Advertisment

‘ମୋ ଝିଅକୁ ମାରିଦେଲେ, ପୁଲିସ୍ ଦୁର୍ବ୍ୟବହାର କରୁଛି‘

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ରଣପୁର ଥାନା ରଙ୍କଦେଉଳି ନବବଧୂ ସସ୍ମିତା ସାହୁଙ୍କ ହତ୍ୟାକୁ ୭ ଦିନ ପୂରିଲାଣି। ହେଲେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ଓଲଟା ପୀଡିତ ପରିବାରକୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ କରିଛନ୍ତି ସସ୍ମିତାଙ୍କ ପରିବାର ଲୋକେ। ସେପଟେ ଘଟଣାର ଉଚ୍ଚସ୍ଥରୀୟ ତଦନ୍ତ ନ ହେଲେ ରାସ୍ତାରୋକ ଆନ୍ଦୋଳନ କରିବାକୁ ଅଣ୍ଟା ଭିଡ଼ିଲେଣି ସ୍ଥାନୀୟ ଲୋକେ। ଗତ ୨୧ ତାରିଖରେ ସସ୍ମିତାଙ୍କ ମୃତଦେହ ତାଙ୍କ ଶାଶୁଘର ରଣପୁର ଥାନା ରଙ୍କଦେଉଳିରୁ ମିଳିଥିଲା। ଗତ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
‘ମୋ ଝିଅକୁ ମାରିଦେଲେ, ପୁଲିସ୍ ଦୁର୍ବ୍ୟବହାର କରୁଛି‘

nayagarh

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ରଣପୁର ଥାନା ରଙ୍କଦେଉଳି ନବବଧୂ ସସ୍ମିତା ସାହୁଙ୍କ ହତ୍ୟାକୁ ୭ ଦିନ ପୂରିଲାଣି। ହେଲେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ଓଲଟା ପୀଡିତ ପରିବାରକୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ କରିଛନ୍ତି ସସ୍ମିତାଙ୍କ ପରିବାର ଲୋକେ। ସେପଟେ ଘଟଣାର ଉଚ୍ଚସ୍ଥରୀୟ ତଦନ୍ତ ନ ହେଲେ ରାସ୍ତାରୋକ ଆନ୍ଦୋଳନ କରିବାକୁ ଅଣ୍ଟା ଭିଡ଼ିଲେଣି ସ୍ଥାନୀୟ ଲୋକେ।

Advertisment

ଗତ ୨୧ ତାରିଖରେ ସସ୍ମିତାଙ୍କ ମୃତଦେହ ତାଙ୍କ ଶାଶୁଘର ରଣପୁର ଥାନା ରଙ୍କଦେଉଳିରୁ ମିଳିଥିଲା। ଗତ ବର୍ଷ ମାର୍ଚ୍ଚ ମାସରେ ନୟାଗଡ଼ ଇଟାମାଟି ଥାନା ଲାଠିପଡା ପଞ୍ଚାୟତ ନାଗପୁର ଗାଁର ଅଶୋକ ସାହୁଙ୍କ ଝିଅ ସସ୍ମିତାଙ୍କ ବିବାହ ସେନା ଅଧିକାରୀ ଦୀପକ ସାହୁଙ୍କ ସହ ହୋଇଥିଲା। ହେଲେ ବିବାହର କିଛି ଦିନ ପରେ ଅର୍ଥାତ୍ ଗତ ୨୧ ତାରିଖରେ ବେକରେ ରଶି ଗୁଡା ହୋଇ ଖଟ ଉପରେ ପଡିଥିବା ଅବସ୍ଥାରେ ସସ୍ମିତାଙ୍କ ମୃତଦେହ ମିଳିଥିଲା।

ଏନେଇ ସସ୍ମିତାଙ୍କ ବାପା ରଣପୁର ଥାନାରେ ହତ୍ୟା ଅଭିଯୋଗ କରିଥିଲେ। ମାତ୍ର ପୁଲିସ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରୁନାହିଁ । ଏହା ବଦଳରେ ପୁଲିସ୍ ସସ୍ମିତାଙ୍କ ପରିବାର ଲୋକଙ୍କୁ ଦୁର୍ବ୍ୟବହାର କରୁଥିବା ସେମାନେ ଅଭିଯୋଗ କରିଛଛି। ସସ୍ମିତା ଜଣେ ଉଚ୍ଚ ଶିକ୍ଷିତା ଝିଅ ହୋଇଥିବା ବେଳେ ସଂସ୍କୃତରେ ତାଙ୍କର ଅଗାଧ ଜ୍ଞାନ ପାଇଁ ସେ ବେଶ ଜଣାଶୁଣା ଥିଲେ। ତେବେ ଏନେଇ ପୁଲିସର ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment