Advertisment

ଗ୍ରାହକ ସାଜି ଦେହଜୀବୀଙ୍କ ସହ ମୁଲଚାଲ କଲା ପୁଲିସ୍‌, ତା’ ପରେ...

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ଦେହଜୀବୀଙ୍କୁ ଧରିବାକୁ ଗ୍ରାହକ ସାଜିଲା ପୁଲିସ୍‌। ମୁଲଚାଲ କରି କଥା ଛିଣ୍ଡାଇଲା। ଶେଷରେ ଟିମ୍‌ ସହ ଚଢ଼ାଉ କରି କାବୁ କଲା। ୨ ରୂପଜିବୀଙ୍କ ସମେତ ୨  ଗ୍ରାହକଙ୍କୁ କାବୁ କଲା  ନୟାଗଡ଼ ଜିଲ୍ଲା ଓଡଗାଁ ଆଦର୍ଶ ଥାନା ପୁଲିସ୍‌ । ଓଡଗାଁ ଆଦର୍ଶ ଥାନା ଅଧୀନ ଅଖାରିଆ ଗାଁର ବସନ୍ତ ନାୟକଙ୍କ ଘରେ ସେକ୍ସ ରକେଟ ଚାଲୁଥିବା ନେଇ  ଓଡଗାଁ ପୁଲିସ୍‌ ପାଖରେ ଖବର ଥିଲା l ଗତକାଲି ଦୁଇଜଣ ଦେହଜୀବୀ ସେଠାକୁ […]

ଅଦ୍ୟତନ ହୋଇଛି
ଗ୍ରାହକ ସାଜି ଦେହଜୀବୀଙ୍କ ସହ ମୁଲଚାଲ କଲା ପୁଲିସ୍‌, ତା’ ପରେ...

rrr

Advertisment

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ଦେହଜୀବୀଙ୍କୁ ଧରିବାକୁ ଗ୍ରାହକ ସାଜିଲା ପୁଲିସ୍‌। ମୁଲଚାଲ କରି କଥା ଛିଣ୍ଡାଇଲା। ଶେଷରେ ଟିମ୍‌ ସହ ଚଢ଼ାଉ କରି କାବୁ କଲା। ୨ ରୂପଜିବୀଙ୍କ ସମେତ ୨  ଗ୍ରାହକଙ୍କୁ କାବୁ କଲା  ନୟାଗଡ଼ ଜିଲ୍ଲା ଓଡଗାଁ ଆଦର୍ଶ ଥାନା ପୁଲିସ୍‌ ।

Advertisment

ଓଡଗାଁ ଆଦର୍ଶ ଥାନା ଅଧୀନ ଅଖାରିଆ ଗାଁର ବସନ୍ତ ନାୟକଙ୍କ ଘରେ ସେକ୍ସ ରକେଟ ଚାଲୁଥିବା ନେଇ  ଓଡଗାଁ ପୁଲିସ୍‌ ପାଖରେ ଖବର ଥିଲା l ଗତକାଲି ଦୁଇଜଣ ଦେହଜୀବୀ ସେଠାକୁ ଯାଇଥିବା ଖବର ପାଇ ନିଜେ ଗ୍ରାହକ ହୋଇ ଯାଇଥିଲା ପୁଲିସ୍‌ l ଦେହଜୀବୀ ଓ କିଙ୍ଗପିନ ବସନ୍ତ ସହିତ ମୁଲଚାଲ ମଧ୍ୟ ହୋଇଥିଲା l ତେବେ ଗ୍ରାହକ ପୁଲିସ୍‌ ବାବୁ ବାହାରକୁ ଆସି ପୁରା ଟିମ୍‌ ସହିତ ଘର ଉପରକୁ ଚଢ଼ାଉ କରିଥିଲେ l

ଘଟଣାସ୍ଥଳରୁ ୨ ଦେହଜୀବୀ ଉଦ୍ଧାର ସହ  ମଦ ବୋତଲ, ସିଗାରେଟ ଓ ଅନେକ ଆପତିଜନକ ଜିନିଷ ପୁଲିସ୍‌ ଜବତ କରିଛି l ଦେହଜୀବୀଙ୍କ ଡାକ୍ତରୀ ମାଇନା ପରେ ସେମାନଙ୍କୁ ଷ୍ଟେ ହୋମକୁ ଛଡ଼ାଯାଇଛି l କିଙ୍ଗପିନ ବସନ୍ତକୁ ଆଜି କୋର୍ଟଚାଲାଣ କରାଯିବ ବୋଲି ଜଣା ପଡ଼ିଛି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe