Advertisment

ମାଟି ଖୋଳୁ ଖୋଳୁ ମିଳିଲା ଝୁଡ଼ି ଝୁଡ଼ି କଉଡ଼ି

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ମାଟି ଖୋଳୁ ଖୋଳୁ ମିଳିଲା ୧୦ ଝୁଡ଼ି କଉଡ଼ି। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ତାଳକଣି ପଞ୍ଚାୟତ ନଛିପୁର ଗାଁ ରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଏହି ଗାଁର ନାରାୟଣ ସାହୁ ତାଙ୍କର ପୁରୁଣା ଘର ଭାଙ୍ଗି ନୂଆ ଘର ନିର୍ମାଣ ଉଦ୍ଦେଶ୍ୟ ରେ ନିଅଁ ଖୋଳାଉଥିଲେ। ତେବେ ଶ୍ରମିକ ମାନେ ମାଟି ଖୋଳିବା ସମୟରେ ୪ ଫୁଟ ତଳେ ୫ ଫୁଟ ଉଚ୍ଚତାର ଏକ ବିଶାଳ ମାଟି ଘମ ବାହାରି ଥିଲା। […]

ମାଟି ଖୋଳୁ ଖୋଳୁ ମିଳିଲା ଝୁଡ଼ି ଝୁଡ଼ି କଉଡ଼ି

7bn

Advertisment

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ମାଟି ଖୋଳୁ ଖୋଳୁ ମିଳିଲା ୧୦ ଝୁଡ଼ି କଉଡ଼ି। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ତାଳକଣି ପଞ୍ଚାୟତ ନଛିପୁର ଗାଁ ରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଏହି ଗାଁର ନାରାୟଣ ସାହୁ ତାଙ୍କର ପୁରୁଣା ଘର ଭାଙ୍ଗି ନୂଆ ଘର ନିର୍ମାଣ ଉଦ୍ଦେଶ୍ୟ ରେ ନିଅଁ ଖୋଳାଉଥିଲେ। ତେବେ ଶ୍ରମିକ ମାନେ ମାଟି ଖୋଳିବା ସମୟରେ ୪ ଫୁଟ ତଳେ ୫ ଫୁଟ ଉଚ୍ଚତାର ଏକ ବିଶାଳ ମାଟି ଘମ ବାହାରି ଥିଲା। ଉକ୍ତ ଘମ ଭିତରେ କଉଡ଼ି ପୂର୍ଣ୍ଣ ଥିବା ଦେଖିବାକୁ ମିଳିଛି। ପ୍ରାୟ ୧୦ ଝୁଡ଼ି କଉଡ଼ି ଉକ୍ତ ଘମରେ ରହିଛି। ସମସ୍ତ କଉଡ଼ି ସୁରକ୍ଷିତ ଥିବା ଦେଖିବାକୁ ମିଳିଛି। ପୁରାତନ କାଳରେ ଏହି କଉଡ଼ିକୁ ଅର୍ଥ /ଟଙ୍କା ଆକାରରେ ବ୍ୟବହାର କରାଯାଇ ଦ୍ରବ୍ୟ କ୍ରୟ ବିକ୍ରୟ ହେଉଥିଲା। ତେବେ ଏହି କୌତୁହଳପୂର୍ଣ୍ଣ ଘଟଣା ଦେଖିବାକୁ ଲୋକ ମାନେ ଭିଡ଼ ଲଗାଇଛନ୍ତି ।

Advertisment

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ନଛିପୁର ଗାଁ ରେ ଯେଉଁ କଉଡ଼ି ମିଳିଛି ତାହା ଐତିହାସିକ ବିଶେଷତ୍ୱର ପ୍ରମାଣ। ପ୍ରଚୀନ କାଳରେ ରଣପୁର ଏକ ସମୃଦ୍ଧ ରାଜ୍ୟ ଥିଲା।  ଭାରତ ବର୍ଷର ଯେଉଁ ୫୬୨ରୁ ଊର୍ଦ୍ଧ ଦେଶୀୟ ରାଜ୍ୟ ଥିଲା ସେ ସମସ୍ତ ରାଜ୍ୟ ମଧ୍ୟରେ ରଣପୁର ଅତ୍ୟନ୍ତ ପ୍ରିସିଦ୍ଧି ଲାଭ କରିଥିଲା।  ବିଶେଷକରି ମଣିନାଗେଶ୍ୱରୀ ଦୁର୍ଗାଙ୍କ ସେବା ପୂଜା ପାଇଁ ଅତୀତତରରେ ବହୁ ରାଜା ବହୁ ବ୍ରାହ୍ମଣଙ୍କୁ ଦାନ କରିଥିବା ତାମ୍ର ପଟ୍ଟା ଅତୀତରେ ମିଳିଛି। ଏବେ ଯେଉଁ କଉଡ଼ି ବାହାରିଛି ତାହ ପ୍ରକାଣିତ କରୁଛି ଏହା ଏକ ସମୃଦ୍ଧ ଅଞ୍ଚଳ ଥିଲା।

ସେତେବଳେ କଉଡ଼ି ମୁଦ୍ରା ଭାବେ ବ୍ୟବହାର କରାଯାଉଥିଲା। ବ୍ୟବସାୟକର ମୁଖ୍ୟ ମାଧ୍ୟମ ଥିଲା। ପ୍ରତ୍ନତତ୍ୱ ବିଭାଗ ଏହା ଉପରେ ଗବେଷଣା କରିବା ଉଚିତ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe