Advertisment

ପଥର ବ୍ଲାଷ୍ଟିଂ ବେଳେ ଫାଟିଲା କମ୍ପ୍ରେସର, ଚାଲିଗଲା ଶ୍ରମିକଙ୍କ ଜୀବନ

ସୁବାଶିଷ ପ୍ରାୟ ୮ଦିନ ହେବ ନୂଆସାହି ଗ୍ରାମ ନିକଟରେ ଥିବା ରେଲୱେ ପ୍ରକଳ୍ପରେ କାମ କରୁଥିଲେ। ଗତକାଲି ସେ କାମ କରୁଥିବା ବେଳେ ହଠାତ୍‌ କମ୍ପ୍ରେସରଟି ଫାଟି ଯାଇଥିଲା ।

ଅଦ୍ୟତନ ହୋଇଛି
Blast Spot

Blast Spot

Advertisment

ପଥର ବ୍ଲାଷ୍ଟିଂ ବେଳେ ଘଟିଲା ଅଘଟଣ। କମ୍ପ୍ରେସର ହଠାତ୍‌ ଫାଟି ଯିବାରୁ ଘଟଣାସ୍ଥଳରେ ହିଁ ଜଣେ ଶ୍ରମିକଙ୍କ ଜୀବନ ଚାଲିଗଲା। ଏପରି ଅଘଟଣ ଗତ ରାତିରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅରାସାଶି - ନୂଆସାହି ଗ୍ରାମ ନିକଟରେ ରେଲୱେ ପ୍ରକଳ୍ପ କାର୍ଯ୍ୟ ଚାଲୁଥିବା ବେଳେ ଘଟିଛି। ମୃତକଙ୍କ ନାଁ ସୁବାଶିଷ ବେହେରା ଓ ଘର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳରେ ।

Advertisment

ସୁବାଶିଷ ପ୍ରାୟ ୮ଦିନ ହେବ ନୂଆସାହି ଗ୍ରାମ ନିକଟରେ ଥିବା ରେଲୱେ ପ୍ରକଳ୍ପରେ କାମ କରୁଥିଲେ। ଗତକାଲି ସେ କାମ କରୁଥିବା ବେଳେ ହଠାତ୍‌ କମ୍ପ୍ରେସରଟି ଫାଟି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ସୁବାଶିଷଙ୍କ ମୃତ୍ୟୁ ହୋଇଥିଲା।

ସ୍ଥାନୀୟ ଲୋକେ ସୁବାଶିଷଙ୍କୁ ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପରିବାର ଲୋକେ ପହଞ୍ଚିବା ପରେ ତାଙ୍କୁ ମୃତଦେହ ହସ୍ତାନ୍ତର କରିଛି ପୁଲିସ୍‌ ।

Advertisment

ସୁବାଶିଷଙ୍କର ପୂର୍ବରୁ ଯକ୍ଷ୍ମା ରୋଗ ଥିଲା । କାମ କରିବା ସମୟରେ ହଠାତ୍ ଛାତିରେ ଯନ୍ତ୍ରଣା ହେବାରୁ ସେ ଟଳି ପଡ଼ିଥିଲେ ବୋଲି କହିଛନ୍ତି ସହଯୋଗୀ କର୍ମଚାରୀ । ଏହି କଥାକୁ କିନ୍ତୁ ସହଜରେ ସ୍ୱୀକାର କରିପାରିନାହାନ୍ତି ସୁବାଶିଷଙ୍କ ପରିବାର ଲୋକେ । ସୁବାଶିଷଙ୍କର ପୂର୍ବରୁ କୌଣସି ରୋଗ ନ ଥିବା ବେଳେ ତାଙ୍କ ମୃତ୍ୟୁର ତଦନ୍ତ କରିବାକୁ ପରିବାର ଲୋକେ ଦାବି କରିଛନ୍ତି।

Bomb Blast Deadbody Nayagarh Labour Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe