Advertisment

ଗଛରେ ପିଟି ହେଲା ହାଇୱା

ଆଜି ସକାଳେ ହାଇୱାଟି ମେଟାଲ ବୋଝେଇ କରି ଦଶପଲ୍ଲାରୁ ନୟାଗଡ଼ ଅଭିମୁଖେ ଯାଉଥିଲା।

ଅଦ୍ୟତନ ହୋଇଛି
Accident

Accident

Advertisment

ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ସୁବଳିଆଠାରେ ଆଜି ସକାଳେ ଏକ ହାଇୱା ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ଡ୍ରାଇଭର ଗୁରୁତର ଆହତ ହୋଇଛି। ଆହତ ଡ୍ରାଇଭର ଜଣଙ୍କ ହେଲେ କଟକ ଜିଲ୍ଲା ବଡ଼ ମୁଣ୍ଡୁଳି ଅଞ୍ଚଳର ସମୀର ନାଥ।

Advertisment

ଆଜି ସକାଳେ ହାଇୱାଟି ମେଟାଲ ବୋଝେଇ କରି ଦଶପଲ୍ଲାରୁ ନୟାଗଡ଼ ଅମିମୁଖେ ଯାଉଥିଲା। ଏହି ସମୟରେ ହାଇୱାଟି ସୁବଳିଆଠାରେ ଗଛରେ ପିଟି ହୋଇଯାଇଥିଲା। ହାଇୱା ଡ୍ରାଇଭର ଗାଡ଼ିର କ୍ୟାବିନରେ ଚାପି ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ପୁଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

ପୁଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ୨ ଘଣ୍ଟାର ପରିଶ୍ରମ ପରେ ଡ୍ରାଇଭରଙ୍କୁ ଗାଡ଼ିରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ତାଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି। ଗାଡ଼ିରେ ଡ୍ରାଇଭର ଏକୁଟିଆ ଥିଲେ। 

Advertisment
Roadaccident Nayagarh , Odisha Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe