Advertisment

ଏଣିକି ଓଡ଼ିଆରେ ମିଳିବ ବିଦ୍ୟୁତ୍‌ ବିଲ୍‌; ଜାଣନ୍ତୁ, କେଉଁଠି ଲାଗୁ ହେଲା ଏହି ନିୟମ

ଏଣିକି ଓଡ଼ିଆରେ ବିଦ୍ୟୁତ୍‌ ବିଲ୍‌ ପାଇବେ ଉପଭୋକ୍ତା । ଏହି ଜିଲ୍ଲାର ଉପଭୋକ୍ତାଙ୍କୁ ଓଡ଼ିଆ ଭାଷାରେ ବିଲ୍‌ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି l

ଅଦ୍ୟତନ ହୋଇଛି
Electric Poll

Electric Poll

Advertisment

ଏଣିକି ଓଡ଼ିଆରେ ବିଦ୍ୟୁତ୍‌ ବିଲ୍‌ ପାଇବେ ଉପଭୋକ୍ତା । ଏଭଳି ଏକ ପଦକ୍ଷେପ ନେଇଛି TPCODL ନୟାଗଡ଼ ବିଦ୍ୟୁତ୍‌ ଡିଭିଜନ l ଏହି ଜିଲ୍ଲାର ଉପଭୋକ୍ତାଙ୍କୁ ଓଡ଼ିଆ ଭାଷାରେ ବିଲ୍‌ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି l ଆସନ୍ତା ମାସରୁ ଜିଲ୍ଲାର ସମସ୍ତ ଗ୍ରାହକଙ୍କୁ ଏହି ସୁବିଧା ମିଳିବ ବୋଲି TPCODL ପକ୍ଷରୁ କୁହାଯାଇଛି। 

Advertisment

କିଛି ମାସ ପୂର୍ବେ ନୟାଗଡ଼ ବିଦ୍ୟୁତ ଡିଭିଜନରେ ଓଡିଆରେ ବିଲ୍‌ ପ୍ରଦାନ କରାଯାଇଥିଲା। ମାତ୍ର କିଛି ଅସୁବିଧା କାରଣରୁ ତାହାକୁ ବନ୍ଦ କରାଯାଇଥିଲା। ହେଲେ ପୁଣି ଥରେ ନୟାଗଡ଼ ବିଦ୍ୟୁତ ଡିଭିଜନ ପକ୍ଷରୁ ଗ୍ରାହକଙ୍କୁ ଓଡିଆରେ ବିଲ୍‌ ପ୍ରଦାନ କରାଯିବ । ଫଳରେ ଗ୍ରାମାଞ୍ଚଳର ଗ୍ରାହକମାନେ ସଠିକ ଭାବେ ତାହା ବୁଝିପାରିବେ ବୋଲି ଆଶା କରାଯାଇଛି l

ଓଡ଼ିଆରେ ବିଲ୍‌ ପ୍ରଦାନ ପାଇଁ ନୟାଗଡ଼ ଉପଭୋକ୍ତା ସଂଘ ପକ୍ଷରୁ ଦୀର୍ଘ ଦିନ ହେଲା ୫ ଦଫା ଦାବୀ ଉପସ୍ଥାପନା କରାଯାଇଥିଲା । ଏହି ଦାବୀ ମଧ୍ୟରେ ଓଡ଼ିଆରେ ବିଦ୍ୟୁତ ବିଲ୍‌ ଦେବା, ସଠିକ ସମୟରେ ବିଲ୍‌ ପ୍ରଦାନ ଏବଂ ପାୱାର କଟ୍‌ ପୂର୍ବରୁ ସୂଚନା ଆଦି ପ୍ରଦାନ ପାଇଁ ଦାବୀ ହୋଇଥିଲା l ଏହାକୁ ବିଚାରକୁ ନେଇ ଏବଂ ସରକାରଙ୍କ ନିର୍ଦେଶକୁ ମାନି ଓଡ଼ିଆରେ ଉପଭୋକ୍ତାଙ୍କୁ ବିଲ୍‌ ପ୍ରଦାନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।  

Advertisment

ଏନେଇ TPCODLର ନୟାଗଡ଼ ବିଦ୍ୟୁତ ଡିଭିଜନ ମ୍ୟାନେଜର କହିଛନ୍ତି, ଆମେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ସବୁବେଳେ ମାନି ଆସୁଛୁ। ରାଜ୍ୟ ସରକାର ଓଡ଼ିଆ ଭାଷା ବ୍ୟବହାରକୁ ପ୍ରାଧାନ୍ୟ ଦେଉଥିବାରୁ ଆମେ ବି ଏହାକୁ ଗୁରୁତ୍ୱ ଦେବୁ। ପୂର୍ବରୁ ଓଡ଼ିଆ ବିଲ୍‌ ପ୍ରଚଳନ ଆରମ୍ଭ କରିଥିଲୁ। ମାତ୍ର କିଛି ସ୍ଥାନରେ ଅସୁବିଧାର ସମ୍ମୁଖୀନ ହେବାରୁ ଏହାକୁ ନିୟମିତ ଭାବେ ଲାଗୁ କରି ପାରିଲୁନି। କିନ୍ତୁ ଆସନ୍ତା ମାସରୁ ବାଧ୍ୟତାମୂଳକ ଭାବେ ଉପଭୋକ୍ତାଙ୍କୁ ଓଡ଼ିଆ ଭାଷାରେ ବିଲ୍‌ ଦିଆଯିବ । ବିଦ୍ୟୁତ୍‌ କାଟ ନେଇ ସୂଚନା ବି ଓଡ଼ିଆ ଭାଷାରେ ଦିଆଯିବା ବ୍ୟବସ୍ଥା କରାଯାଉଛି।

Nayagarh Electricity Consumer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe