Advertisment

ଗଛ କାଟି ରାସ୍ତା ଉପରେ ବସିଲେ ଗ୍ରାମବାସୀ

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ପ୍ରଶାସନର ନିଷ୍ପତ୍ତିକୁ ବିରୋଧ କରି ରାଜ ରାସ୍ତା ଅବରୋଧ କଲେ ୭ ଖଣ୍ଡ ଗ୍ରାମବାସୀ। ୨-୩ ବର୍ଷ ତଳେ ବଳଭଦ୍ରପୁର ଢିପାମାଳ ରାସ୍ତା ପାଇଁ ୪ କୋଟି ଟଙ୍କା ମଞ୍ଜୁର ହୋଇଥିଲା। କିନ୍ତୁ ଏହାରି ଭିତରେ ବର୍ଷ ପରେ ବର୍ଷ ବିତିଯାଇଥିଲେ ହେଁ ପ୍ରଶାସନ ପକ୍ଷରୁ କୌଣସି ସମାଧାନର ବାଟ ବାହାର କରାଗଲା ନାହିଁ। ଯାହାକୁ ନେଇ ଆଜି ସକାଳେ ୭ ଖଣ୍ଡ ଗାଁର ଲୋକମାନେ ଏକଜୁଟ ହୋଇ ଗଛକାଟି ଗୁଡୁପାଙ୍ଗି ଯିବାକୁ […]

ଗଛ କାଟି ରାସ୍ତା ଉପରେ ବସିଲେ ଗ୍ରାମବାସୀ

nayagarh

Advertisment

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ପ୍ରଶାସନର ନିଷ୍ପତ୍ତିକୁ ବିରୋଧ କରି ରାଜ ରାସ୍ତା ଅବରୋଧ କଲେ ୭ ଖଣ୍ଡ ଗ୍ରାମବାସୀ। ୨-୩ ବର୍ଷ ତଳେ ବଳଭଦ୍ରପୁର ଢିପାମାଳ ରାସ୍ତା ପାଇଁ ୪ କୋଟି ଟଙ୍କା ମଞ୍ଜୁର ହୋଇଥିଲା। କିନ୍ତୁ ଏହାରି ଭିତରେ ବର୍ଷ ପରେ ବର୍ଷ ବିତିଯାଇଥିଲେ ହେଁ ପ୍ରଶାସନ ପକ୍ଷରୁ କୌଣସି ସମାଧାନର ବାଟ ବାହାର କରାଗଲା ନାହିଁ। ଯାହାକୁ ନେଇ ଆଜି ସକାଳେ ୭ ଖଣ୍ଡ ଗାଁର ଲୋକମାନେ ଏକଜୁଟ ହୋଇ ଗଛକାଟି ଗୁଡୁପାଙ୍ଗି ଯିବାକୁ ଥିବା ରାସ୍ତାକୁ ଅବରୋଧ କରିଛନ୍ତି।

Advertisment

ପ୍ରଶାସନ ଗୁଡୁପାଙ୍ଗି ଗାଁ ଲୋକ କହୁଥିବା ରାସ୍ତାରେ ରାସ୍ତା ନିର୍ମାଣ ନକରି ସରକାରୀ ସର୍ଭେ ଅନୁସାରେ ରାସ୍ତା ନିର୍ମାଣ ପାଇଁ ଦାବି କରିଛନ୍ତି। ଏହି ରାଜରାସ୍ତା ଉପରେ ୨୦ ଖଣ୍ଡ ଗ୍ରାମବାସୀ ନିର୍ଭର କରନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଯେପର୍ଯ୍ୟନ୍ତ ପ୍ରଶାସନ ଏହାର ସ୍ଥାୟୀ ସମାଧାନ କରିନାହାନ୍ତି, ସେ ଯାଏ ଏହି ଆନ୍ଦୋଳନ ଜାରି ରହିବ। ହେଲେ ଏପର୍ଯ୍ୟନ୍ତ ପ୍ରଶାସନର କୌଣସି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି।

ଏ ନେଇ ଜଣେ ଗ୍ରାମବାସୀ କହିଛନ୍ତି, ଆମେ ୩ ଖଣ୍ଡ ପଞ୍ଚାୟତବାସୀ ପ୍ରଶାସନକୁ ବାରମ୍ବାର ଅବଗତ କରାଇଛୁ। କିନ୍ତୁ ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆକ୍ସନ ନହେବା ପରେ ଆଜି ସବୁ ଗାଁର ଲୋକମାନେ ରାସ୍ତା ରୋକ୍ କରିଛନ୍ତି। ଆମେ ଦାବି କରୁଛୁ ଯେ ଆମକୁ ଆମର ପୁରୁଣା ରାସ୍ତା ଦିଆଯାଉ। ଆଉ ଏହି ପୁରୁଣା ରାସ୍ତା ପାଇଁ ଯେଉଁ ଟଙ୍କା ଆସିଛି, ତାକୁ ଡାଇଭର୍ଟ କରିକି ଗୁଡୁପାଙ୍ଗି ଆଡ଼କୁ ଦିଆଯାଇଛି।

Advertisment

ପ୍ରଶାସନ ଜାଣିକି ସେପଟେ ରାସ୍ତା କାମ କରୁଛି। ତେଣୁ ଆମେ ଚାହୁଁଛୁ ଉଭୟ ପଟେ ରାସ୍ତା ହେଉ। ଉପଜିଲ୍ଲାପାଳକୁ ଆମକୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ଆସନ୍ତାକାଲି ଆମେ ସମସ୍ତେ ଜିଲ୍ଲାପାଳଙ୍କ ଅଫିସ୍ ଯିବୁ। ସେଠାକୁ କିଛି ଗାଁରେ ସଭାପତି ଯିବେ। ଏହାସହ ଗୁଡୁପାଙ୍ଗି ଗାଁରେ ଲୋକେ ବି ଆସିବେ। ସେଠାରେ ଏକ ବୈଠକ ହେବ। ବୈଠକରେ ଆମର ପାରମ୍ପରିକ ରାସ୍ତା ଖୋଲିବାକୁ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି। ଯଦି ରାସ୍ତା ନଖୋଲନ୍ତି, ତାହେଲେ ପୁଣିଥରେ ଆମେ ଏକତ୍ରିତ ହୋଇ ରାଜରାସ୍ତାକୁ ଓହ୍ଲାଇବୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe