Advertisment

ପିକଅପ୍ ଭ୍ୟାନ - ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ

ସ୍ଥାନୀୟ ଲୋକେ ପ୍ରାଣୁଙ୍କ ମୃତଦେହକୁ ରାସ୍ତାଉପରେ ରଖି ତାଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ।

Accident

Accident

Advertisment

ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଯଉବନ ପେଟ୍ରୋଲ ପମ୍ପ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଜେରକ୍ସ ପେପର ବୋଝେଇ ପିକଅପ୍ ଭ୍ୟାନ ଓ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ବାଇକ୍ ଆରୋହୀ ପାଣୁ ପାତ୍ର। ତାଙ୍କୁ ୨୮ ବର୍ଷ ହୋଇଥିଲା। ପ୍ରାଣୁଙ୍କ ଘର ଦଶପଲ୍ଲା ଥାନା ଖମାର ସାହିରେ ବୋଲି ଜଣାଯାଇଛି।

Advertisment

ପ୍ରାଣୁ ବିଦ୍ୟୁତ ବିଭାଗରେ କାମ କରନ୍ତି। ଗତକାଲି ପ୍ରାଣୁ ଦଶପଲ୍ଲା ସବ୍ ଷ୍ଟେସନରୁ କାମ ସାରି ନିଜ ଘର ଖମାର ସାହିକୁ ବାଇକ୍ ଯୋଗେ ଫେରୁଥିଲେ। ଏହି ସମୟରେ ଭୁବନେଶ୍ୱର ପଟରୁ ଆସୁଥିବା ଜେରକ୍ସ ପେପର ବୋଝେଇ ପିକଅପ୍ ଭ୍ୟାନ ସହ ତାଙ୍କ ବାଇକ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ପ୍ରାଣୁଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣାପରେ ପିକ୍‌ଅପ୍‌ ଭ୍ୟାନ୍‌ ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲା।

ସ୍ଥାନୀୟ ଲୋକେ ପ୍ରାଣୁଙ୍କ ମୃତଦେହକୁ ରାସ୍ତାଉପରେ ରଖି ତାଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ। ସ୍ଥାନୀୟ ଅତିରିକ୍ତ ତହସିଲଦାର ଓ ଦଶପଲ୍ଲା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିଥିଲେ। ସରକାରୀ ସ୍ତରରେ ଯାହା ସମ୍ଭବ ସାହାଯ୍ୟ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।

Advertisment
Nayagarh Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe