Advertisment

ପୁଲିସ କର୍ଡ଼ନରୁ କେମିତି ଭାଇରାଲ ହେଲା ନାବାଳକ ଭିଡିଓ, ପ୍ରଶ୍ନ କଲେ ପରୀର ମା’

ନୟାଗଡ଼(ଓଡ଼ିଶା ରିପୋର୍ଟର): ପରୀ ହତ୍ୟା ମାମଲାର ଅଭିଯୁକ୍ତ ନାବାଳକଙ୍କ ଭିଡିଓ ଭାଇରାଲ ଘଟଣାକୁ ନେଇ ପ୍ରଶ୍ନ ଉଠାଇଲେ ପରୀର ମା ସୌଦାମିନି। ଭିଡିଓ ଭାଇରାଲ କେମିତି ହେଲା ବୋଲି ପ୍ରଶ୍ନ କଲେ ସୌଦାମିନି। ତଦନ୍ତ ଡକ୍ୟୁ ମେଣ୍ଟସ SIT କୋର୍ଟକୁ ଦେଇଥିଲା।  ହେଲେ ଭାଇରାଲ କେମିତି ହେଲା। ଯେଉଁମାନେ ସାକ୍ଷୀ ଅଛନ୍ତି, ସେମାନେ ସମସ୍ତେ ବାବୁଲି ନାୟକଙ୍କ ଲୋକ। ସେମାନେ ହିଁ ଆମକୁ ବାରମ୍ବାର କହିଥିଲେ ଝିଅ ବାଲୁ ଗାଁ ପଳାଇ ଯାଇଛି। ତୁମେ ବାଲୁ ଗାଁରେ […]

ଅଦ୍ୟତନ ହୋଇଛି
ପୁଲିସ କର୍ଡ଼ନରୁ କେମିତି ଭାଇରାଲ ହେଲା ନାବାଳକ ଭିଡିଓ, ପ୍ରଶ୍ନ କଲେ ପରୀର ମା’

mother

Advertisment

ନୟାଗଡ଼(ଓଡ଼ିଶା ରିପୋର୍ଟର): ପରୀ ହତ୍ୟା ମାମଲାର ଅଭିଯୁକ୍ତ ନାବାଳକଙ୍କ ଭିଡିଓ ଭାଇରାଲ ଘଟଣାକୁ ନେଇ ପ୍ରଶ୍ନ ଉଠାଇଲେ ପରୀର ମା ସୌଦାମିନି। ଭିଡିଓ ଭାଇରାଲ କେମିତି ହେଲା ବୋଲି ପ୍ରଶ୍ନ କଲେ ସୌଦାମିନି। ତଦନ୍ତ ଡକ୍ୟୁ ମେଣ୍ଟସ SIT କୋର୍ଟକୁ ଦେଇଥିଲା।  ହେଲେ ଭାଇରାଲ କେମିତି ହେଲା। ଯେଉଁମାନେ ସାକ୍ଷୀ ଅଛନ୍ତି, ସେମାନେ ସମସ୍ତେ ବାବୁଲି ନାୟକଙ୍କ ଲୋକ। ସେମାନେ ହିଁ ଆମକୁ ବାରମ୍ବାର କହିଥିଲେ ଝିଅ ବାଲୁ ଗାଁ ପଳାଇ ଯାଇଛି। ତୁମେ ବାଲୁ ଗାଁରେ ଖୋଜ। ସେହିପରି ଡଗ୍‌ ସ୍କ୍ୱାର୍ଡ଼ ଆସିଥିଲା। ବାରି ପଟେ ଡେଡ୍‌ ବଡି ପଡ଼ିଥିଲା । ଖୋଜିକି କଣ ପାଇଁ ପାଇଲେନି।

Advertisment

ଅରୁଣ ସାହୁ ଯେଉଁ ଫୋନ୍‌ କରି ଧମକାଉଥିଲେ ସେ କାହାକୁ ଘୋଡ଼ାଇବାକୁ ଧମକାଉଥିଲେ ବୋଲି ସୌଦାମିନି ପ୍ରଶ୍ନ କରିଛନ୍ତି। SIT ତାମସା କରୁଛି, ତା ଉପରେ ଆମର ଭରସା ନାହିଁ।  ତାକୁ ବାଡ଼େଇ କିମ୍ବା ଟଙ୍କା ଲୋଭ ଦେଖାଇ ଏସବୁ କୁହାଇଛନ୍ତି ବୋଲି ସୌଦାମିନି କହିଛନ୍ତି। ସୌଦାମିନି କହିଛନ୍ତି ଯେ, ପ୍ରକୃତ ଅଭିଯୁକ୍ତ ହେଉଛି ବାବୁଲି ନାୟକ।

