Advertisment

ଘରୁ ଟାଣି ନେଇ ଜଙ୍ଗଲରେ କଚାଡ଼ି ମାରିଲା ହାତୀ

ଆଜି ସକାଳୁ ସକାଳୁ ହାତୀ -ମଣିଷ ଲଢ଼େଇରେ ବଳି ପଡ଼ିଛି ମଣିଷ। ଅକାଳରେ ଚାଲିଗଲା ଏକ ନିରୀହ ଜୀବନ ।

author-image
Niharika Rout
Elephant

Elephant

ଯୁବକଙ୍କୁ ଘରୁ ଟାଣି ନେଇ ଜଙ୍ଗଲରେ କଚାଡ଼ି ମାରିଲା ହାତୀ। ଆଜି ସକାଳୁ ସକାଳୁ ହାତୀ -ମଣିଷ ଲଢ଼େଇରେ ବଳି ପଡ଼ିଛି ମଣିଷ। ଅକାଳରେ ଚାଲିଗଲା ଏକ ନିରୀହ ଜୀବନ । ଏପରି ଘଟଣା ନୟାଗଡ଼ ଜିଲ୍ଲା ଟାଙ୍ଗୀ ବନାଞ୍ଚଳ ରେଞ୍ଜରେ ଆଜି ଭୋରରୁ ଘଟିଛି। ମୃତ ଯୁବକଜଣକ ହେଲେ ଟାଙ୍ଗୀ ବନାଞ୍ଚଳ ରେଞ୍ଜ ଅଧୀନ ରଣ୍ଡା ଗ୍ରାମର ଦିଲ୍ଲୀପ ଜେନା।

Advertisment

ଟାଙ୍ଗୀ ବନାଞ୍ଚଳ ରେଞ୍ଜରେ ହାତୀ ମଣିଷ ଲଢ଼େଇ ଥମିବାର ନାଁ ନେଉନାହିଁ। ଗତ ରାତିରୁ ହାତୀ ଉତ୍ପାତ କରୁଥିବାରୁ ଲୋକେ ଘରେ ତାଟି କବାଟ ପକାଇ ରହିଛନ୍ତି । ମାତ୍ର ଆଜି ଭୋରରୁ ଏକ ହାତୀ ରଣ୍ଡା ଗ୍ରାମର ଦିଲୀପଙ୍କ ଚାଳ ଘରର ଛପର ଉଠାଇ ଦେଇଥିଲା ।

ଏହା ଜାଣିପାରି ଦିଲୀପ ହଠାତ୍‌ ଘରୁ ବାହାରି ଆସି ହାତୀ ହାବୁଡ଼ରେ ପଡ଼ିଗଲେ। ହାତୀଟି ତାଙ୍କୁ ଘରୁ ଟାଣି ଆଣି ଶୁଣ୍ଢରେ ଟେକି ନେଇଥିଲା। ଏହାପରେ ନିକଟସ୍ଥ ଜଙ୍ଗଲକୁ ନେଇ ସେଠାରେ ଟେକି କଚାଡି ମାରିଥିଲା।

Advertisment

ଆଜି ଭୋର ସମୟରେ ସ୍ଥାନୀୟ ଅଞ୍ଚଳ ବାସିନ୍ଦା ମୃତଦେହ ଜଙ୍ଗଲରେ ପଡିଥିବା ଦେଖି ଟାଙ୍ଗୀ ବନାଞ୍ଚଳ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ। ସଂଗେ ସଂଗେ ବନ ବିଭାଗର ଏକ ଟିମ୍ ମୃତଦେହ ଜବତ କରିବା ସହ ହାତୀର ଗତିବିଧି ଉପରେ ନଜର ରଖିଥିବା ଟାଙ୍ଗୀ ବନାଞ୍ଚଳ ଅଧିକାରୀ ଦେବାଶିଷ ଭୋଇ କହିଛନ୍ତି ।

ରିପୋର୍ଟ: ରଣପୁରରୁ ଆଲୋକ ମହାରଣା

Elephant Death