Advertisment

ହାଇୱାକୁ ଧକ୍କା ଦେଲା ଅଟୋ; ଜଣେ ମୃତ, ୪ଗୁରୁତର

ଦୁର୍ଘଟଣା ପରେ ଅଟୋ ଚାଳକ ଗାଡ଼ି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Accident

Accident

ହାଇୱାକୁ ଧକ୍କା ଦେଲେ ଅଟୋ। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଆହତ ହୋଇଛନ୍ତି। ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ନନ୍ଦିଘୋର ହନୁମାନ ମନ୍ଦିର ନିକଟରେ ବିଳମ୍ବିତ ରାତିରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ନନ୍ଦିଘୋର ଗାଁର ଦିଲୀପ ଦାସ।

Advertisment

ଗତକାଲି ରାତିରେ ଦିଲୀପ ଏବଂ ତାଙ୍କର ୪ ଜଣ ସମ୍ପର୍କୀୟ ଏକ ଅଟୋରେ ଶରଣକୁଳରୁ ନିଜ ଗାଁ ନନ୍ଦିଘୋରକୁ ଫେରୁଥିଲେ। ଓଡଗାଁ ହନୁମାନ ମନ୍ଦିର ନିକଟରେ ଏକ ହାଇୱା ରାସ୍ତା କଡ଼ରେ ଠିଆ ହୋଇଥିଲା। ଅଟୋଟି ଭାରସାମ୍ୟ ହାଇୱାକୁ ପଛରୁ ଧକ୍କା ଦେଇଥିଲା। ଦିଲୀପଙ୍କ ମୁଣ୍ଡ ହାଇୱାରେ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବାବେଳେ ଅଟୋରେ ଥିବା ଅନ୍ୟ୪ ଜଣ ଆହତ ହୋଇଥିଲେ।

ପୁଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଆହତଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି l

Advertisment

ଦୁର୍ଘଟଣା ପରେ ଅଟୋ ଚାଳକ ଗାଡ଼ି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ପୁଲିସ ଘଟଣାର ତଦନ୍ତ କରୁଛି।

Nayagarh Road Accident