Advertisment

ବ୍ୟାଙ୍କ ଭିତରେ ରାତି ସାରା ଧାରଣାରେ ବାପପୁଅ, ତାଲା ପକାଇ କର୍ମଚାରୀ ଛୁ

ଗତକାଲି ରାତି ସାରା ନୟାଗଡ଼ ଜିଲ୍ଲା ଆଇଡ଼ିବିଆଇ ବ୍ୟାଙ୍କ ଭିତରେ ଜଣେ ବୃଦ୍ଧ ନିଜ ପୁଅ ସହ ଧାରଣାରେ ବସି ରହିଥିବା ବେଳେ ବ୍ୟାଙ୍କ କର୍ମଚାରୀ ବାହାରୁ ତାଲା ମାରି ଛୁ ହୋଇଗଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି । ବୃଦ୍ଧଜଣକ ହେଉଛନ୍ତି ନୟାଗଡ଼ ଜିଲ୍ଲା ଦଶପଲ୍ଲା ମଧ୍ୟଖଣ୍ଡର ଆକାଉଣ୍ଟଧାରୀ ବୃଦ୍ଧ ରଜନୀ ପ୍ରଧାନ।

author-image
Niharika Rout
ଅଦ୍ୟତନ ହୋଇଛି
strike

strike

ମୁଁ କିଛି ପାଠ ପଢ଼ିନି କି କିଛି ଜାଣିନି। ମୋ’ଠୁ ଟିପ ଚିହ୍ନ ନେଇ ୩ ଯୁବକ ମୋ’ ଆକାଉଣ୍ଟରୁ ୪୦ ଲକ୍ଷ ନେଇଗଲେ। ଏବେ ବ୍ୟାଙ୍କ କର୍ମଚାରୀଙ୍କୁ କହିଲେ କିଛି ଶୁଣୁ ନାହାନ୍ତି। ବ୍ୟାଙ୍କ କହୁଛି ଥାନାକୁ ଯାଅ, ପୁଲିସ୍‌ କହୁଛି ବ୍ୟାଙ୍କକୁ ଯାଅ । ଆମେ କେମିତି ଆମ ଟଙ୍କା ଫେରି ପାଇବୁ, କିଛି ଜାଣି ପାରୁନୁ। ତେଣୁ ବ୍ୟାଙ୍କ ଆଗରେ ଧାରଣା ଦେଇଛୁ।’

Advertisment

ଗତକାଲି ରାତି ସାରା ନୟାଗଡ଼ ଜିଲ୍ଲା ଆଇଡ଼ିବିଆଇ ବ୍ୟାଙ୍କ ଭିତରେ ଜଣେ ବୃଦ୍ଧ ନିଜ ପୁଅ ସହ ଧାରଣାରେ ବସି ରହିଥିବା ବେଳେ ବ୍ୟାଙ୍କ କର୍ମଚାରୀ ବାହାରୁ ତାଲା ମାରି ଛୁ ହୋଇଗଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି । ବୃଦ୍ଧଜଣକ ହେଉଛନ୍ତି ନୟାଗଡ଼ ଜିଲ୍ଲା ଦଶପଲ୍ଲା ମଧ୍ୟଖଣ୍ଡର ଆକାଉଣ୍ଟଧାରୀ ବୃଦ୍ଧ ରଜନୀ ପ୍ରଧାନ।

ନୟାଗଡ଼ ତହସିଲ ମୁକ୍ତାପୁରରେ ବାଇପାସ କାମ ପାଇଁ ଦଶପଲା ମଧ୍ୟଖଣ୍ଡର ରଜନୀ ପ୍ରଧାନଙ୍କର ୨୫ ଡେସିମିଲି ଜାଗା ଯାଇଛି l ଏଥିପାଇଁ ତାଙ୍କୁ ୪୦ ଲକ୍ଷ ଟଙ୍କା ମିଳିଥିବା ବେଳେ ତାହା ତାଙ୍କ ଆଇଡ଼ିବିଆଇ ବ୍ୟାଙ୍କ ଆକାଉଣ୍ଟକୁ ଆସିଥିଲା । ହେଲେ ଏହି ଟଙ୍କାକୁ ଜାଲିଆତି କରି ମୁକ୍ତାପୁର ଗ୍ରାମର ୩ ଜଣ ନେଇଯାଇଥିବା ଅଭିଯୋଗ ହୋଇଛି ।

Advertisment

ସେମାନେ ବୟସ୍କ ରଜନୀଙ୍କଠାରୁ ଟିପ ଚି଼ହ୍ନ ନେଇ ବ୍ୟାଙ୍କରୁ ୪୦ ଲକ୍ଷ ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ନୟାଗଡ଼ ଟାଉନ ଥାନାରେ ଅଭିଯୋଗ ହୋଇଥିବା ବେଳ ପୁଲିସ୍‌ ସମ୍ପୃକ୍ତ ୩ ଯୁବକଙ୍କୁ ଗିରଫ କରି ସାରିଛି ।

ତେବେ ଏହି ଜାଲିଆତି ଘଟଣାରେ ବ୍ୟାଙ୍କ କର୍ମଚାରୀଙ୍କ ସମ୍ପୃକ୍ତି ଅଭିଯୋଗ ସହ ୪୦ଲକ୍ଷ ଟଙ୍କା ଫେରିପାଇବାକୁ ଧାରଣା ଦେଇଛନ୍ତି ବାପା ପୁଅ । ଏପରିକି ଟଙ୍କା ନ ମିଳିବା ଯାଏ ଧାରଣାରୁ ଉଠିବେନି ବୋଲି ବି ସଫା ସଫା ଶୁଣାଇ ଦେଇଛନ୍ତି।   ରଜନୀ କହିଛନ୍ତି, ମୁଁ ଅପାଠୁଆ । ଟିପ ଚିହ୍ନ ନେଇ ମୋ’ ଟଙ୍କା ହାତେଇନେଲେ। ବ୍ୟାଙ୍କ କର୍ମଚାରୀ କିଛି ସାହାଯ୍ୟ କରୁ ନାହାନ୍ତି। 

ଏନେଇ ବ୍ୟାଙ୍କ ମ୍ୟାନେଜର କହିଛନ୍ତି, ରଜନୀଙ୍କ ଟଙ୍କା ଅନ୍ୟ ଆକାଉଣ୍ଟକୁ ଯାଇଥିବା ବେଳେ ଉକ୍ତ ଆକାଉଣ୍ଟକୁ ଫ୍ରିଜ କରି ଦିଆଯାଇଛି। ଫଳରେ ଗୋଟିଏ ବି ଟଙ୍କା ଖର୍ଚ୍ଚ ହୋଇନି। ଆମେ କେବଳ କୋର୍ଟଙ୍କ ଆଦେଶକୁ ଅପେକ୍ଷା କରିଛୁ। କୋର୍ଟରୁ ଆଦେଶ ଆସିଲେ ତାଙ୍କ ଆକାଉଣ୍ଟକୁ ସଙ୍ଗେ ସଙ୍ଗେ ଟଙ୍କା ଟ୍ରାନ୍ସଫର କରିଦେବୁ । 

Nayagarh Bankfraud Strike