Advertisment

ଯୌତୁକ ପାଇଁ ଉଜୁଡିଗଲା ସୁନାର ସଂସାର, ବୋହୂକୁ ହତ୍ୟା କରି ପୋଡ଼ି ଦେଲେ

୨୦୧୫ ମସିହାରେ ଫନି ରକିଙ୍କୁ ବିବାହ କରିଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Dowry death

Dowry death

ଯୌତୁକ ପାଇଁ ବୋହୂକୁ ତାର ଶ୍ୱଶୁର ଘର ଲୋକେ ହତ୍ୟା କରି ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି l ଏପରି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ଇଟାମାଟି ଗାଁରୁ। ମୃତ ମହିଳା ଜଣଙ୍କ ହେଲେ ଫିନା ପ୍ରଧାନ। ଏନେଇ ମହିଳାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି। 

Advertisment

ଅଭିଯୋଗ ଅନୁସାରେ, ୨୦୧୫ ମସିହାରେ ଇଟାମାଟି ଗାଁର ପଞ୍ଚୁ ପ୍ରଧାନଙ୍କ ଝିଅ ଫିନା ପ୍ରଧାନ ସେହି ଗ୍ରାମର ରକି ପ୍ରଧାନଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ l ବିବାହ ବେଳେ ଦାବି ମୁତାବକ ଜାନି ଯୌତୁକ ଦେଇଥିଲେ ପଞ୍ଚୁ । ପରେ ଅଧିକ ଯୌତୁକ ଦାବି କରିଥିଲେ ଶାଶୁ ଘର ଲୋକେ l ଏନେଇ ଫିନାଙ୍କୁ ନିଯ୍ୟାତନା ଦେଉଥିଲେ। ଯୌତୁକ ଏବଂ ବିଭିନ୍ନ କାରଣ ପାଇଁ ଅନେକ ସମୟରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗି ରହିଥିଲା

ଗତ ୧୯ ତାରିଖ ଦିନ ଶ୍ୱଶୁର ଲୋକେ ଫିନାଙ୍କୁ ହତ୍ୟା କରିଥିଲେ। ପରେ ବାପଘର ଲୋକଙ୍କୁ ନ ଜଣାଇ ପ୍ରମାଣ ନଷ୍ଟ ଉଦ୍ଦେଶ୍ୟରେ ଶ୍ମଶାନରେ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି l ଏ ନେଇ ଇଟାମାଟି ଥାନାରେ ଅଭିଯୋଗ କରିଛନ୍ତି ଫିନାଙ୍କ ବାପା। ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ଅନ୍ୟପକ୍ଷରେ ସ୍ୱାମୀ ରକିଙ୍କୁ ଅଟକ ରଖି ପୁଲିସ ତଦନ୍ତ ଜାରି ରଖିଛି। ଫିନା ଓ ରକିଙ୍କର ଗୋଟିଏ ଛୋଟ ଝିଅଟିଏ ଅଛି। 

Advertisment

ମୃତ ଫିନାଙ୍କ ବାପା କହିଛନ୍ତି, ମୋ ଝିଅକୁ ତାର ଶ୍ୱଶୁର ଘର ଲୋକେ ୨ ଲକ୍ଷ ଟଙ୍କା ମାଗିଥିଲେ। ସମ୍ପତ୍ତିବାଡ଼ି ବିକ୍ରି ମୋ ବାପା ବାହାଘର କରିଛି, ସେ ଏତେ ପଇସା କେଉଁଠୁ ଆଣିବେ ବୋଲି ଝିଅ କହିଥିଲା। ଯୌତୁକ ଦେବା ପାଇଁ ମୋ ଝିଅ ମନା କରିବାରୁ ତାର ଶ୍ୱଶୁର ଘର ଲୋକେ ତାକୁ ବାଡ଼େଇ ମାରି ଦେଇଛନ୍ତି। 

ଅନ୍ୟପକ୍ଷରେ ଫିନା ଆତ୍ମହତ୍ୟା କରିଥିବା ତାଙ୍କ ଶ୍ୱଶୁର ଘର ଲୋକେ ଅଭିଯୋଗ କରିଛନ୍ତି।

ନୟାଗଡ଼ SDPO ସ୍ନେହାଶିଷ ସାହୁ କହିଛନ୍ତି, ଝିଅକୁ ତାର ଶ୍ୱଶ୍ୱରୁ ଘର ମାରି ଦେଇଥିବା ଝିଅର ବାପା ଅଭିଯୋଗ କରଛନ୍ତି। ଅଭିଯୋଗ ପରେ ଆମେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରୁଛି। ଏହି ଘଟଣାରେ ଜଣଙ୍କୁ ଅଟକ ରଖାଯାଇଛି। ଏହି ଘଟଣାରେ ଆଉ ଯେଉଁମାନେ ସଂପୃକ୍ତ ଥିବେ ସେମାନଙ୍କୁ  ଧରାଯିବ।

Nayagarh , Odisha Police Dowery