ଅନ୍ୟପଟେ  ନୟାଗଡ଼ ପରୀ ହତ୍ୟା ଘଟଣାରେ ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ଉପରେ ବର୍ଷିଛନ୍ତି ଅଭିଯୁକ୍ତ ନାବାଳକର ଓକିଲ। ସାମ୍ବାଦିକ ସମ୍ମିଳନୀରେ ବୋଥ୍ରା ବୁଢ଼ୀ ଅସୁରୁଣୀର ଗପ କହିଛନ୍ତି। ବୋଥ୍ରା ଥିଉରୀ  ଏବଂ ପ୍ରାକ୍ଟିକାଲରେ କୌଣସି ତାଳମେଳ ନ ଥିବା ଚାର୍ଜ ସିଟ କହୁଛି ବୋଲି ଅଭିଯୋଗ କରିଛନ୍ତି ଅଭିଯୁକ୍ତ ନାବାଳକର ଓକିଲ ଚନ୍ଦ୍ର ବିଜୟୀ ମିଶ୍ର। ପଞ୍ଚନାମା ଏବଂ ବ୍ୟବଚ୍ଛେଦ ରିପୋର୍ଟରେ ଅନେକ ପାର୍ଥକ୍ୟ ରହିଥିବା ଚାର୍ଜ ସିଟରୁ ଜଣା ପଡୁଛି ବୋଲି କହିଛନ୍ତି ଚନ୍ଦ୍ର । ଚାର୍ଜସିଟରେ ହତ୍ୟାକାଣ୍ଡ ରେ ଏକମାତ୍ର ଅଭିଯୁକ୍ତ ନାବାଳକ ଥିବା ଦର୍ଶାଇଛି ଏସଆଇଟି ।

Advertisment

ଜୁଡ଼ିସିଆଲ ମ୍ୟାଜିଷ୍ଟେଟଙ୍କ ପାଖରେ ଯଦୁପୁର ଗ୍ରାମର ୩ ଜଣ ବ୍ୟକ୍ତି ସାକ୍ଷ୍ୟ ପ୍ରମାଣ  ଦେଇଥିବା ଚାର୍ଜ ସିଟରେ ଉଲ୍ଲେଖ ରହିଛି। ଏବେ ଅଭିଯୁକ୍ତ ନାବାଳକ ଅନୁଗୁଳ ବାଳ ସୁଧାର ଗୃହ ରେ ରହିଥିବା ବେଳେ ଆସନ୍ତା ୧୯ ତାରିଖରେ ଏଲଭିଏ ଟେଷ୍ଟ ପାଇଁ ଚିଲଡ୍ରେନ କୋର୍ଟରେ ହାଜର ହେବ।  ଗତକାଲି ପରୀମାମଲାରେ  ନୟାଗଡ ଜୁଭେନାଇଲ କୋର୍ଟ ୯ ପୃଷ୍ଟା  ସମ୍ବଳିତ ଚାର୍ଜସିଟ୍‌ ଦାଖଲ କରାଯାଇଛି। ଏଥିରେ ପୁରୁଣା ଅଭିଯୋଗକୁ ଦୋହରାଯାଇଛି। ପରୀ ଫ୍ରକରେ ଅଭିଯୁକ୍ତର ସିମେନ ଲାଗିଥିବା ଭୁବନେଶ୍ୱର ଫରେନସିକ୍‌ ଲାବରେଟେରୀରୁ ସ୍ପଷ୍ଟ ହୋଇଥିବା ଚାର୍ଜସିଟ୍‌ରେ ଉଲ୍ଲେଖ ରହିଛି। ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ସେହିପରି ମିଳିଥିବା ପରୀ ହାଡ଼ରୁ କ୍ୟାମିକାଲ ବ୍ୟବହାର ନେଇ  ପ୍ରମାଣ ମିଳି ନଥିବା ଚାର୍ଜସିଟ୍‌ରେ ଉଲ୍ଲେଖ ରହିଛି।

Pari Murder Case SIT Investigation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe