Advertisment

ସୁନେଲୀ କିରଣରେ ଝଲସୁଛି ସୁନାମୁହିଁ

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ସାଧାରଣତଃ ଶୀତ ଦିନରେ ପର୍ଯ୍ୟଟକ ନୂଆ ନୂଆ ଜାଗାକୁ ବୁଲିଯିବାକୁ ପସନ୍ଦ କରନ୍ତି। ଏମିତି ତ ଓଡ଼ିଶାରେ ଅନେକ ନାମୀ ପର୍ଯ୍ୟଟନସ୍ଥଳୀ ଅଛି। କିନ୍ତୁ ଏମିତି କିଛି ସ୍ଥାନ ଅଛି, ତାହା ନଜରକୁ ଆସେ ନାହିଁ। ଆଜି ଆମେ ଏମିତି ଏକ ପର୍ଯ୍ୟଟକ ସ୍ଥଳୀ କଥା କହିବୁ, ଯାହାର ସୌନ୍ଦର୍ଯ୍ୟକରଣକୁ ଦେଖିଲେ ହୁଏତ ସହଜରେ ଜଣେ ବିଶ୍ୱାସ କରିପାରିବନି। ଆମେ କହୁଛୁ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକର ସୁନାମୁହିଁ ଡ୍ୟାମ୍ କଥା। ନୟାଗଡ଼ […]

ସୁନେଲୀ କିରଣରେ ଝଲସୁଛି ସୁନାମୁହିଁ

suna

Advertisment

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ସାଧାରଣତଃ ଶୀତ ଦିନରେ ପର୍ଯ୍ୟଟକ ନୂଆ ନୂଆ ଜାଗାକୁ ବୁଲିଯିବାକୁ ପସନ୍ଦ କରନ୍ତି। ଏମିତି ତ ଓଡ଼ିଶାରେ ଅନେକ ନାମୀ ପର୍ଯ୍ୟଟନସ୍ଥଳୀ ଅଛି। କିନ୍ତୁ ଏମିତି କିଛି ସ୍ଥାନ ଅଛି, ତାହା ନଜରକୁ ଆସେ ନାହିଁ। ଆଜି ଆମେ ଏମିତି ଏକ ପର୍ଯ୍ୟଟକ ସ୍ଥଳୀ କଥା କହିବୁ, ଯାହାର ସୌନ୍ଦର୍ଯ୍ୟକରଣକୁ ଦେଖିଲେ ହୁଏତ ସହଜରେ ଜଣେ ବିଶ୍ୱାସ କରିପାରିବନି। ଆମେ କହୁଛୁ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକର ସୁନାମୁହିଁ ଡ୍ୟାମ୍ କଥା। ନୟାଗଡ଼ ରାସ୍ତା କଡ଼ରେ ଥିବା ଏହି ଡ୍ୟାମଟି ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରୁଛି।

Advertisment

publive-image

[caption id="attachment_618677" align="aligncenter" width="650"]Sunamunhi ସୁନାମୁହିଁର ସୁନ୍ଦର ପାର୍କ[/caption]

ଏଠାକାର ପ୍ରାକୃତିକ ଦୃଶ୍ୟ ଦେଖିଲେ, ଲାଗିବ ସତେ ଯେପରି ଆମେ କୌଣସି ସିନେରୀ ଦେଖୁଛେ। କିନ୍ତୁ ବାସ୍ତବରେ ଏମିତି ଏକ ସ୍ଥାନ ଅଛନ୍ତି। ଏକ ତ୍ରିକୋଣୀୟ ପାହାଡ଼ ତଳି ଅଞ୍ଚଳକୁ ବନ୍ଧ ପକାଇ ନିର୍ମିତ ହୋଇଛି ଏହି ବିଶାଳ ଜଳ ଭଣ୍ଡାର। ବନ୍ଧ ଉପରେ ଆଲୋକ ମାଳା ଏବଂ ପ୍ରବେଶ ଦ୍ୱାର ମଧ୍ୟରେ ସୁନ୍ଦର ତୋରଣ ଟିଏ କରାଯାଇଛି। ଗେଟ୍ ଭିତରକୁ ପଶିବା ମାତ୍ରେ ନଡ଼ିଆ ଗଛ ଏବଂ ସୁନ୍ଦର ଫୁଟ ପାଥରେ ଚାଲିବା ବେଳେ ଦର୍ଶକଙ୍କୁ ଏହି ସୁନ୍ଦର ସ୍ଥାନ ବିମୋହିତ କରେ।

