Advertisment

ନବଜାତ ଶିଶୁକନ୍ୟାକୁ ଛାଡ଼ି ହସ୍ପିଟାଲରୁ ଛୁ ମାରିଲା ମା’

ଶିଶୁ କନ୍ୟାଟି କାନ୍ଦୁଥିବାରୁ ହସ୍ପିଟାଲ କର୍ତ୍ତୃପକ୍ଷ ତା’ ମା’କୁ ଚାରିଆଡ଼େ ଖୋଜିଥିଲେ। କିନ୍ତୁ ତା’ର କୌଣସି ପତ୍ତା ମିଳି ନଥିଲା।

Hospital

Hospital

Advertisment

ନୟାଗଡ଼ରେ ପୁଣି ଅଲୋଡ଼ା ହୋଇଛି ନବଜାତ ଶିଶୁ କନ୍ୟା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନବଜାତ ଶିଶୁ ୱାର୍ଡରେ ଜଣେ ମା’ ନିଜ ଜନ୍ମ କଲା ଛୁଆକୁ ସେଠାରେ ଛାଡ଼ି ଛୁ’ ମାରିଛି। ଅନ୍ତ ଚିରି ଯାହାକୁ ସିଏ ଜନ୍ମ ଦେଇଥିଲା, ତାକୁ ଏକା କରି ଦେଇ ଚାଲି ଯାଇଛି ମା’। ମା’କୁ ନ ପାଇ ଶିଶୁ କନ୍ୟାଟି କାନ୍ଦିବା କାନ୍ଦିବାରୁ ପୂରା ଘଟଣା ସାମ୍ନାକୁ ଆସିଛି।

Advertisment

ଶିଶୁ କନ୍ୟାଟି କାନ୍ଦୁଥିବାରୁ ହସ୍ପିଟାଲ କର୍ତ୍ତୃପକ୍ଷ ତା’ ମା’କୁ ଚାରିଆଡ଼େ ଖୋଜିଥିଲେ। କିନ୍ତୁ ତା’ର କୌଣସି ପତ୍ତା ମିଳି ନଥିଲା। ଏହି ଖବର ପାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏକ ଟିମ, ନୟାଗଡ଼ ଟାଉନ ଥାନା ପୁଲିସ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ସଦସ୍ୟମାନେ ପହଞ୍ଚିଥିଲେ। ସେମାନେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସିସିଟିଭି ଯାଞ୍ଚ ସହ ନବଜାତ ଶିଶୁ କନ୍ୟାର ମା' କିଏ ସେ ନେଇ ଖୋଳତାଡ଼ ଆରମ୍ଭ ହୋଇଛି।

ନୟାଗଡ଼ ଜିଲ୍ଲା ସମାଜ ମଙ୍ଗଳ ସମିତିର ଭାରପ୍ରାପ୍ତ ଅଧ୍ୟକ୍ଷା ରଂଜିତା ପଣ୍ଡା ପହଁଞ୍ଚି ଶିଶୁ କନ୍ୟାର ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ ପିଲାଟିକୁ ନିଜ ହେପାଜତକୁ ନେଇଛନ୍ତି। ଶିଶୁ କନ୍ୟାର ମା' କିଏ ସେ ନେଇ ମିଳିତ ଭାବେ ତଦନ୍ତ ଚାଲିଛି l କେହି ଦାବିଦାର ନ ବାହାରିଲେ ସା ଗୃହରେ ପିଲାଟିକୁ ରଖାଯିବା ନେଇ ସୂଚନା ମିଳିଛି। ୪ରୁ ୫ ଦିନ ତଳେ ପିଲାଟିର ଜନ୍ମ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Advertisment

ନୟାଗଡ଼ ଜିଲ୍ଲା ସମାଜ ମଙ୍ଗଳ ସମିତିର ଭାରପ୍ରାପ୍ତ ଅଧ୍ୟକ୍ଷା ରଂଜିତା ପଣ୍ଡା କହିଛନ୍ତି, “ଯଦି ପିଲାଟିକୁ ନେବା ପାଇଁ କେହି ଦାବିଦାର ବାହାରନ୍ତି, ତା’ହେଲେ ପ୍ରଥମେ ଡକ୍ୟୁମେଣ୍ଟ CWCକୁ ଦେବାକୁ ପଡ଼ିବ। ୨୪ ଘଣ୍ଟା ଭିତରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଚିଠି ହେବ। ସା’କୁ ବି ଚିଠି ହେବ। ଖବରକାଗଜରେ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇବ।

ମାସକ ମଧ୍ୟରେ ଯିଏ ପିଲଟି ତାଙ୍କର ବୋଲି କହିବେ ଓ ଉପଯୁକ୍ତ ପ୍ରମାଣ ଦେଖାଇବେ, ତାଙ୍କୁ ହସ୍ତାନ୍ତର କରାଯିବ। ନ ହେଲେ ପିଲାଟିକୁ ପୋଷ୍ୟ ଭାବେ ଯିଏ ନେବାକୁ ଚାହୁଁଛନ୍ତି, ତାଙ୍କୁ ମଧ୍ୟ ସବୁ ପ୍ରକାରର ନିୟମ କାନୁନ ଅନୁସାରେ ଦେବାର ବ୍ୟବସ୍ଥା କରାଯିବ। ପିଲାଟି ୪ରୁ ୫ ଦିନ ତଳେ ଜନ୍ମ ହୋଇଥିବା ଜଣାପଡ଼ୁଛି। ତଥାପି ହସ୍ପିଟାଲ କର୍ତ୍ତୃପକ୍ଷ ଠିକ୍‌ ସୂଚନା ଦେଇ ପାରିବେ।”

Odisha Nayagarh New Born Baby
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe