Advertisment

ଦୁଷ୍କର୍ମ ପରେ ଶିଶୁକନ୍ୟାକୁ ହତ୍ୟା କରାଯାଇଛି: ଏସପି

ନୟାଗଡ଼ (ଓଡ଼ିଶା ରିପୋର୍ଟର): ନୟାଗଡ଼ ବାଣିଗୋଛା ଥାନା ଅଞ୍ଚଳରେ ୬ ବର୍ଷର ଶିଶୁ କନ୍ୟାକୁ ହତ୍ୟା ଘଟଣାକୁ ନେଇ ବଡ଼ ସୂଚନା ଦେଇଛନ୍ତି ଏସପି। ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା କହିଛନ୍ତି ଏସପି। ଏହି ୬ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରିଛି ଅଭିଯୁକ୍ତ। ଅଭିଯୁକ୍ତ ସେହି ଗାଁର ହୋଇଥିବା ପୁଲିସ୍ ସୂଚନା ଦେଇଛି, ଯାହାର ବୟସ ୨୨ ବର୍ଷ। ପୁଲିସ୍ ଅଭିଯୁକ୍ତ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ଦୋଷ ସ୍ୱୀକାର […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଦୁଷ୍କର୍ମ ପରେ ଶିଶୁକନ୍ୟାକୁ ହତ୍ୟା କରାଯାଇଛି: ଏସପି

minor

ନୟାଗଡ଼ (ଓଡ଼ିଶା ରିପୋର୍ଟର): ନୟାଗଡ଼ ବାଣିଗୋଛା ଥାନା ଅଞ୍ଚଳରେ ୬ ବର୍ଷର ଶିଶୁ କନ୍ୟାକୁ ହତ୍ୟା ଘଟଣାକୁ ନେଇ ବଡ଼ ସୂଚନା ଦେଇଛନ୍ତି ଏସପି। ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା କହିଛନ୍ତି ଏସପି। ଏହି ୬ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରିଛି ଅଭିଯୁକ୍ତ। ଅଭିଯୁକ୍ତ ସେହି ଗାଁର ହୋଇଥିବା ପୁଲିସ୍ ସୂଚନା ଦେଇଛି, ଯାହାର ବୟସ ୨୨ ବର୍ଷ। ପୁଲିସ୍ ଅଭିଯୁକ୍ତ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ଦୋଷ ସ୍ୱୀକାର କରିଥିବା କହିଛନ୍ତି ନୟାଗଡ଼ ଏସପି।

Advertisment

ଗତ ୧୨ ତାରିଖ ଠାରୁ ୬ ବର୍ଷର ଶିଶୁ କନ୍ୟା ନିଖୋଜ ହୋଇଯାଇଥିଲା। ନିଖୋଜର ୫ ଦିନ ପରେ ଅର୍ଥାତ୍ ବୁଧବାର ନିଖୋଜ ଶିଶୁ କନ୍ୟାର ମୃତଦେହ ଠାବ କରାଯାଇଥିଲା। ସୂଚନାଯୋଗ୍ୟ, ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଶିଶୁକନ୍ୟାଟି ହଠାତ ନିଖୋଜ ହୋଇଯାଇଥିଲା। ପରିବାର ଲୋକେ ବହୁତ ଖୋଜାଖୋଜି ପରେ ବି ତା’ର କୌଣସି ପତ୍ତା ପାଇନଥିଲେ। ଏନେଇ ଥାନାରେ ଅପହରଣ ନେଇ ଅଭିଯୋଗ ହୋଇଥିଲା। ଯାହା ପରେ ନୟାଗଡ଼ ଏସପି ସିଦ୍ଧାର୍ଥ କଟାରିଆଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଥିଲା।

ଶିଶୁକନ୍ୟାକୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍ ଜାରି ରହିଥିଲା। ବୁଧବାର ପରିତ୍ୟକ୍ତ ସ୍ଥାନରୁ ଶିଶୁକନ୍ୟାର ମୃତଦେହ ମିଳିଥିଲା। ଶିଶୁକନ୍ୟାଟିର ଶରୀରଟି ଖଣ୍ଡବିଖଣ୍ଡିତ ଅବସ୍ଥାରେ ମିଳିଥିଲା।

Advertisment

ତେବେ ଏଭଳି ମୃତ୍ୟୁ ପଛର କାରଣ କଣ, ତାକୁ ନେଇ ଖୋଳତାଡ଼ ଜାରି ରଖିବା ସହ ପୁଲିସ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି। ଏହି ମାମଲାରେ ଆଉ କେଉଁ ମାନଙ୍କ ସଂପୃକ୍ତି ଅଛି ନା ନାହିଁ, ସେ ନେଇ ପୁଲିସ୍ ତଦନ୍ତ ଜାରି ରଖିଛି।