଣ୍ଟରରେ ଚିକିତ୍ସା ଅବହେଳାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଚାନ୍ଦପୁର ଥାନାରେ ଲିଖିତ ଏତଲା ଦେଇଛନ୍ତି ପରିବାର ଲୋକେ। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା କୁହୁଡ଼ି ଗାଁର ଯଦୁମଣି ଜେନାଙ୍କ ୨୦ ବର୍ଷୀୟ ପୁଅ ଯଶୋବନ୍ତ ଜେନା ଗତ ୩ ଦିନ ଧରି ଚାନ୍ଦପୁର ମେଡିକାଲରେ ଚିକିତ୍ସିତ ହେଉଥିଲେ । ସମ ହସ୍ପିଟାଲ ଦ୍ୱାରା ପରିଚାଳିତ ଚାନ୍ଦପୁର ବସନ୍ତ ମଞ୍ଜରୀ କୋଭିଡ ହସ୍ପିଟାଲରେ ତାଙ୍କୁ […]

ଅଦ୍ୟତନ ହୋଇଛି
‘ଶବ ରୁମ୍‌ରେ ମୋ ଛୁଆକୁ ଲଙ୍ଗଳା ଦେଖିବାକୁ ଚାହେଁ’

ynm

Advertisment

ନୟାଗଡ଼(ଓଡ଼ିଶା ରିପୋର୍ଟର):ନୟାଗଡ଼ ଜିଲ୍ଲା ଚାନ୍ଦପୁର କୋଭିଡ୍‌ ସେଣ୍ଟରରେ ଚିକିତ୍ସା ଅବହେଳାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଚାନ୍ଦପୁର ଥାନାରେ ଲିଖିତ ଏତଲା ଦେଇଛନ୍ତି ପରିବାର ଲୋକେ। ଖୋର୍ଦ୍ଧାଜିଲ୍ଲା ଟାଙ୍ଗୀ ଥାନା କୁହୁଡ଼ି ଗାଁର ଯଦୁମଣି ଜେନାଙ୍କ ୨୦ ବର୍ଷୀୟ ପୁଅ ଯଶୋବନ୍ତ ଜେନା ଗତ ୩ ଦିନ ଧରି ଚାନ୍ଦପୁର ମେଡିକାଲରେ ଚିକିତ୍ସିତ ହେଉଥିଲେ । ସମ ହସ୍ପିଟାଲ ଦ୍ୱାରା ପରିଚାଳିତ ଚାନ୍ଦପୁର ବସନ୍ତ ମଞ୍ଜରୀ କୋଭିଡ ହସ୍ପିଟାଲରେ ତାଙ୍କୁ ମାରପିଟ୍‌ କରାଯାଉଥିବା ଯଶୋବନ୍ତ ଘରକୁ ଫୋନ କରି ଜଣାଇଥିଲେ । ପରେ ଯଶୋବନ୍ତଙ୍କ ଠାରୁ ମେଡ଼ିକାଲ କର୍ମଚାରୀ ମୋବଇଲ ଛଡ଼ାଇନେଇଥିବା ଅଭିଯୋଗ ହୋଇଛି । ତେବେ ପରେ ଯଶୋବନ୍ତଙ୍କ ସହ ପରିବାରର ଯୋଗାଯୋଗ ହୋଇପାରିନଥିଲା।

Advertisment

/>ଆଜି ପରିବାର ଲୋକେ ପୁଅର ଚିକିତ୍ସା କଥା ବୁଝିବାରୁ ସୁସ୍ଥ ଥିବା ମେଡିକାଲ ତରଫରୁ ଜଣାଯାଇଥିଲା l କିନ୍ତୁ ୩ ଘଣ୍ଟା ପରେ ପୁଅର ମୃତ୍ୟୁ ହୋଇଥିବା ଫୋନ କରି ପରିବାର ଲୋକଙ୍କୁ କହିଥିଲେ କର୍ତ୍ତୃପକ୍ଷ। ସୁସ୍ଥ ଥିବା ପୁଅ ୩ ଘଣ୍ଟାରେ କିଭଳି ମୃତ୍ୟୁବରଣ କଲା ସେନେଇ ପରିବାର ଲୋକେ ସନ୍ଦେହ କରିଥିବା ବେଳେ ତାଙ୍କ ପୁଅକୁ ମାରି ଦିଆଯାଇଥିବା ଅଭିଯୋଗ ହୋଇଛି।

ପରିବାର ପକ୍ଷରୁ ଯଶୋବନ୍ତଙ୍କ ପିଉଷି ମଞ୍ଜୁଲତା ଏ ନେଇ ଚାନ୍ଦପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ମଞ୍ଜୁଲତା ଅଭିଯୋଗ କରିଛନ୍ତି ଯେ, ମୋ ପୁତୁରା ଏଠି ୩ଦିନ ହେଲା ଟ୍ରିଟମେଣ୍ଟ ହେଉଥିଲା। ଡାକ୍ତର କହିଲେ ରୋଗୀ ଟିକେ ସୁସ୍ଥ ଅଛି। ତାର କିନ୍ତୁ ଫୁସ୍‌ଫୁସ୍‌  ସଂକ୍ରମଣ ଅଛି। ମୁଁ କହିଲି ଏଠି ସିଟି ସ୍କାନ ନାହିଁ ଆପଣ କେମିତି ଫୁସ୍‌ଫୁସ୍‌ ସଂକ୍ରମଣ  ଜାଣିଲେ।   ତାର ଉତ୍ତର ଆମେ ପାଇଲୁ ନାହିଁ। ପରେ ଫୋନ୍ ଆସିଲା ତୁମ ଛୁଆର ମୃତ୍ୟୁ ଘଟିଛି। ଆମର ସନ୍ଦେହ ହେଉଛି ଛୁଆର କିଡନୀ, ଆଖି ଏବଂ ଶରୀରର ଆଉ କିଛି ଅଂଶ କାଢି ସେମାନେ ବେପାର କରିଥିବେ। ତେଣୁ ଶବ ରୁମ୍‌ରେ ମୋ ଛଆକୁ ଲଙ୍ଗଳା ଦେଖିବାକୁ ଚାହେଁ ବୋଲି ଛୁଆର ପିଉଷି ମଞ୍ଜୁଲତା କହିଛନ୍ତି।

Advertisment
Corona Death In Odisha Organ Trafficking
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe