Advertisment

ମନରେଗାରେ ମହାଦୁର୍ନୀତି : ପୋଖରୀ ନଖୋଳି ୨୦ ଲକ୍ଷ ଟଙ୍କାର ବିଲ !

ନୟାଗଡ଼(ଓଡ଼ିଶା ରିପୋର୍ଟର): ମନରେଗାରେ ମହାଦୁର୍ନୀତି । ଶ୍ରମିକ ପରିବର୍ତ୍ତେ ଜେସିବିରେ ୨୦ ଟ୍ରିପ୍‌ ମାଟି ପକାଇ ୨୦ ଲକ୍ଷ ଟଙ୍କାର ବିଲ ହଡପ କରାଯାଇଥିବା ଅଭିଯୋଗ ହୋଇଛି। ସରପଞ୍ଚଙ୍କ ଠାରୁ ଆରମ୍ଭ କରି ଯନ୍ତ୍ରୀଙ୍କ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଟଙ୍କା ଚଳୁ କରିଛନ୍ତି। ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି  ନୟାଗଡ଼ ଜିଲ୍ଲା ଭାପୁର ବ୍ଲକରୁ ।  ନୟାଗଡ଼ ଜିଲ୍ଲା ଭାପୁର  ବ୍ଲକ ଚକ୍ରଧରପ୍ରସାଦ ଗାଁର ନୂଆ ପୋଖରୀ । ଗାଁର ଏଇ ପୁରାତନ ପୋଖରୀ ପ୍ରକଳ୍ପ ନାଁରେ […]

ମନରେଗାରେ ମହାଦୁର୍ନୀତି : ପୋଖରୀ ନଖୋଳି ୨୦ ଲକ୍ଷ ଟଙ୍କାର ବିଲ !

6hkl

Advertisment

ନୟାଗଡ଼(ଓଡ଼ିଶା ରିପୋର୍ଟର): ମନରେଗାରେ ମହାଦୁର୍ନୀତି । ଶ୍ରମିକ ପରିବର୍ତ୍ତେ ଜେସିବିରେ ୨୦ ଟ୍ରିପ୍‌ ମାଟି ପକାଇ ୨୦ ଲକ୍ଷ ଟଙ୍କାର ବିଲ ହଡପ କରାଯାଇଥିବା ଅଭିଯୋଗ ହୋଇଛି। ସରପଞ୍ଚଙ୍କ ଠାରୁ ଆରମ୍ଭ କରି ଯନ୍ତ୍ରୀଙ୍କ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଟଙ୍କା ଚଳୁ କରିଛନ୍ତି। ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି  ନୟାଗଡ଼ ଜିଲ୍ଲା ଭାପୁର ବ୍ଲକରୁ ।  ନୟାଗଡ଼ ଜିଲ୍ଲା ଭାପୁର  ବ୍ଲକ ଚକ୍ରଧରପ୍ରସାଦ ଗାଁର ନୂଆ ପୋଖରୀ । ଗାଁର ଏଇ ପୁରାତନ ପୋଖରୀ ପ୍ରକଳ୍ପ ନାଁରେ ବିଲ ଉଠିଛି ୨୦ ଲକ୍ଷ ଟଙ୍କା। ଏଠି ପୋଖରୀ କାମ ହିଁ ବୟାନ କରୁଛି ଭାପୁର ବ୍ଲକର ମହାଦୁର୍ନୀତିର ଗୋଟିଏ ଫର୍ଦ୍ଦ। ମନରେଗା ଦୁର୍ନୀତିରେ ଭୂସ୍ୱର୍ଗ ପାଲଟିଛି ଭାପୁର ବ୍ଲକ।

Advertisment

ଚକ୍ରଧରପ୍ରସାଦ ଗ୍ରାମରେ ଥିବା ପୁରୁଣା ପୋଖରୀରେ ଜଳ ସଂରକ୍ଷଣ କାମ ପାଇଁ ମନରେଗାରୁ ପ୍ରାୟ ୨୦ଲକ୍ଷ ଟଙ୍କା ଆସିଥିଲା l ହେଲେ ଏହାକୁ ମିଲିଭଗତରେ ଚଳୁ କରିଦିଆଯାଇଛି l ମାତ୍ର ୨୦ ଟ୍ରିପ୍‌ ମାଟି ପକାଇ ୨୦ ଲକ୍ଷର ବିଲ କରାଯାଇଥିବା ନେଇ ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି l ଏହା ଗୋଟିଏ ପୋଖରୀ ହୋଇଥିବା ବେଳେ ଏହାକୁ ୨ଟି ପୋଖରୀ ଦର୍ଶାଇ ଗୋଟିଏ ପୋଖରୀ ପିଛା ପ୍ରାୟ ୧୦  ଲକ୍ଷ ଟଙ୍କା ଲେଖାଁଏ ଚଳୁ କରାଯାଇଛି l ସେପଟେ କାମ ସରୁ ସରୁ ଫାଟି ଆଁ କଲାଣି  ଗାର୍ଡ ୱାଲ l

ଖାଲି ସେତିକି ନୁହେଁ ମନରେଗାରେ ଶ୍ରମିକ କାମ କରିବା ପରିବର୍ତ୍ତେ ଜେସିବିରେ କାମ କରାଯାଇଛି l କେବଳ ପୋଖରୀ ହୁଡ଼ାରେ ମାଟି ପକାଇ ପୋଖରୀ ଖୋଳା ହେବାର ଭ୍ରମ ସୃଷ୍ଟି କରିଛନ୍ତି ପଞ୍ଚାୟତ କର୍ତ୍ତୃପକ୍ଷ । ଏ ନେଇ ସ୍ଥାନୀୟ ବାସିନ୍ଦା ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ପ୍ରଶାସନ l ଏପଟେ ଭାପୁର ବ୍ଲକରେ ନୂତନ ଭାବେ ଯୋଗଦେଇଥିବା ବିଡ଼ିଓ ଆଶିଷ କୁମାର ତ୍ରିପାଠୀ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି l

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe