Advertisment

ଡିଭାଇଡରରେ ପିଟି ହୋଇ ଜଳିଗଲା ଯାତ୍ରୀବାହୀ ବସ୍‌

ଆଜି ଭୋର ପ୍ରାୟ ୫ଟା ବେଳକୁ ବସ୍‌ଟି ଫାଲ୍‌ପାଦୁଠାରେ ଯାଉଥିବା ବେଳେ ଡ୍ରାଇଭର ଭାରସାମ୍ୟ ହରାଇ ବସିଥିଲେ। ଫଳରେ ଗାଡ଼ିଟି ଏକ ଡିଭାଇଡରରେ ପିଟି ହେବା ସହ ହୁତୁହୁତୁ ହୋଇ ଜଳି ଉଠିଥିଲା।

Fire

Fire

Advertisment

ଆଜି ସକାଳୁ ନୟାଗଡ଼ ଜିଲ୍ଲା ବାଣୀଗୋଛା ଥାନା ଫାଲ୍‌ପାଦୁଠାରେ ଏକ ବସ୍‌ ଡିଭାଇଡରରେ ପିଟି ହୋଇ ହୁତୁହୁତୁ ହୋଇ ଜଳି ଯାଇଛି। ବସ୍‌ଟି ୨୦ ଯାତ୍ରୀଙ୍କୁ ଧରି ଖୋର୍ଦ୍ଧା ଜିଲ୍ଲା କୁହୁଡିଠାରେ ଥିବା ସାଇ ସେବା ସଦନ ହସ୍ପିଟାଲରୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାଯାଇଛି।

Advertisment

ଖୋର୍ଦ୍ଧା ଜିଲ୍ଲା କୁହୁଡିଠାରେ ଥିବା ସାଇ ସେବା ସଦନ ହସ୍ପିଟାଲରେ ଆଣ୍ଠୁ ଗଣ୍ଠି ବାତରେ ପୀଡ଼ିତ ରୋଗୀଙ୍କ ଚିକିତ୍ସା କରାଯାଏ। ବିଭିନ୍ନ ଜିଲ୍ଲାରୁ ରୋଗୀଙ୍କୁ ଏଠାକୁ ଅଣାଯାଇ ମାଗଣାରେ ଚିକିତ୍ସା କରାଯାଇଥାଏ।

କିଛି ଦିନ ହେବ ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଞ୍ଚଳର ପ୍ରାୟ ୨୦ ରୋଗୀଙ୍କୁ ସାଇ ସେବା ସଦନ ହସ୍ପିଟାଲ ଅଣାଯାଇ ତାଙ୍କ ଚିକିତ୍ସା କରାଯାଉଥିଲା। ସୁସ୍ଥ ହେବା ପରେ ଆଜି ରାତି ପ୍ରାୟ ୩ଟାରେ ଏକ ବସ୍‌ ଯୋଗେ ସେମାନଙ୍କୁ ହରଭଙ୍ଗା ଅଭିମୁଖେ ନିଆଯାଉଥିଲା।

Advertisment

ମାତ୍ର ଭୋର ପ୍ରାୟ ୫ଟା ବେଳକୁ ବସ୍‌ଟି ଫାଲ୍‌ପାଦୁଠାରେ ଯାଉଥିବା ବେଳେ ଡ୍ରାଇଭର ଭାରସାମ୍ୟ ହରାଇ ବସିଥିଲେ। ଫଳରେ ଗାଡ଼ିଟି ଏକ ଡିଭାଇଡରରେ ପିଟି ହେବା ସହ ହୁତୁହୁତୁ ହୋଇ ଜଳି ଉଠିଥିଲା।  ମାତ୍ର ସ୍ଥାନୀୟ ଲୋକେ, ପୁଲିସ୍‌ ତଥା ଅଗ୍ନିଶମ କର୍ମଚାରୀ ତା’ ପୂର୍ବରୁ ବସ୍‌ରୁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର କରି ଦେଇଥିଲେ।

ଘଟଣା ପରେ ବସ୍‌ ଡ୍ରାଇଭର ଓ ହେଲପର ଫେରାର ହୋଇ ଯାଇଛନ୍ତି। ଅନ୍ୟ ଏକ ଗାଡ଼ି ବନ୍ଦୋବସ୍ତ କରାଯାଇ ସମସ୍ତ ଯାତ୍ରୀଙ୍କୁ ହରଭଙ୍ଗା ଅଭିମୁଖେ ପଠାଯାଇଛି। ଦୀର୍ଘ ସମୟର ପରିଶ୍ରମ ପରେ ଅଗ୍ନିଶମ କର୍ମଚାରୀ ବସ୍‌ର ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ। ତେବେ ବସ୍‌ଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ଜଣାଯାଇଛି।

Fire Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe