Advertisment

ଅସହ୍ୟ ହେଲା ନିର୍ଯାତନା, ସ୍ୱାମୀ ଆଗରେ ପୁଅକୁ ହାଣିଲା ମା’!

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ଅସହ୍ୟ ହେଲା ମାନସିକ ବିକାରଗ୍ରସ୍ତ ପୁଅର ନିର୍ଯାତନା। ସହି ପାରିଲେନି ନିଜ ରକ୍ତର ଅକଥନୀୟ ନିର୍ଯାତନା। ଶେଷରେ ନିଜ ସ୍ୱାମୀ ଆଗରେ ଜନ୍ମକଲା ପୁଅକୁ ମା’ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ନାହାକ ପଡା ଗାଁ’ରୁ। ଏହି ଗାଁର ମାନସିକ ବିକୃତ ବସନ୍ତ ବେହେରାଙ୍କୁ ତାଙ୍କର ମା’ ସର ବେହେରା କୌଣସି ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିବା ଜଣା […]

ସର୍ବସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା

murdered

Advertisment

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ଅସହ୍ୟ ହେଲା ମାନସିକ ବିକାରଗ୍ରସ୍ତ ପୁଅର ନିର୍ଯାତନା। ସହି ପାରିଲେନି ନିଜ ରକ୍ତର ଅକଥନୀୟ ନିର୍ଯାତନା। ଶେଷରେ ନିଜ ସ୍ୱାମୀ ଆଗରେ ଜନ୍ମକଲା ପୁଅକୁ ମା’ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ନାହାକ ପଡା ଗାଁ’ରୁ।

Advertisment

ଏହି ଗାଁର ମାନସିକ ବିକୃତ ବସନ୍ତ ବେହେରାଙ୍କୁ ତାଙ୍କର ମା’ ସର ବେହେରା କୌଣସି ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିବା ଜଣା ପଡ଼ିଛି। ମାନସିକ ବିକୃତ ବସନ୍ତ ନିଜ ମା’ଙ୍କୁ ନିୟମିତ ଭାବେ ହଇରାଣ ହରକତ କରୁଥିଲେ। ତେବେ ଏଥିରେ ଅତିଷ୍ଠ ହୋଇ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି ବସନ୍ତଙ୍କ ମା’ ସର ବେହେରା। ଖୋଦ୍ ବସନ୍ତଙ୍କ ମା’ ନିଜ ଅପରାଧକୁ ମଧ୍ୟ ସ୍ୱୀକାର କରିଥିବା ଜଣା ପଡ଼ିଛି। ଘଟଣା ସମୟରେ ସରଙ୍କ ସ୍ୱାମୀ ଉପସ୍ଥିତ ଥିଲେ। ବସନ୍ତଙ୍କ ନିର୍ଯାତନାର ଶିକାର ହୋଇ ତାଙ୍କ ପତ୍ନୀ ମଧ୍ୟ ତାଙ୍କୁ ଘରୁ ଛାଡ଼ି ଚାଲି ଯାଇଥିଲେ।

ଘଟଣା ସ୍ଥଳରେ ଦଶପଲ୍ଲା ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ ଶବ ଜବତ କରି ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବ୍ୟବଛେଦ ପାଇଁ ନେଇଥିବା ବେଳେ ଫରେନସିକ ଟିମ ଗାଁ’ରେ ପହଞ୍ଚି ତଦନ୍ତ ଚଳାଇଛି।

Advertisment

ସେପଟେ ମୃତ ବସନ୍ତଙ୍କ ବାପା ଓ ମା’ଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୁଲିସ। ତେବେ ବସନ୍ତଙ୍କ ମା’ ସର ବେହେରା ପୁଅର ନିର୍ଯାତନାରେ ଅତିଷ୍ଠ ହୋଇ ହତ୍ୟା କରିଥିବା ପୁଲିସ ଆଗରେ ସ୍ୱୀକାର କରିଥିବା କହିଛନ୍ତି ଦଶପଲ୍ଲା ଥାନା ଅଧିକାରୀ ଜୟପ୍ରକାଶ ପରିଡା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe