ଦିଲ୍ଲୀରେ ଓଡ଼ିଆ ଯବାନ ହିରୋ, ପୀଡ଼ିତାଙ୍କ ଉପରେ ଘୋଡ଼ାଇ ଦେଲେ ନିଜ ପୋଷାକ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ଓଡ଼ିଆ ଯବାନ ଦେଖାଇଲେ ମାନବିକତା l ଆତ୍ମହତ୍ୟା କରିବାକୁ ଯାଇ ଗୁରୁତର ଅବସ୍ଥାରେ ରେଳ ଧାରଣାରେ ପଡ଼ିଥିବା ଯୁବତୀଙ୍କୁ ଉଦ୍ଧାର କରିବା ସହ ତାଙ୍କ ଉପରେ ନିଜ ପୋଷାକ ଘୋଡ଼ାଇଲେ ଓଡ଼ିଆ ଯବାନ l  ଏହି ସାହାସିକତା ଏବଂ ମାନବିକତା ପାଇଁ ସାରା ଦେଶରେ  ଯବାନଙ୍କୁ ପ୍ରଶଂସାର ସୁଅ ଛୁଟିଛି l ଏହି ଭିଡ଼ିଓ ଏବେ ସୋଶାଲ ମିଡ଼ିଆରେ  ବେଶ ଭାଇରାଲ ହେଉଛି l ଏହି ଓଡ଼ିଆ ଯବାନ ଜଣଙ୍କ ହେଲେ ନୟାଗଡ଼ ଜିଲ୍ଲା […]

5gm

Tapas Behera
  • Published: Thursday, 05 August 2021
  • , Updated: 05 August 2021, 05:26 PM IST

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ଓଡ଼ିଆ ଯବାନ ଦେଖାଇଲେ ମାନବିକତା l ଆତ୍ମହତ୍ୟା କରିବାକୁ ଯାଇ ଗୁରୁତର ଅବସ୍ଥାରେ ରେଳ ଧାରଣାରେ ପଡ଼ିଥିବା ଯୁବତୀଙ୍କୁ ଉଦ୍ଧାର କରିବା ସହ ତାଙ୍କ ଉପରେ ନିଜ ପୋଷାକ ଘୋଡ଼ାଇଲେ ଓଡ଼ିଆ ଯବାନ l  ଏହି ସାହାସିକତା ଏବଂ ମାନବିକତା ପାଇଁ ସାରା ଦେଶରେ  ଯବାନଙ୍କୁ ପ୍ରଶଂସାର ସୁଅ ଛୁଟିଛି l ଏହି ଭିଡ଼ିଓ ଏବେ ସୋଶାଲ ମିଡ଼ିଆରେ  ବେଶ ଭାଇରାଲ ହେଉଛି l ଏହି ଓଡ଼ିଆ ଯବାନ ଜଣଙ୍କ ହେଲେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ବିନୋଦପଡ଼ା ଗ୍ରାମର ଅଭିମନ୍ୟୁ ନାୟକଙ୍କ ପୁଅ ନବକିଶୋର ନାୟକ l

ଗତ ମଙ୍ଗଳବାର ରାଜଧାନୀ ଦିଲ୍ଲୀର ଜନକପୁରୀ ପଶ୍ଚିମ ମେଟ୍ରୋ ଷ୍ଟେସନ ରେଳ ଧାରଣାରେ ଜଣେ ୨୧ ବର୍ଷୀୟ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ l ଏହା ଜାଣି ପାରି ଡ୍ୟୁଟି କରୁଥିବା ୪ ଜଣ ଯବାନ ଯୁବତୀଙ୍କୁ ରକ୍ଷା କରିବା ପାଇଁ ଦେବଦୂତ ସାଜିଥିଲେ l ସେମାନଙ୍କ ମଧ୍ୟରେ ଓଡ଼ିଆ ଯବାନ ନବକିଶୋର ଥିଲେ। ଯୁବତୀଙ୍କୁ ଟ୍ରେନ ଧକ୍କା ଦେବା ପୂର୍ବରୁ ଯବାନମାନେ ରେଳ ଧାରଣାରୁ ଉଦ୍ଧାର କରିଦେଇଥିଲେ l ଫଳରେ ଅଳ୍ପକେ ବର୍ତ୍ତିଯାଇଥିଲେ ଯୁବତୀ ଜଣକ l ଟ୍ରେନ ଟ୍ରାକ୍‌ ମଝିରେ ଯୁବତୀଙ୍କୁ ରଖି ବଞ୍ଚାଇବା ପାଇଁ ଆରମ୍ଭ ହୋଇଥିଲା ସଂଗ୍ରାମ l

ଏହି ସମୟରେ ଯୁବତୀଙ୍କ ଦେହରେ ତାଙ୍କର ପୋଷାକ ନଥିଲା l ଏହାକୁ ଦେଖିପାରି ଓଡ଼ିଆ ଯବାନ ନବକିଶୋର ନିଜର ପୋଷାକ ଯୁବତୀଙ୍କ ଉପରେ ଘୋଡ଼ାଇ ଦେଇଥିଲେ l ଏଭଳି ମାନବିକତା ଏବଂ ସାହାସିକତା ପ୍ରଦର୍ଶନ ପାଇଁ ଦିଲ୍ଲୀ ସରକାର ସମେତ CISF ଆଇଜି ଯବାନ ମାନଙ୍କୁ ପ୍ରମାଣ ପତ୍ର  ଦେଇ ପୁରସ୍କୃତ କରିଛନ୍ତି l ଯବାନମାନଙ୍କୁ ଏଭଳି ସାହାସିକତା ଏବଂ ମାନବିକତା ପ୍ରଦର୍ଶନୀ ପାଇଁ ସାରା ଦେଶରେ ଭୂରି ଭୂରି ପ୍ରଶଂସା କରାଯାଉଛି l

Related story