ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ଦେହଜୀବୀଙ୍କୁ ଧରିବାକୁ ଗ୍ରାହକ ସାଜିଲା ପୁଲିସ୍। ମୁଲଚାଲ କରି କଥା ଛିଣ୍ଡାଇଲା। ଶେଷରେ ଟିମ୍ ସହ ଚଢ଼ାଉ କରି କାବୁ କଲା। ୨ ରୂପଜିବୀଙ୍କ ସମେତ ୨ ଗ୍ରାହକଙ୍କୁ କାବୁ କଲା ନୟାଗଡ଼ ଜିଲ୍ଲା ଓଡଗାଁ ଆଦର୍ଶ ଥାନା ପୁଲିସ୍ ।
ଓଡଗାଁ ଆଦର୍ଶ ଥାନା ଅଧୀନ ଅଖାରିଆ ଗାଁର ବସନ୍ତ ନାୟକଙ୍କ ଘରେ ସେକ୍ସ ରକେଟ ଚାଲୁଥିବା ନେଇ ଓଡଗାଁ ପୁଲିସ୍ ପାଖରେ ଖବର ଥିଲା l ଗତକାଲି ଦୁଇଜଣ ଦେହଜୀବୀ ସେଠାକୁ ଯାଇଥିବା ଖବର ପାଇ ନିଜେ ଗ୍ରାହକ ହୋଇ ଯାଇଥିଲା ପୁଲିସ୍ l ଦେହଜୀବୀ ଓ କିଙ୍ଗପିନ ବସନ୍ତ ସହିତ ମୁଲଚାଲ ମଧ୍ୟ ହୋଇଥିଲା l ତେବେ ଗ୍ରାହକ ପୁଲିସ୍ ବାବୁ ବାହାରକୁ ଆସି ପୁରା ଟିମ୍ ସହିତ ଘର ଉପରକୁ ଚଢ଼ାଉ କରିଥିଲେ l
ଘଟଣାସ୍ଥଳରୁ ୨ ଦେହଜୀବୀ ଉଦ୍ଧାର ସହ ମଦ ବୋତଲ, ସିଗାରେଟ ଓ ଅନେକ ଆପତିଜନକ ଜିନିଷ ପୁଲିସ୍ ଜବତ କରିଛି l ଦେହଜୀବୀଙ୍କ ଡାକ୍ତରୀ ମାଇନା ପରେ ସେମାନଙ୍କୁ ଷ୍ଟେ ହୋମକୁ ଛଡ଼ାଯାଇଛି l କିଙ୍ଗପିନ ବସନ୍ତକୁ ଆଜି କୋର୍ଟଚାଲାଣ କରାଯିବ ବୋଲି ଜଣା ପଡ଼ିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
୨୨ ବର୍ଷ ପରେ ଆସିଲା ରାୟ: ୬ ଜଣଙ୍କୁ ଆଜୀବନ କାରାଦଣ୍ଡ, ୧୦ ନିର୍ଦ୍ଦୋଷରେ ଖଲାସ
୨୦୦୨ ମସିହାରେ ଘଟିଥିଲା ଏହି ହତ୍ୟାକାଣ୍ଡ, ଯେଉଁଥିରେ ଥିଲେ ୧୮ ଜଣ ଅଭିଯୁକ୍ତ।
Accident
ଖେଳୁ ଖେଳୁ କୂଅରେ ପଡ଼ିଗଲା ୨ ବର୍ଷର ଝିଅ
ଆଜି ଖେଳୁଥିବା ବେଳେ ଘର ପାଖରେ ଥିବା କୂଅରେ ଶିଶୁଟି ପଡ଼ିଯାଇଥିଲା।
Crime
ରାଜନୀତିକ ଶତ୍ରୁତାରୁ ସଂଘର୍ଷ: ବୋମାମାଡ଼ରେ ୧୦ ଗୁରୁତର
୬ ଜଣ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ୨ ଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।