Advertisment

ମାଟ୍ରିକ ପରୀକ୍ଷା ଦେବାକୁ ଯାଇ ନିଖୋଜ ଥିବା ଛାତ୍ର ଆମ୍ବ ଗଛ ତଳୁ ଉଦ୍ଧାର

ଆଜି ସକାଳେ ପ୍ରଦୀପ ମାଟ୍ରିକ ପରୀକ୍ଷା ଦେବାକୁ ଯାଇଥିଲେ। ହେଲେ ସେ ୟୁନିଫର୍ମ ପିନ୍ଧି ନ ଥିବାରୁ ଶିକ୍ଷୟତ୍ରୀ ପରୀକ୍ଷା କେନ୍ଦ୍ରକୁ ଯିବାକୁ ବାରଣ କରିଥିଲେ।

ଅଦ୍ୟତନ ହୋଇଛି
Pradeep Nayak

Pradeep Nayak

Advertisment

ମାଟ୍ରିକ ପରୀକ୍ଷା ଦେବାକୁ ଯାଇ଼ ନିଖୋଜ ହୋଇଯାଇଥିବା ଛାତ୍ରଙ୍କୁ ଉଦ୍ଧାର କରାଯାଇଛି। ଆମ୍ବ ଗଛ ତଳେ ପିଲାଟି ବସିଥିବା ବେଳେ ତାକୁ ଉଦ୍ଧାର କରାଯାଇ ପୁଲିସ ଜିମାରେ ଦେଇଛନ୍ତି ସ୍ଥାନୀୟ ଲୋକେ। ଏପରି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା କୃଷ୍ଣ ଚନ୍ଦ୍ର ପୁର ପାଟଣା ଗାଁରେ। ଛାତ୍ର ଜଣଙ୍କ ହେଲେ ପ୍ରଦୀପ ନାୟକ। ସେ ଦଶପଲ୍ଲା ବାଳକ ଉଚ୍ଚ ବିଦ୍ୟାଳରେ ପଢ଼ୁଥିଲେ।

Advertisment

ଆଜି ସକାଳେ ପ୍ରଦୀପ ମାଟ୍ରିକ ପରୀକ୍ଷା ଦେବାକୁ ଯାଇଥିଲେ। ହେଲେ ସେ ୟୁନିଫର୍ମ ପିନ୍ଧି ନ ଥିବାରୁ ସ୍କୁଲ ଶିକ୍ଷୟତ୍ରୀ ପରୀକ୍ଷା କେନ୍ଦ୍ରକୁ ଯିବାକୁ ବାରଣ କରିଥିଲେ। ପରୀକ୍ଷା କେନ୍ଦ୍ରକୁ ପ୍ରଦୀପ ପ୍ରବେଶ କରାଇ ଦେଇନଥିଲେ। ପରେ ପ୍ରଦୀପ ଘରକୁ ନ ଯାଇ କୁଆଡ଼େ ପଳାଇ ଯାଇଥିଲେ। ପରୀକ୍ଷା ସରିବା ପରେ ସବୁ ପିଲା ଘରକୁ ଆସିଥିବା ବେଳେ ପ୍ରଦୀପ ଆସିଥିଲେ। ଏନେଇ ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ, ହେଲେ ପାଇ ନଥିଲେ। ଏନେଇ ସେମାନେ ଥାନାରେ ଅଭିଯୋଗ କରିଥିଲେ।

ପରେ ସ୍ଥାନୀୟ ଲୋକେ ଭୂତପଲ୍ଲୀ ନିକଟରେ ଥିବା ଏକ ଆମ୍ବ ଗଛ ମୂଳେ ପ୍ରଦୀପ ବସିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଏହା ସହ ପ୍ରଦୀପଙ୍କୁ ନେଇ ପୁଲିସ ଜିମାରେ ଦେଇଥିଲେ। ପୁଲିସ ପିଲାଟିକୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ କରୁଛି।

Advertisment
Nayagarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe