/odisha-reporter/media/post_attachments/uploads/2021/05/top.jpg)
top
ନୟାଗଡ଼(ଓଡ଼ିଶା ରିପାର୍ଟର) ମହାମାରୀ ବେଳେ ମହାଲୁଟ୍। ରାତି ଅଧରେ ପଂଚାୟତ ଗୋଦାମରୁ ପିଡ଼ିଏସ ଚୋରି l ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ କେରେଣ୍ଡାଟାଙ୍ଗୀ ପଂଚାୟତରେ ଏଭଳି ପିଡ଼ିଏସ ସାମଗ୍ରୀ ଚୋରି ହେଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି l ତେବେ ଏହି ଭିଡିଓରେ ସ୍ଥାନୀୟ କେରେଣ୍ଡାଟାଙ୍ଗୀ ସରପଞ୍ଚଙ୍କ ଭାଇ ଓ ଅନ୍ୟ କିଛି ଲୋକ ବସ୍ତା ବସ୍ତା ପିଡ଼ିଏସ ସାମଗ୍ରୀ ବାଇକ ଯୋଗେ ବୋହି ନେଉଥିବା ଦେଖିବାକୁ ମିଳୁଛି ।
Advertisment
ପଞ୍ଚାୟତର ଜଣେ କର୍ମଚାରୀ ମଧ୍ୟ ସେହି ସ୍ଥାନରେ ଉପସ୍ଥିତ ଥିବା ନଜର ଆସିଛି । ତେବେ ପଞ୍ଚାୟତର ଅନେକ ଗରିବ ହିତାଧିକାରୀ ପିଡ଼ିଏସ ସାମଗ୍ରୀ ପାଉନଥିବାବେଳେ ରାତି ଅଧିଆ ପିଡ଼ିଏସ ହରିଲୁଟ ହେବା ପଛରେ ପଞ୍ଚାୟତର ପିଓଙ୍କ ସମେତ ଯୋଗାଣ ବିଭାଗର ବହୁ ଉପରିସ୍ଥ ଅଧିକାରୀ ସାମିଲ ରହିଥିବା ଅଭିଯୋଗ ହୋଇଛି l
ଅନ୍ୟପଟେ ଏନେଇ ପଂଚାୟତବାସୀ ଲିଖିତ ଭାବେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ପରେ ଜିଲ୍ଲାପାଳ ଏହି ପିଡ଼ିଏସ ଚୋରି ଘଟଣାର ତଦନ୍ତ ନିର୍ଦେଶ ଦେଇଥିବା କହିଛନ୍ତି ଉପଜିଲ୍ଲାପାଳ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
