Advertisment

ଝରକା ଗ୍ରୀଲ ତାଡ଼ି ଭିତରେ ପଶିଲେ, ୨୦ ଲକ୍ଷର ସୁନା ନେଇ ଚମ୍ପଟ ମାରିଲେ

ବାଡ଼ିପଟକୁ ଯାଇ ରୋଷେଇ ଘର ଗ୍ରୀଲ୍‌ ତଡ଼ା ହୋଇଥିବା ଦେଖିବାକୁ ପାଇଲେ। ଘର ଭିତରକୁ ଯାଇ ଜିନିଷ ସବୁ ଏଣେତେଣେ ପଡ଼ିବା ସହ ଆଲମାରିରୁ ଟଙ୍କା ସୁନା ଗାଏବ ହୋଇ ଯାଇଥିବା ଦେଖିବାକୁ ପାଇଥିଲେ।

author-image
Niharika Rout
Loot

Loot

ଘରେ କେହି ନ ଥିବା ବେଳେ ଝରକା ଗ୍ରୀଲକୁ ତାଡ଼ିଦେଲେ। ଏହାପରେ ଘରେ ପଶି ବୁଲାଇ ଦେଲେ କଳାକନା । ଦିନ ଦିପହରରେ ଘରୁ ନେଇଗଲେ ୨୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ୫୦ ହଜାର ଟଙ୍କା । ଏପରି ଲୁଟ୍‌ ନୟାଗଡ଼ ଜିଲ୍ଲା ଶ୍ରୀରାମ ନଗରରେ ଥିବା ସୁଦାମ ଚରଣ ଜେନାଙ୍କ ଘରେ ହୋଇଛି।

Advertisment

ସୁଦାମ ଚରଣ ଓ ତାଙ୍କ ପତ୍ନୀ ଘରେ ନ ଥିବା ବେଳେ ବାହାରୁ ତାଲା ପକାଇ ପଳାଇଥିଲେ। ଏହାର ସୁଯୋଗ ନେଇ ଦିନ ଦ୍ୱିପ୍ରହରରେ କିଛି ଲୁଟେରା ତାଙ୍କ ଘରେ ପଶିଥିଲେ। ସେମାନେ ଝରକା ଗ୍ରୀଲ୍‌ ତାଡ଼ି ଭିତରକୁ ଯାଇଥିଲେ। ଏହାପରେ ଆଲମାରିରେ ଏକ ବ୍ୟାଗରେ ଥିବା ଟଙ୍କା, ସୁନା ଧରି ଚମ୍ପଟ ମାରିଛନ୍ତି। ଲୁଟ୍‌ ଅଳଙ୍କାରର ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହେବ ବୋଲି ସୁଦାମଙ୍କ ପତ୍ନୀ କହିଛନ୍ତି। ଏଥିସହ ଘରେ ଥିବା ୫୦ ହଜାର ଟଙ୍କା ବି ସେମାନେ ନେଇ ଫେରାର ହୋଇ ଯାଇଥିବା ସେ କହିଛନ୍ତି।

ସୁଦାମ ଓ ତାଙ୍କ ଘରକୁ ଫେରି ବାହାର ପଟ ଗ୍ରିଲ୍‌ ତାଲା ଭଙ୍ଗା ଯାଇଥିବା ବେଳେ ଭିତରୁ ଦିଆଯାଇଥିବା ଦେଖିବାକୁ ପାଇଥିଲେ। ବାଡ଼ିପଟକୁ ଯାଇ ରୋଷେଇ ଘର ଗ୍ରୀଲ୍‌ ତଡ଼ା ହୋଇଥିବା ଦେଖିବାକୁ ପାଇଲେ। ଘର ଭିତରକୁ ଯାଇ ଜିନିଷ ସବୁ ଏଣେତେଣେ ପଡ଼ିବା ସହ ଆଲମାରିରୁ ଟଙ୍କା ସୁନା ଗାଏବ ହୋଇ ଯାଇଥିବା ଦେଖିବାକୁ ପାଇଥିଲେ।

Advertisment
Lootଲୁଟ୍‌ର ଶିକାର ହୋଇଥିବା ପରିବାର ।

ଖବର ପାଇ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଖୁବ୍‌ଶୀଘ୍ର ଲୁଟେରାଙ୍କୁ କାବୁ କରିବା ସହ ଲୁଟ୍‌ ଜିନିଷ ଉଦ୍ଧାର ପାଇଁ ଉଦ୍ୟମ କରିବୁ ବୋଲି ଥାନା ଅଧିକାରୀ କହିଛନ୍ତି।

ସୁଦାମଙ୍କ ପତ୍ନୀ କହିଛନ୍ତି, ଭଉଣୀଠୁ କିଛି ଟଙ୍କା ଧାର ଆଣିଥିଲି। ତାକୁ ଏକ ବ୍ୟାଗରେ ସୁନା ସହ ରଖିଥିଲି। ସବୁ ଟଙ୍କା, ସୁନା ବ୍ୟାଙ୍କରେ ରଖିଥାନ୍ତି। ହେଲେ ତା’ ପୂର୍ବରୁ ନେଇଗଲେ ଲୁଟେରା।

Loot