Advertisment

ନକ୍ସଲ ଆକ୍ରମଣରେ ସହିଦ୍ ହୋଇଥିଲେ ୧୫ ପୁଲିସ, ସବ୍ୟସାଚୀଙ୍କ ସମେତ ୩ ଖଲାସ

ଏହି ଆକ୍ରମଣ ମାମଲାରେ ୧୫ ପୋଲିସ କର୍ମଚାରୀ ଶହୀଦ ହୋଇଥିଲେ। ଏଥିସହ ଜଣେ ସାଧାରଣ ଲୋକଙ୍କ ଜୀବନ ମଧ୍ୟ ଚାଲିଯାଇଥିଲା।

author-image
Niranjan Mishra
ଅଦ୍ୟତନ ହୋଇଛି
Nayagarh district and sessions judge Court

Nayagarh district and sessions judge Court

୨୦୦୮ ନୟାଗଡ଼ ରିଜର୍ଭ ପୁଲି ଉପରେ ନକ୍ସଲ ଆକ୍ରମଣ ଘଟଣାରେ ନକ୍ସଲ ନେତା ସବ୍ୟସାଚୀ ପଣ୍ଡାଙ୍କ ସହ ମଞ୍ଜୁଲତା ମୁଦୁଲି, ପ୍ରତାପ କିମ୍ବିକା ନିର୍ଦ୍ଦୋଷରେ ଖଲାସ। ୩ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ନୟାଗଡ଼ ଜିଲ୍ଲା ଓ ଦୌରା ଜଜ୍। ଏନେଇ ସୂଚନା ଦେଇଛନ୍ତି ୩ ଜଣଙ୍କ ପକ୍ଷରୁ ଲଢ଼ୁଥିବା ଓକିଲ ଅମୀୟ ପଟ୍ଟନାୟକ।

Advertisment

ସୂଚନା ଥାଉକି, ନୟାଗଡ଼ ଟାଉନ ଥାନା ପାଖ ପୁରୁଣା ରିଜର୍ଭ ପୁଲିସ ଅଫିସ ଉପରେ ଆକ୍ରମଣ ଘଟଣାରେ ଟପ ନକ୍ସଲ ନେତା ସବ୍ୟସାଚି ପଣ୍ଡା, ପ୍ରତାପ କିମ୍ବିକା, ମଞ୍ଜୁଲତା ମୁଦୁଲିଙ୍କୁ ଗିରଫ କରିଥିଲା ପୁଲିସ। ଏହି ଆକ୍ରମଣ ମାମଲାରେ ୧୫ ପୁଲିସ କର୍ମଚାରୀ ଶହୀଦ ହୋଇଥିଲେ। ଏଥିସହ ଜଣେ ସାଧାରଣ ଲୋକଙ୍କ ଜୀବନ ମଧ୍ୟ ଚାଲିଯାଇଥିଲା। ମାମଲାର ତଦନ୍ତ କରୁଥିଲା କ୍ରାଇମ୍‌ ବ୍ରାଞ୍ଚ।

ତେବେ ସାକ୍ଷ୍ୟ ପ୍ରମାଣ ଅଭାବରୁ ୩ ଅଭିଯୁକ୍ତଙ୍କୁ ଖଲାସ କରିଛନ୍ତି କୋର୍ଟ। ଏହି ମାମଲାରେ ୫୧ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ମାମଲାର ତଦନ୍ତ କରି ଚାର୍ଜସିଟ ଦାଖଲ କରିଥିଲା କ୍ରାଇମବ୍ରାଞ୍ଚ। ହେଲେ ଦେଇପାରିଲାନି ଉପଯୁକ୍ତ ତଥ୍ୟ ଓ ପ୍ରମାଣ।

Advertisment

ସୂଚନା ଥାଉକି, ନକ୍ସଲ ଆକ୍ରମଣ ନେଇ ନୟାଗଡ଼ ଜିଲ୍ଲାରେ ମୋଟ ୯ଟି କେସ ରୁଜୁ ହୋଇଥିଲା। ନୟାଗଡ଼ରେ ୫ଟି ମାମଲା ହୋଇଥିବା ବେଳେ ଦଶପଲ୍ଲାରେ ୪ଟି ମାମଲା ହୋଇଥିଲା। ରାଜ୍ୟର ବିଭିନ୍ନ କୋର୍ଟରେ ସବ୍ୟସାଚୀଙ୍କ ବିରୋଧରେ ୪୬ଟି ମାମଲା ବିଚାରାଧୀନ ଅଛି। ଯାହା ଭିତରୁ ସେ ଗୋଟିଏ ମାମଲାରୁ ମୁକ୍ତ ହେବା ପରେ ନୟାଗଡ଼ରେ ୪ଟି ମାମଲା ରହିଛି। ସେଗୁଡ଼ିକ ହେଲା ନୟାଗଡ଼ ଥାନା ଆକ୍ରମଣ, ପିଟିଏସ୍‌ ଆକ୍ରମଣ, ନୂଆଗାଁ ଥାନା ପୋଡ଼ି, ମହିପୁର ଫାଣ୍ଡି ଆକ୍ରମଣ ମାମଲା।

ଅନ୍ୟପଟେ ଆଜି କୋର୍ଟ ଫଇସଲା ଆସିବା ପରେ ନୟାଗଡ଼ାରେ ମଞ୍ଜୁଲତା ମୁଦୁଲି, ପ୍ରତାପ କିମ୍ବିକାଙ୍କ ନାମରେ ଅନ୍ୟ କୌଣସି ମାମଲା ବିଚାରାଧୀନ ନ ଥିବାରୁ ସେମାନେ ୨୦୦୮ରୁ ରହିଥିବା ଜେଲ୍‌ରୁ ମୁକୁଳିବାର ବାଟ ଖୋଲି ଯାଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ରିପୋର୍ଟ- ନୟାଗଡ଼ରୁ ଜିତେନ୍ଦ୍ର ବେହେରା

Crime Branch Naxal Attack Govt. Failures Odisha Police