Advertisment

ବ୍ରିଜ ତଳକୁ ଖସିପଡ଼ିଲା ଆଲୁମିନିୟମ ବୋଝେଇ କଣ୍ଟେନର

ଗାଡ଼ି ଡ୍ରାଇଭରର ଡାହାଣ ଗୋଡ଼ଟି କ୍ୟାବିନ ଭିତରେ ଫସି ରହିଥିଲା। ଅଗ୍ନିଶମ ବାହିନୀ ପହଞ୍ଚି କଟର ମାଧ୍ୟମରେ କାଟି ଗାଡ଼ି ଡ୍ରାଇଭରର ଗୋଡ଼ ବାହାର କରିଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Accident

Accident

ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ସାକେଣୀ ଗ୍ରାମ ନିକଟରେ ଆଜି ସକାଳେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଆଲୁମିନିୟମ ବୋଝେଇ କଣ୍ଟେନର ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡ଼ିବାରୁ ଗାଡ଼ି ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗାଡ଼ି ଡ୍ରାଇଭରଙ୍କ ପରିଚୟ ମିଳିନାହିଁ।

Advertisment

ଆଜି ସକାଳେ ଆଲୁମିନିୟମ ବୋଝେଇ କଣ୍ଟେନରଟି ଗୋପାଳ ପୁରରୁ ଆଲୁମିନିୟମ ପାଉଡର ଧରି ଝାରସୁଗୁଡା ଅଭିମୁଖେ ଯାଉଥିଲା।  ଏହି ସମୟରେ ସାକେଣୀ ନିକଟରେ ଭାରସାମ୍ୟ ହରାଇ ଟ୍ରକ୍‌ଟି ବ୍ରିଜ ତଳକୁ ଖସି ପଡିଥିଲା। ଗାଡ଼ି ଡ୍ରାଇଭରର ଡାହାଣ ଗୋଡ଼ଟି କ୍ୟାବିନ ଭିତରେ ଫସି ରହିଥିଲା। ଅଗ୍ନିଶମ ବାହିନୀ ପହଞ୍ଚି କଟର ମାଧ୍ୟମରେ କାଟି ଗାଡ଼ି ଡ୍ରାଇଭରର ଗୋଡ଼ ବାହାର କରିଥିଲେ।  ତାଙ୍କୁ ଗୁରରୁତର ଅବସ୍ଥା ଉଦ୍ଧାର କରାଯାଇ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Roadaccident Nayagarh