Advertisment

ଲିଫ୍ଟ ମାଗି ଲୁଟ୍‌ ଉଦ୍ୟମ ମହଙ୍ଗା ପଡ଼ିଲା

ଜଣେ ଲୁଟେରା ଧରାପଡ଼ିଥିବା ବେଳେ ଆଉ ଜଣେ ଫେରାର ହୋଇଯାଇଛି।

Accused

Accused

Advertisment

ଯାହାଙ୍କୁ ଲିଫ୍ଟ ମାଗିଥିଲେ ତାଙ୍କୁ ଲୁଟିବାକୁ ଉଦ୍ୟମ କଲା ବେଳେ ଲୋକଙ୍କ ହାତରେ ଧରାପଡ଼ି ନିସ୍ତୁକ ମାଡ଼ ଖାଇଲେ ଜଣେ ଲୁଟେରା। ହେଲେ ତାଙ୍କର ଆଉ ଜଣେ ସାଥୀ ଖସି ଯିବାରେ ସକ୍ଷମ ହୋଇଥିଲେ। ଘଟଣାଟି ଘଟିଛି ନୟାଗଡ଼ର ଲୁଣିସରାରେ।

Advertisment

ନୟାଗଡ଼ ଜିଲ୍ଲା କଣ୍ଟିଲୋ ମାଧପୁର ଅଞ୍ଚଳର ପୁଲକ କୁମାର ସାହୁ ତାଙ୍କ କାରରେ ଦଶପଲ୍ଲା ଅଭିମୁଖେ ଯାଉଥିଲେ। ନୟାଗଡ଼ ଠାରେ ଦୁଇ ଜଣ ଯୁବକ ଦଶପଲ୍ଲା ଯିବାପାଇଁ ତାଙ୍କୁ ଲିଫ୍ଟ ମାଗିଥିଲେ। ପୁଲକ ଉଭୟଙ୍କୁ ଲିଫ୍ଟ ଦେଇଥିଲେ। ହେଲେ ନୟାଗଡ଼-ଦଶପଲ୍ଲା ରାସ୍ତାର ଲୁଣିସରାରେ ହଠାତ୍ ଦୁଇ ଯୁବକ ପୁଲକଙ୍କୁ ଧମକ ଦେଇ ଗାଡ଼ି ଅଟକାଇ ଆକ୍ରମଣ କରି ତାଙ୍କ ପର୍ସ ଓ ମୋବାଇଲ ଛଡ଼ାଇ ନେଇଥିଲେ। ଏହି ସମୟରେ ପୁଲକ ପାଟି କରିଥିଲେ।

ପୁଲକଙ୍କ ପାଟି ଶୁଣି କିଛି ଲୋକ କାର ନିକଟରେ ପହଞ୍ଚି ଜଣେ ଲୁଟେରାକୁ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ। ପରେ ତାକୁ ପୁଲିସ ଜିମାରେ ଦେଇଥିଲେ। ତେବେ ଅନ୍ୟ ଜଣେ ଲୁଟରେ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲା। ନୂଆଗାଁ ପୁଲିସ ଘଟଣାର ତଦନ୍ତ କରୁଛି।

Advertisment

ଲୁଟେରାଙ୍କ ଆକ୍ରମଣରେ ପୁଲକଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଙ୍କର ଚିକିତ୍ସା କରାଯାଇଛି। 

Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe