୮ ସନ୍ତାନର ଜନକ ହେଲେ ୱାର୍ଡ ମେମ୍ବର

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ଦୁଇରୁ ଅଧିକ ସନ୍ତାନ ଥିଲେ ହୋଇ ପାରିବେନି ପଞ୍ଚାୟତ ପ୍ରତିନିଧି। ଏଭଳି ସରକାରୀ ନିୟମ ରହିଥିବା ବେଳେ ନୟାଗଡ଼ରେ ତାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏଠାରେ ଜଣେ ୮ ସନ୍ତାନଙ୍କ ଜନକ ୱାର୍ଡ ମେମ୍ବର ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ସେ ହେଉଛନ୍ତି ଅପ୍ରତିଦ୍ୱନ୍ଦୀ ୱାର୍ଡ ମେମ୍ବର ଗଙ୍ଗାଧର ନାୟକ। ଗଙ୍ଗାଧର ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଡିହଗାଁ ଗ୍ରାମ ପଞ୍ଚାୟତ ୭ନମ୍ବର ୱାର୍ଡର ଏକାକି ୱାର୍ଡ ମେମ୍ବର ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର […]

gangadhar

gangadhar

Ranjit Kumar Jena
  • Published: Sunday, 30 January 2022
  • Updated: 30 January 2022, 10:00 PM IST

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ଦୁଇରୁ ଅଧିକ ସନ୍ତାନ ଥିଲେ ହୋଇ ପାରିବେନି ପଞ୍ଚାୟତ ପ୍ରତିନିଧି। ଏଭଳି ସରକାରୀ ନିୟମ ରହିଥିବା ବେଳେ ନୟାଗଡ଼ରେ ତାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏଠାରେ ଜଣେ ୮ ସନ୍ତାନଙ୍କ ଜନକ ୱାର୍ଡ ମେମ୍ବର ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ସେ ହେଉଛନ୍ତି ଅପ୍ରତିଦ୍ୱନ୍ଦୀ ୱାର୍ଡ ମେମ୍ବର ଗଙ୍ଗାଧର ନାୟକ।

ଗଙ୍ଗାଧର ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଡିହଗାଁ ଗ୍ରାମ ପଞ୍ଚାୟତ ୭ନମ୍ବର ୱାର୍ଡର ଏକାକି ୱାର୍ଡ ମେମ୍ବର ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ତେବେ ତାଙ୍କର କେହି ପ୍ରତିଦ୍ୱନ୍ଦ୍ୱୀ ନଥିବାରୁ ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ମାତ୍ର ୨ ସନ୍ତାନରୁ ଅଧିକ ଥିଲେ ପଞ୍ଚାୟତ ପ୍ରତିନିଧି ମାନଙ୍କ ପଦବୀ ଅସିଦ୍ଧ ହେବାର ନିୟମ ରହିଥିବା ବେଳେ ଗଙ୍ଗାଧର ନିର୍ବାଚିତ ହୋଇଛନ୍ତି। ହେଲେ ଗଙ୍ଗାଧରଙ୍କ ୮ଟି ସନ୍ତାନ ଥିବାରୁ ସେ କିଭଳି ଯୋଗ୍ୟ ପ୍ରାର୍ଥୀ ହେଲେ ତାକୁ ନେଇ ପ୍ରଶ୍ନ ଉଠୁଛି।

ଆଶ୍ଚର୍ଯ୍ୟର କଥା ଏହି ୱାର୍ଡରୁ ପୂର୍ବରୁ ଗଙ୍ଗାଧରଙ୍କ ପତ୍ନୀ ମଧ୍ୟ ଓ୍ୱାର୍ଡ ମେମ୍ବର ଭାବେ ନିର୍ବାଚିତ ହୋଇଥିଲେ। ସେପଟେ ଅଭିଯୋଗ ହେଲେ ନିର୍ବାଚନ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ନିର୍ବାଚନ ଅଧିକାରୀ ତଥା ନୟାଗଡ଼ ଉପ ଜିଲ୍ଲାପାଳ।

ଏ ନେଇ ଗଙ୍ଗାଧର ନାୟକ କହିଛନ୍ତି, ଗ୍ରାଁ ପ୍ରତିନିଧିରେ ନିର୍ବାଚିତ ହୋଇ ଆସିଛି। ଏହା ପୂର୍ବରୁ ମୋ ପତ୍ନୀ ମଧ୍ୟ ୱାର୍ଡ ମେମ୍ବର ଭାବେ ନିର୍ବାଚିତ ହୋଇଥିଲେ। ଗ୍ରାମବାସୀ ଚାହୁଁଛନ୍ତି ୱାର୍ଡ ମେମ୍ବର ପୁରୁଣା ପ୍ରାର୍ଥୀ ରୁହନ୍ତୁ। ଆମ ଗାଁରେ ନିଲାମ ପ୍ରଥା ନାହିଁ। ତା’ର ଆମ ଗାଁରେ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟ ନାହିଁ। ମୋର ମୋଟ ୮ଟି ସନ୍ତାନ ଅଛନ୍ତି। ସେଥିମଧ୍ୟରୁ ୬ ପୁଅ ଓ ୨ ଝିଅ ଅଛନ୍ତି। ଗାଁ ଚାହୁଁଛି ଯଦି କେହି ଭଲ କାମ କରୁଛନ୍ତି, ତାହେଲେ ଅଧିକ ସନ୍ତାନ କିଛି ଗୁରୁତ୍ୱ ରଖେ ନାହିଁ।
ସେହିପରି ଜଣେ ଗ୍ରାମବାସୀ କହିଛନ୍ତି, ଗଙ୍ଗାଧର ନାୟକ ଭଲ କାମ କରିଛନ୍ତି। ଆମର ଏଇଟା ଏକ ଛୋଟିଆ ଗାଁ। ୱାର୍ଡ ମେମ୍ବର ପାଇଁ ଆମେ ଆଦୌ ଗୁରୁତ୍ୱ ଦେଉନାହୁଁ। ତା’ଛଡ଼ା ଯେଉଁ ନିଲାମ କଥା କୁହାଯାଉଛି, ତାହା ସମ୍ପୂର୍ଣ୍ଣ ମିଥ୍ୟା।

ଅନ୍ୟପକ୍ଷରେ ନୟାଗଡ଼ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ କହିଛନ୍ତି ଯେ ପ୍ରାର୍ଥୀପତ୍ର ଦାଖଲ ସମୟରେ ଓ ପରେ ବି ଏନେଇ କୌଣସି ଅଭିଯୋଗ ଦାଖଲ ହୋଇନାହିଁ। ସେ ସମୟରେ ତାଙ୍କର ୨ଟି ସନ୍ତାନ ବୋଲି କହିଥିବେ। ତେଣୁ ଏହି ମାମଲାରେ ଏବେ କିଛି କରିହେବ ନାହିଁ। ନିର୍ବାଚନ ପରେ ଏହା ଉପରେ କିଛି ନିଷ୍ପତ୍ତି ନିଆଯିବ। ଯଦି କେହି ତାଙ୍କ ବିରୋଧରେ ଅଭିଯୋଗ କରନ୍ତି, ତାହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ବୋଲି ଉପଜିଲ୍ଲାପାନ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story