Advertisment

[caption id="attachment_618678" align="aligncenter" width="650"]Sunamunhi ସୁନ୍ଦର ପାହାଡ଼ ସାଙ୍ଗକୁ ନଦୀର ନିଆରା ଦୃଶ୍ୟ[/caption]

ପ୍ରାକୃତିକ ଶୋଭାରାଜି ସହ ଅସ୍ତଗାମୀ ସୂର୍ଯ୍ୟଙ୍କ ସୁନେଲି କିରଣ ଏଠାକାର ଜଳରାଶିକୁ ଆହୁରି ସୁନ୍ଦର କରେ। ବନ୍ଧକୁ ଲାଗି ସୁନ୍ଦର ଚିଲଡ୍ରେନ୍ ପାର୍କ ସହ ଯୁବବର୍ଗଙ୍କ ପାଇଁ ଜିମ ମଧ୍ୟ ରହିଛି। ଯାହାଫଳରେ ଏଠାକୁ ଶିଶୁଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଆସିବାକୁ ଭଲ ପାଆନ୍ତି। ତେବେ ଏହି ସ୍ଥାନର ଯେତିକି ଉନ୍ନତି ଓ ବିକାଶ ହେବା କଥା, ତାହା ହୋଇପାରିନଥିବା ପର୍ଯ୍ୟଟକ ଓ ସ୍ଥାନୀୟ ଲୋକେ କହିଛନ୍ତି। ଏହାର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ।

[caption id="attachment_618679" align="aligncenter" width="650"]publive-image ଦୂରରୁ ଦିଶୁଥିବା ପାହାଡ଼[/caption]

ଏହି ସୁନାମୁଁହି ପରିବେଶ ପର୍ଯ୍ୟଟନସ୍ଥଳୀ ପ୍ରଥମେ କ୍ଷୁଦ୍ର ଜଳସେଚନ ବିଭାଗ ଅଧିନରେ ଥିଲା। ମାତ୍ର ଗତ ୫ ବର୍ଷ ତଳେ ହାରାହାରି ୨ କୋଟି ଟଙ୍କା ବିନିମୟରେ ଏହି ସ୍ଥାନର ବହୁ ବିକାଶ କାର୍ଯ୍ୟ ହୋଇଥିଲା। ମାତ୍ର ପ୍ରଶାସନ ପକ୍ଷରୁ ରକ୍ଷଣାବେକ୍ଷଣ ଅଭାବରୁ ଏଠାରୁ ବହୁ ଜିନିଷ ଚୋରୀ ହୋଇଯାଇଛି। ତେବେ ବର୍ତ୍ତମାନ ଏହି ସ୍ଥାନଟି ଖଣ୍ଡପଡ଼ା NACକୁ ହସ୍ତାନ୍ତର ହୋଇଛି ଏବଂ NAC ଏକ ମହିଳା ସ୍ୱୟଂସହାୟିକା ଗୋଷ୍ଠୀ ମାଧ୍ୟମରେ ଏହାର ରକ୍ଷଣାବେକ୍ଷଣ କାର୍ଯ୍ୟ ତୁଲାଉଛି। ତେବେ ଏଠାରେ ବୋଟିଂ ଏବଂ ଆଲୋକୀକରଣ ବ୍ୟବସ୍ଥା କରାଗଲେ ଏହା ଏକ ସୁନ୍ଦର ସ୍ଥାନ ଭାବେ ପରିଗଣିତ ହୋଇ ପାରିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe